କନକପୁର ଓ ଜଗନ୍ନାଥପୁରଠାରେ ବିଦ୍ୟୁତ ଷ୍ଟ୍ରକ୍ଚର ଉଦଘାଟନ

ତିର୍ତ୍ତୋଲ, ୦୭/୧୨(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା କନକପୁର ଓ ଜଗନ୍ନାଥପୁର ସାଗବାରିଆଠାରେ ୩୩/୧୧ କେଭି ବିଦ୍ୟୁତ ନୂତନ ଷ୍ଟ୍ରକଚର ଶକ୍ତି ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଅଛି। ଏହି ଉଦଘାଟନି ଉତ୍ସବ ଫଳକରେ ନାମ ଥିବା ଅତିଥିମାନେ ଯୋଗଦେଇଥିବାବେଳେ ଜଗତସିଂହପୁର ସାଂସଦ ଡ଼ା କୁଳମଣି ସାମଲ ଯୋଗଦେଇନଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ନିମନ୍ତ୍ରଣ କରାଯାଇଛି ନା ଭେଳିକିରେ ତାଙ୍କ ନାମ ଲେଖାଯାଇଛି ତାହା ସାଧାରଣ ଜନତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଂସଦ ଯୋଗଦେଇନଥିବାରୁ ତାଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ ସୁଉଜିଅଫ ଥିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା। ପ୍ରଥମେ କନକପୁର (ବସନ୍ତବଗିଚା)ରେ ହୋଇଥିବା ଉଦଘାଟନ ଉତ୍ସବରେ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକଙ୍କ ସହିତ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା, କନକ ପୁର ସରପଞ୍ଚ ନମିତା ରାଉଳ, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବିର ରାଏ, ସଭ୍ୟା ଲିପାଲି ରାଉଳ, ତେନ୍ତୁଲିପଦା ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ୩୩/୧୧କେଭି ଷ୍ଟ୍ରକଚର ଟି ୩କୋଟିରୁ ଉର୍ଦ୍ଧ ବ୍ୟୟବରାଦରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ୮ଟି ପଞ୍ଚାତୟତର ୧୮୦ ଗ୍ରାମର ୧୧ ହଜାର ହିତାଧିକାରୀ ଉପକୃତ ହେବେବୋଲି ମନ୍ତ୍ରୀ ଉପସ୍ଥିତ ଜନସାଧାରଣମାନଙ୍କୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଏହି ନୂତନ ଷ୍ଟ୍ରକଚର ନିର୍ମାଣ ହେବାଦ୍ୱାରା ଲୋଭୋଲଟେଜ ସମସ୍ୟା ଦୂରହେବବୋଲି ସୂଚନା ଦେଇଥିଲେ। ପରେ ଦ୍ୱିତୀୟ ୩୩/୧୧କେଭି ଷ୍ଟ୍ରକଚରଟି ଜଗନ୍ନାଥପୁର (ସାଗବାରିଆ) ନିକଟରେ ଉଦଘାଟନ କରାଯାଇଥିଲା। ଏହି ଷ୍ଟ୍ରକଚର ହେବାଦ୍ୱାରା ୯ଟି ପଞ୍ଚାୟତର ୧୦୨ ଗ୍ରାମର ୮ହଜାର ହିତାଧିକାରୀ ଉପକୃତ ହେବେବୋଲି ଜଣାପଡ଼ିଛି। ଏହି ଷ୍ଟ୍ରକଚର ମଧ୍ୟ ୩କୋଟି ବ୍ୟୟବରାଦରେ ନିର୍ମାଣ କରାଯାଇଛି। ଏହି ଉଦଘାଟନରେ ମନ୍ତ୍ରୀ, ବିଧାୟିକା, ଜିଲ୍ଲାପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଇବ୍ରିସଂ ପଞ୍ଚାୟତର ସରପଞ୍ଚ ବେଦଶ୍ରୀ ବନ୍ଦନା ଦାସ, ସମିତିସଭ୍ୟ ପ୍ରସନ୍ନ ଦାସ ଉପସ୍ଥିତ ରହିଥିଲେ। ଜଗନ୍ନାଥପୁର ପଞ୍ଚାୟତରେ ଏହି ଷ୍ଟ୍ରକଚର ଉଦ୍ଘାଟନ କରାଯାଇଥିଲେ ମଧ୍ୟ ଉଦଘାଟନ ଫଳକରେ ଜଗନ୍ନାଥ ପୁର ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅଣଦେଖା କରାଯାଇ ଇବ୍ରିସିଂ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ନାମ ରଖାଯାଇଛି। ଏହା ଏକ ରାଜନୈତିକ କରଣ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ଉଠାଇଛନ୍ତି। ଏହି ଦୁଇଟି ଷ୍ଟ୍ରକଚର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିର୍ମାଣ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ପରୋକ୍ଷରେ ଅଭିଯୋଗକରୁଛନ୍ତି। ଏହି ଉତ୍ସବରେ ଦଳୀୟ କର୍ମୀ ଯୋଗଦେଇଥିବାବେଳେ ସାଧାରଣ ଲୋକଙ୍କ ଉପସ୍ଥିତ କମ ଦେଖିବାକୁ ମିଳିଥିବାନେଇ ଏହା ଶାସକ ଦଳର କର୍ମୀ ସମ୍ମିଳନୀ ବୋଲି ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ବିଭାଗର ପାରାଦ୍ୱୀପ ଏସି ଅଜୟ କୁମାର ଦାସ, ମୁଖ୍ୟ ଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ, ତିର୍ତ୍ତୋଲ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ରାଉତରାଏ, ଯନ୍ତ୍ରୀ ଗୋପବନ୍ଧୁ ବାରିକ, ତିର୍ତ୍ତୋଲ ଏମସ୍ ସମିର ପଢ଼ିଆରୀ, ଦଳୀୟ କର୍ମୀ ତପନ କୁମାର ମହାନ୍ତି, ଅଶ୍ୱିନୀ କୁମାର ଦାସ, ଗଙ୍ଗାଧର ବିଶ୍ୱାଳ, ସୁବ୍ରତ ଦାଶ, ଅମରଜୋତି ସାହୁ, ପ୍ରଦୀପ୍ତ ନାୟକ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଚିତ୍ତରଞ୍ଜନ ରଥ, ଅରୁଣ ମହାପାତ୍ର(ନିଲୁ) ଯଶୋବନ୍ତ ରାଉତ, ଗଗନ ଖଣ୍ଡୁଆଳ, ନୃସିଂହ ରାଉଳ, ପଠାଣୀ ମହାପାତ୍ର, ସୁଧାଶୁଂ ଶେଖର ପୃଷ୍ଟି, ମହମ୍ମଦ ଅବଦୁଲ ମାଜୁଦ, ରଶ୍ମିରଞ୍ଜନ ଚୌଧୁରୀ, ପ୍ରଭୁତି ଭୂଷଣ ମହାପାତ୍ର, ଟିକନ ସ୍ୱାଇଁ, ଅକ୍ଷୟ ସାହାଣି, ବୈରାଗି ବାରିକ, ଶୁସାନ୍ତ ଦାସ, ଶୋକନ ସ୍ୱାଇଁ, ଟୁଟୁଲା ମହାନ୍ତିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *