କଦମପାଳ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ଯାଜପୁର, ୭/୧(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଦମପାଳ ଉନ୍ନୀତ ମଧ୍ୟ ଇଂରାଜି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ପ୍ରଦୀପ୍ତ କୁମାର ରାଉତ ମୁଖ୍ୟ ଅତିଥି ଓ ସରପଂଚ ଶିବ ପ୍ରସାଦ ସେଠୀ, ପରିଚାଳନା କମିଟି ସଭାପତି ଭରତ ଚନ୍ଦ୍ର ପ୍ରଧାନ, ସମାଜସେବୀ ସନାତନ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ଅନୁଷ୍ଠିତ ହୋଇଥିଲା। ଏହାକ୍ୁ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ନିରଞ୍ଜନ ବିଶ୍ୱାଳ, ସହକାରୀ ଶିକ୍ଷକ ଅଜୟ ଦାସ, ରାଧାନାଥ ରାୟ, ଶିକ୍ଷୟତ୍ରୀ ନନ୍ଦିତା ନାୟକ, ସରୋଜୀନି ଜେନା, ଶର୍ମିଶ୍ଟା ଦଳାଇ, ଝରାଶ୍ରୀ ନାୟକ ଓ ସୁଶ୍ରୀ ସଂଗୀତା ଦେଓ ଖେଳ ପରିଚାଳାନା କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଶାଳାର ଏବିଓ ରମାକାନ୍ତ ସେଠୀ, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ଫକୀର ଚରଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟା ସଂଘମିତ୍ରା ସେଠୀ ପ୍ରମୁଖ ଯୋଗଦେଇଥିଲେ ବାର୍ଷିକ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳୀ ବେହୁରିଆ ଧନ୍ୟବାଦ ଅପର୍ଣ କରିଥିଲେ।

Leave a Reply

Your email address will not be published. Required fields are marked *