କଦଳାରେ ଅଷ୍ଟପ୍ରହର ନାମଜଜ୍ଞ ଅନୁଷ୍ଠିତ

ଯାଜପୁର,୨୭/୨(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଦଳା ହରିଦାସପୁର ଗ୍ରାମରେ ତିନି ଦିନ ବ୍ୟାପି ଅଷ୍ଟପ୍ରହର ନାମଜଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଅଧିବାସ, ୨ୟ ଦିବସରେ ନାମଜଜ୍ଞ ଏବଂ ଶେଷରେ ନଗର ସଂକିର୍ତ୍ତନ କରାଯାଇଥିଲା । ଏହି ଉପଲକ୍ଷେ ଗୌରାଙ୍ଗ ମହାପାଭ୍ରୃଙ୍କ ଭଜନ ଏବଂ ଦୋହାକୁ ଗାନ କରାଯାଇଥିଲା । ବିଭିନ୍ନ ଅଂଚଳରୁ ୧୨ରୁ ଉର୍ଦ୍ଧ ସଂକିର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମଜପ କରିଥିଲେ । କର୍ତ୍ଥା ଭାବେ ଶୀତ ବେହୁରା କାର୍ଯ୍ୟ ତୁଲାଇଥିଲେ ଶତର ବେହୁର, ବସନ୍ତ ବେହୁରା, ଛତିନ୍ଦ୍ର ସାମଲ ପ୍ରମୁଖ ପୂଜାକାର୍ଯ୍ୟରେ ସହାୟତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗମ ବେହୁରା, ସୋନମ ବେହୁରା, କାହ୍ନା ବେହୁରା, ସୁଧାକର ସ୍ୱାଇଁ, ଅରୁଣ ସାମଲ, ପ୍ରକାଶ ରାଉତ, ରାଜେଶ ସାମଲ, ମାନସ ରାଉତ, ଟୁଟୁ ସାହୁ, ଦେବାଶିଷ ସାହୁ, ସନ୍ତୋଷ ରାଉତ, ଦେବାଶିଷ ପରିଡା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *