ଜିଲ୍ଲା ପରିକ୍ରମା

କନିକାଗାନ୍ଧୀ ବିପ୍ଳବୀ କବି ଚକ୍ରଧର ବେହେରାଙ୍କ ୧୨୫ତମ ଜୟନ୍ତି ପାଳିତ କନିକାପ୍ରଜାମୁକ୍ତି ଆନ୍ଦୋଳନରେ କର୍ଣ୍ଣଧାର ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତି

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗକରି ଦୁଖିନୀ କନିକା ପ୍ରଜାକୂଳ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ତଥା ୧୯୨୨ ସ୍ୱାଧିନତା ପ୍ରଜାମୁକ୍ତି ଆନ୍ଦୋନଳର ମହାନ୍ ସ୍ୱାଧିନତା ସଂଗ୍ରାମୀ ବିପ୍ଳବୀ ଚକ୍ରଧର ବେହେରାଙ୍କ ମହାନ ଆଦର୍ଶ ଆଜିର ଦିନରେ ଯୁବସମାଜ ପାଇଁ ଆଲୋକବର୍ତ୍ତିକା ସଦୃଶ୍ୟ ବୋଲି ବିପ୍ଳବୀ ଚକ୍ରଧର ବେହେରାଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ବିପ୍ଳବୀ ଚକ୍ରଧର ବେହେରା ସ୍ମୃତିସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ସ୍ମୃତି ସଂସଦର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ବାସୁଦେବ ବାରିକ୍ ପୌରହିତ୍ୟ କରିଥିଲେ। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଯୁଗଳକିଶୋର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିପ୍ଳବୀ ଚକ୍ରଧର ବେହେରାଙ୍କର ତ୍ୟାଗ ଏବଂ ଦୃଢମନା ଇସ୍ପାତମାନବ ଥିଲେ ବୋଲି ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।କନିକା ପ୍ରଜାମୁକ୍ତି ଆନ୍ଦୋଳନର ସେ କର୍ଣ୍ଣଧାର ସାଜି କନିକା ରାଜାଙ୍କର ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱରଉତ୍ତୋଳନ କରି ସମସ୍ତ ଦୁଃଖକୁ ଚଳୁକରି ଖୁସି ବାଣ୍ଟିଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ବ୍ରଜମୋହନ ମିଶ୍ର ବକ୍ତବ୍ୟରେ କହିଥିଲେ ଆଜିର ସମାଜରେ ବିପ୍ଳବୀଙ୍କ ସଂଖ୍ୟା କମିଯାଉଥିବା ବେଳେ ବିଦ୍ରୋହୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜଣେ ଅସହଯୋଗୀ ଭାବରେ ବାବାଜୀ ରାମଦାସଙ୍କଠାରୁ ଖଣ୍ଡିଏ ଖଦଡ ଗାମୁଛା କିଣି ବ୍ରିଟିଶ ସରକାର ଓ ରାଜନନ୍ତ୍ର କୃର ଦୃଷ୍ଟିରେ ଅକଥନୀୟ ଅତ୍ୟାଚାର ସହି ଜୀବନର ଦୀର୍ଘ ୫୦ବର୍ଷକାଳ ନିଜର ସଂଗ୍ରାମ ଜାରୀ ରଥିଥିଲେ। ଅତ୍ୟାଚାର ଓ ୬୪ପ୍ରକାର ବେଆଇନ କର ଆଦାୟ ବିରୋର୍ଧରେ ପ୍ରଜାମେଳି କରି ବିପ୍ଳବ ଆରମ୍ଭ କରି ବିଜୟଲାଭ କରିଥିଲେ। ସମ୍ମାନ୍ନିତ ଅତିଥିଭାବେ ଭଦ୍ରକର ପୌରପାଳ ମାନସକୁମାର ମହାନ୍ତି ଯୋଗଦେଇଥିବାବେଳେ ବରେଣ୍ୟ ଅତିଥିଭାବେ ପୂର୍ବତନ ସୂଚନା କମିଶନର ଦିଗମ୍ବର ମହାନ୍ତି, ଉତ୍କଳଗାନ୍ଧୀ ସ୍ମାରକନିଧି ପ୍ରତିଷ୍ଠାନର ସଭାପତି ତଥା ମହାନ ସମାଜସେବୀ କୃଷ୍ଣା ମହାନ୍ତି ଯୋଗଦେଇ କନିକା ମୁକ୍ତିସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଳବୀ ଚକ୍ରଧର ବେହେରାଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟତମ ବକ୍ତାଭାବେ ଗାନ୍ଧିବାଦୀ ତଥା ସର୍ବୋଦୟ ସଂଗଠକ ଓ ସ୍ତମ୍ଭକାର ପ୍ରହ୍ଲାଦ ସିହ୍ନା, ବରିଷ୍ଠ ସମାଜେସେବୀ ଡ଼ା.ବିଶ୍ୱଜିତ୍ ରାୟ, ସାହିତ୍ୟ ଏକାଡ଼େମୀର ସଦସ୍ୟ ଇଂ ଅଭୟ ସୂତାର ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୃତିସଂସଦର ସଂପାଦିକା ଶାନ୍ତିଲତା ନାଗ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିବା ସହ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ପଣ୍ଡିତ ଘନଶ୍ୟାମ ଲେଙ୍କା ବେଦପାଠ କରିଥିଲେ। ଗାନ୍ଧୀଓଡ଼ିଶା ବାଳାଶ୍ରମର ଛାତ୍ର ଓ ସଂଗୀତଜ୍ଞ ଉତ୍ପଳଲୋଚନ ଚାନ୍ଦ ବିପ୍ଳବୀ ଚକ୍ରଧର ବେହେରାଙ୍କ ଉପରେ ଆଧାରିତ ଆବାହନୀ ସଂଗୀତ ପରିବେଷଣ କରିଥିଲେ। ଇହଜଗତରୁ ବିଦାୟ ନେଇଥିବା ବିପ୍ଳବୀ ଲେଖକ ପ୍ରଫୁଲ୍ଲ ଦାସ, ଗାଳ୍ପିକ ତଥା ସାହିତ୍ୟକ ପ୍ରଭାକର ମଲ୍ଲିକ୍ ଓ ସର୍ବୋଦୟ ନେତ୍ରୀ ପାର୍ବତୀ ସ୍ୱାଇଁଙ୍କ ବିୟୋଗରେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସ୍ମୃତି ସଂସଦ ପକ୍ଷର ବିପ୍ଳବୀ ଚକ୍ରଧର ସ୍ମତିସମ୍ମାନ-୧୦୧୮ ନିମନ୍ତେ ମାନବବାଦୀ ଜନସେବୀ କୃଷ୍ଣା ମହାନ୍ତିଙ୍କୁ ବିଧାୟକ ଯୁଗଳକିଶୋର ପଟ୍ଟନାୟକ ଉତ୍ତୋରିୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମ୍ମାନନୀୟ ବୀର-୨୦୧୮ସମ୍ମାନ ନିମନ୍ତେ ବରିଷ୍ଠ ରାଜନୀତିଜ୍ଞ ଯୁଗଳକିଶୋର ପଟ୍ଟନାୟକଙ୍କୁ ପୂର୍ବତନ ସୂଚନା କମିଶନର ଦିଗମ୍ବର ମହାନ୍ତି ଉତ୍ତରିୟ ଓ ପୁଷ୍ପଗୁଚ୍ଛ ଦେଇ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସାହିିତ୍ୟିକ ମୁକ୍ତିକାନ୍ତ ମଲ୍ଲିକ୍ ଓ ନିର୍ମଳ ରାଉତ ମାନପତ୍ର ପାଠ କରିଥିବା ବେଳେ ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପେନ୍ଦ୍ରକୁମାର ବାରିକ୍, ବିଚିତ୍ରାନନ୍ଦ ଦାସ, ରାଜେନ୍ଦ୍ର କୁମାର ବାରିକ୍, ଇଂ ନାରାୟଣ ନାଗ୍ ଓ ସନାତନ ଦାସ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top