ଜଗତସିଂହପୁର

କନିମୂଳ ପଞ୍ଚାୟତର ସ୍ୱରାଜକୁ ବର୍ଷେ ର ପୂର୍ତ୍ତି ସମାରୋହ ପାଳନ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମପଞ୍ଚାୟତର ସ୍ୱରାଜକୁ ବର୍ଷେର ପୂର୍ତ୍ତି ସମାରୋହ ଦିନ ୧୦ଘଟିକା ସମୟରେ ସମାଜସେବୀ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ସମିତିସଭ୍ୟା ରାଣୀ ଚପେଆର, ନାଏବ ସରପଞ୍ଚ ନମିତା ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମର୍ଦ୍ଦରାଜ ସ୍ୱାଇଁ, ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ପରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀଯୁକ୍ତ ପରିଡ଼ା ମିର୍ଜାପୁର ନଦୀବନ୍ଧରୁ ଜନତା ଉ.ପ୍ରା ବିଦ୍ୟାଳୟ ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ଓ ମତ୍ତଗଜପୁର ବାଲ୍ଲା ବିହାରି ଉ.ପ୍ରା ବିଦ୍ୟାଳୟର ହତା ପ୍ରାଚୀରକୁ ଉଦ୍ ଘାଟନ କରିଥିଲେ। ସନ୍ଧ୍ୟା ଅଧିବେଶନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସମ୍ମାନୀତ ଅତିଥି ପିସିସ ସଭ୍ୟ ଅଶ୍ୱିନି କୁମାର ସ୍ୱାଇଁ, ପ୍ରଶାନ୍ତ ମହାପାତ୍ର, ପୂର୍ଣ୍ଣ ଚନ୍ଦ ଦାସ, ମୁଖ୍ୟ ବକ୍ତା ହିମାଂଶୁ ଶେଖର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଭୋଳ ପ୍ରମୁଖ ଯୋଗଦେଇଥିଲେ। ସରପଞ୍ଚ ଶ୍ରୀଯୁକ୍ତ ପୃଷ୍ଟି ଏହି ସଭାରେ ତାଙ୍କର ୧ ବର୍ଷର କାର୍ଯ୍ୟକରିବାର ଅଭିଜ୍ଞତା ସହିତ ସମସ୍ତ ହିସାବ ଉପସ୍ଥିତ ପଞ୍ଚାୟତ ବାସୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହି ସଭାରେ ଯୋଜନା ଯଥା ପଞ୍ଚାୟତ ନାୟଳୟ ସ୍ଥାପନ, ପଞ୍ଚାୟତ ସବୁଜ ଯୁବ ବାହିନୀ ଗଠନ, ସରପଞ୍ଚ ରିଲିଫ୍ ଫଣ୍ଠ ଗଠନ ଓ ଧୋୟା ଅଞ୍ଚଳରେ ଅଗ୍ନିଶ୍ରମ କାର୍ଯ୍ୟାଳୟ ସହିତ କୋଟକଣା ବାନାମ୍ବର ସେତୁ ନିର୍ମାଣ ପାଇଁ ଦାବି କରି ସଂକଳ୍ପ ବଧ ହୋଇଥିଲେ। ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ, ନୃତ୍ୟ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ସିଲ୍ଡ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ର ସାହୁ, ନଗେନ୍ଦ୍ର ନାଥ ଖୁଣ୍ଟିଆ, ଅନୋଜ ମଲ୍ଲିକ, ପ୍ରଶାନ୍ତ ସାହୁ, ଶୁସାନ୍ତ ସାହୁ, ବିପିନି ସାମଲ, ନିରଞ୍ଜନ ବେହେରା, ରବିନ୍ଦ୍ର ମଲ୍ଲିକ, ଭାଗବତ ସାମଲ, ସୁବାଷ ସାହୁ, ବିଚିତ୍ର ସ୍ୱାଇଁ, ମାନସ ରଞ୍ଜନ ସାହୁ, ସତ୍ୟଜିତ ରାଉତରାଏ, ସ୍ୱାଧିନ୍ ଖୁଣ୍ଟିଆ, ରବିନ୍ଦ୍ର ଦାସ, ପ୍ରଦୀପ୍ତ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିବାବେଳେ ଏଥିରେ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂସହାୟକ ଗୋଷ୍ଠି ମହିଳା ଓ ସ୍ଥାନୀୟ ବୁଦ୍ଧିଜିବୀ ଯୋଗଦେଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top