-କଦଳା ଡାକ୍ତରଖାନାର ଗତି କୁଆଡେ- ମହିଳା ଓ ପ୍ରସୂତିଙ୍କ ଚିକସôା ପାଇଁ ରାଜ୍ୟର ଏକ ନମ୍ବର ଡାକ୍ତରଖାନା ଏବେ ଭୂତକୋଠି ପାଲଟିଛି, ସରକାର ନିରବଦ୍ରଷ୍ଟା

ଯାଜପୁର,୯/୧୧(ଓଡିଆପୁଅ/ମାନସ ରାଉତ) ଉତ୍ତମ ସ୍ୱାସ୍ୱ୍ୟସେବା ପାଇବା ଲୋକମାନଙ୍କର ମୌଳିକ ଅଧିକାର । ଏହି ସେବାକୁ ଲୋକଙ୍କ ପାଖରେ ପଂହଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବାସୀଙ୍କ ଉତ୍ତମସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଜୋର ପ୍ରଚାର କରୁଛନ୍ତି । ହେଲେ ତଳସ୍ତରରେ ଏହାର ବାସ୍ତବଚିତ୍ର ସମୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଏହାର ଗୋଟିଏ ଉଦାହରଣ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟ ହରିଦାସପୁର କଦଳା ସ୍ଥିତ ରମ୍ଭାଦେବୀ ଚିକସôାଳୟକୁ ନିଆଯାଇପାରେ । ଏହିସ୍ୱାସ୍ଥ୍ୟକେନ୍ଦ୍ରଟି ମହିଳା ଓ ପ୍ରସୂତିଙ୍କ ସ୍ୱତନ୍ତ୍ର ଚିକସôା ପାଇଁ ସାରା ରାଜ୍ୟରେ ଦିନେ ଏକ ନମ୍ବର ଚିକସôାଳୟର ମାନତ୍ୟା ପାଇଥିବା ବେଳେ ଏବେ ସରକାରଙ୍କ ଚରମ ଅବହେଳା ଯୋଗୁ ଏହା ଭୂତକୋଠି ପାଲଟିବାକୁ ବସିଛି । ସର୍ବୋଦୟ ନେତ୍ରୀ ସ୍ୱର୍ଗତ ରମ୍ଭାଦେବୀଙ୍କ ଦ୍ୱାରା ୧୯୫୯ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ତାଙ୍କ ପ୍ରଚେଷ୍ଟାରେ ୬୦ଦଶକରେ ୫ଏକର ଜମିରେ ପ୍ରତିଷ୍ଠା ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗ୍ରାମଂଚଳର ଗରିବ ଲୋକମାନଙ୍କୁ ମାଗଣାରେ ଅତ୍ୟଧିୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସାଙ୍ଗକୁ ସ୍ୱତନ୍ତ୍ରଭାବେ ପ୍ରସୂତି ମହିଳା ଓ ଶିଶୁ ମାନଙ୍କ ଚିକସôାପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ରସ୍ଥାନ ପାଇଥିଲା । ସେତେବେଳେ ଗ୍ରାମଂଚଳରେ ପ୍ରସୂତି ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସଠିକ ସ୍ୱାସ୍ଥ୍ୟ ସେବା ନଥିବାରୁ ମାତୃ ଓ ଶିଶୁ ମୃତୁ୍ୟ ବହୁ ଅଧିକ ଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକସôା ପାଇଁ ସମସ୍ତ ଅତ୍ୟାଧିନିକ ଯନ୍ତ୍ରପାତି ଓ ଅସ୍ତ୍ରୋପଚାର ଗୃହ ସମେତ ଅମ୍ବୁଲାନ୍ସ ବ୍ୟବସ୍ଥା ରହିିଥିଲା । ଯେଉଁଥିପାଇଁ ଅଭିଭକ୍ତ କଟକ ,ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟକ ରୋଗୀ ଏଠାକୁ ଆସି ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ଫେରୁଥିଲେ । ବିଡମ୍ବନାର ବିଷୟ ଏହିକି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତିଷ୍ଠାତା ରମ୍ଭାଦେବୀଙ୍କ ଠାରୁ ଚକ୍ରାନ୍ତ କରି ଏହିସ୍ୱାସ୍ଥ୍ୟକେନ୍ଦ୍ରକୁ ୧୯୯୯ ମସିହାରେ ସରକାର ନିଜ ହାତକୁ ନେଇଥିଲେ । ସେତେବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟର ୧ନମ୍ବର ସ୍ୱାସ୍ଥ୍ୟକେନ୍ଦ୍ର କରିବା ସହିତ ଏହାର ସୁନାମ ଦୁଇଗୁଣିତ କରିବାକୁ ସରକାରଙ୍କ ପକ୍ଷରୁ ରମ୍ଭାଦେବୀଙ୍କୁ କଥା ଦିଆଯାଇଥିଲା । ହେଲେ ପରିତାପର ବିଷୟ ଯେଉଁଦିନ ଠାରୁ ସରକାର ଏହାକୁ ହାତକୁ ନେଇଛନ୍ତି ତାହା ପରଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିଜ ମୂଳଲକ୍ଷଠାରୁ ଦୁରେଇ ଯାଇଛି । ଏବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଚଳଚଞ୍ଚଳ ନାହିଁ କିମ୍ଭା ରୋଗୀ ମାନଙ୍କ ଏଠାରେ ଆଉ ଉତ୍ତମ ସ୍ୱାସ୍ଥ୍ୟସେବା ମିଳୁନାହିଁ । ରାମ୍ଭାଦେବୀଙ୍କ ସମୟରେ ଏଠାରେ ୬ଜଣ ଡାକ୍ତରଙ୍କ ସହ ୩୫ଜଣ କର୍ମଚାରୀ କାମ କରୁଥିବା ବେଳେ ଏବେ ଜଣେ ଆୟୁସ ଡାକ୍ତରଙ୍କ ମିଶାଇ ମୋଟ ୨ଜଣ ଡାକ୍ତର ଓ ୪/୫ଜଣ କର୍ମଚାରୀ ନିଯୁକ୍ତ ଦିଆଯାଇଛି । ହେଲେ ଦୀର୍ଘଦିନ ଧରି ନିଯୁକ୍ତ ଡାକ୍ତରମାନେ ଏଠାକୁ ଆସୁନାହାନ୍ତି । ପୂବରୂ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି, ଅସ୍ତ୍ରୋପଚାର ଗୃହ, ରଂଜନରଶ୍ମୀ ଯନ୍ତ୍ର, ଦୁଇଦୁଇଟି ଆମ୍ବୁଲାନ୍ସ ସହ ଅନ୍ୟାନ ଯନ୍ତ୍ରପାତି ଖତଖାଉଥିବା ବେଳେ ଏଠାର ବିରାଟକାୟ ରୋଗୀ ୱାର୍ଡ ସହ ସମ୍ପୁର୍ଣ୍ଣ ଡାକ୍ତରଖାନାଟି ଭୁତକୋଠି ପାଲଟିଗଲାଣି । ଏଥିନେଇ ସ୍ଥାନୀୟ ମହିଳା ମହାସଘ, ସେବାସମିତ ବିକାଶ ପରିଷଦ, ଯୁବକସଂଘ ମାନେ ମିଳିତ ଭାବେ ଆନେ୍ଦାଳନ ଚଳାଇ ଏହି ଡାକ୍ତରଖାନାର ସ୍ୱାସ୍ଥ୍ୟସେବାକୁ ସ୍ୱଭାବିକ କରିବା ଓ ଏହାର ପୂର୍ବଗୌରବ ଫେରାଇ ଆଣିବାକୁ ଦାବି କରୁଥିଲେ ମଧ୍ୟ ସେଥିପ୍ରତି ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଦେଖାଯାଇଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ତ୍ରୀବ ପ୍ରତିକି୍ରା ଦେଖାଦେଇଛି । ଯଥାଶୀଘ୍ର ରାଜ୍ୟ ଏଥିପ୍ରତି ଦୃଷ୍ଟି ଦେଇ କଦଳା ଡାକ୍ତରଖାନାକୁ ପୁନଃଉଦ୍ଧାର କରିବା ପାଇଁ ସାଧରଣରେ ଦାବି ହେଉଛି ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *