କଣ୍ଢାଳ ପଂଚାୟତର ଭୂମିହୀନମାନଙ୍କୁ ମିଳୁନି ଜମିପଟ୍ଟା

ତାଳଚେର,୩୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଣ୍ଢାଳ ପଂଚାୟତର ଭୂମିହୀନମାନଙ୍କୁ ମିଳୁନି ଜମିପଟ୍ଟା । ଦୀର୍ଘ ୫୦ବର୍ଷ ହେବ ସେମାନେ ଏହି ପଂଚାୟତରେ ବାସ କରୁଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଜମିପଟ୍ଟା ପାଇ ନଥିବାରୁ ବିଭିନ୍ନ ପ୍ରକାର ମୈାଳିକ ସୁବିଧାରୁ ବଂଚିତ ହେଉଥିବାର ଅଭିଯୋଗ କରିଛନ୍ତି । ଶତାଧିକ ପରିବାର ଜମି ନିମନ୍ତେ ତହସିଲ ଅଫିସରେ ବାରମ୍ବାର ଆବେଦନ କରିଥିବାର ସେମାନେ ପ୍ରକାଶ କରିବାସହ ଏ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଜନଶୁଣାଣିରେ ଅଭିଯୋଗପତ୍ର ଦାଖଲ କରିଛନ୍ତି । ଅପରପକ୍ଷରେ ଆବେଦନ କରିଥିବା ଭୂମିହୀନମାନଙ୍କୁ ଜମିପଟ୍ଟା ପ୍ରଦାନ କରିବା ବର୍ତମାନ ଆର.ଆଇ କାର୍ଯ୍ୟାଳୟରେ ଯାଂଚ କରାଯାଉଛି । ଏବଂ ସରକାରୀ ନିୟମାନୁସାରେ ସେମାନେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ଧାର୍ଯ୍ୟ ପରିମାଣର ଜମି ପ୍ରଦାନ କରାଯିବ ବୋଲି ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *