ଓଡ଼ିଶା

କଣ୍ଠ ସଙ୍ଗୀତ ଗୀତଗୋବିନ୍ଦ ସହିତ କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର ୬-୯ (ଓଡ଼ିଆ ପୁଅ): ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ଏବଂ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ପରିବେଷଣ।

ସଂଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଗୀତଗୋବିନ୍ଦ ଉପରେ ଆଧାରିତ କଣ୍ଠ ସଙ୍ଗୀତ କାର୍ଯ୍ୟକ୍ରମ। ଯାହାକୁ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ସୁମଧୁର କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ। ତାଙ୍କର ପ୍ରଥମ ସଙ୍ଗୀତ ପରିବେଷଣ ଥିଲା ଜୟ ଜୟଦେବ ହରେ ପରେ ପରେ ଶ୍ରୀତ କୋମଳ, ମମିୟମ ଚଲିତ ବିଲୋକ୍ୟ, ଧୀର ସମିରେ ଇତ୍ୟାଦି ଯାହା ଅତ୍ୟନ୍ତ ଚିତାକର୍ଷକ ଓ ହୃଦୟସ୍ପର୍ଶି ଥିଲା।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ଦ୍ୱାରା କୁଚିପୁଡ଼ି ଯୁଗ୍ମ ନୃତ୍ୟ ପରିବେଷଣ। ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଦେଖିବାକୁ ମିଳିଥିଲା ନୃସିଂହ ଓ ପ୍ରହଲ୍ଲାଦଙ୍କ ଉପରେ ଆଧାରିତ ଭକ୍ତ ଓ ଭଗବାନଙ୍କର ବାତ୍ସଲ୍ୟ ରସ ପରେ ପରେ ଶ୍ରୀକୃଷ୍ଣ ଓ ଯୋଶଦା, ମା ଓ ପୁତ୍ରର ବାତ୍ସଲ୍ୟ ରସ ଏବଂ ଶେଷରେ ଭୁମି ସୀତା, ମା ଓ ଝିଅର ବାତ୍ସଲ୍ୟ ରସକୁ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ମା ଓ ପୁତ୍ରୀ ବୈଜୟନ୍ତୀ କାସୀ ଓ ପ୍ରତିକ୍ଷା କାସୀଙ୍କ ପରିବେଷଣ ଅତ୍ୟନ୍ତ ଭାବୋବିହ୍ୱଳ ଥିଲା।

ଉତ୍ସବର ଅତିଥିମାନେ ଥିଲେ ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଡ଼. ଏସ.କେ. ତାମୋଟିଆ; କ୍ରାଉନ ହୋଟେଲର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଏ. କେ. ତାଲୁକଦାର; ପ୍ରୀୟଦର୍ଶିନୀ ହସ୍ତତନ୍ତର ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top