ଓଡ଼ିଶା

କଣ୍ଟେନର ଭର୍ତ୍ତି ୮୧ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ୍ ଚାଲାଣ ବେଳେ ଧରାପଡିଲା ପୁଲିସ୍ ଦ୍ୱାରା ମୃତ ଗୋରୁ ସହ ୩୩ ଉଦ୍ଧାର, ୩ ଗିରଫ, ବୋଲେରୋ ଜବତ,

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆମ ରାଜ୍ୟର ବିଭିନ୍ନ ଅଂଚଳରୁ ବାହାର ରାଜ୍ୟକୁ ଚୋରା ଗୋରୁ ଚାଲାଣ ରାକେଟ୍ ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ଚୋରା ଚାଲାଣକାରୀମାନଙ୍କୁ କେତେକ ଅସାମାଜିକ ଅସାଧୁ ବ୍ୟକ୍ତିବିଶେଷ ମୋଟା ଅଙ୍କର ହାତଗୁଂଜା ନେଇ ଜାତୀୟ ରାଜପଥ ଓ ଥାନା ଅଂଚଳ ଅତିକ୍ରମ କରାଇଥାନ୍ତି। ତେବେ ଆଜି ଏହି ଚୋରା ରାକେଟ୍ ଅଭିନବ ଉପାୟରେ ଦୀର୍ଘକାୟ କଣ୍ଟେନର ଦ୍ୱାରା କିଭଳି ଆବଶ୍ୟକ ଠାରୁ ଅଧି ଗୋରୁ ନେଉଛନ୍ତି, ତାହାର ନଜିର ଆଜି ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡିଥିବା ତଥ୍ୟରୁ ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସୁଦୂର ତେଲେଙ୍ଗାନାରୁ ଏକ କଣ୍ଟେନର ଯୋଗେ ପ୍ରାୟ ୮୧ ଟି ଗୋରୁ ପଶ୍ଚିମବଙ୍ଗର ଉଲବେରିଆ ଅଂଚଳକୁ ଚୋରା ଚାଲାଣ ହେଉଥିଲା। ଏହି କଣ୍ଟେନରଟିକୁ ଅନ୍ୟ ଏକ ବୋଲେରୋରେ ବସିଥିବା କେତେକ ବ୍ୟକ୍ତି ସୁରକ୍ଷା ଦେଇ ନେଉଥିଲେ। ମାତ୍ର ଦୁର୍ଯୋଗକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ କଣ୍ଟେନରଟି ଖରାପ ହୋଇଯାଇଥିଲା। ଫଳରେ ଗାଡିଟିକୁ ସଜଡାଯାଉଥିବାବେଳେ ସକାଳ ପ୍ରାୟ ୬ଟାରେ ସ୍ଥାନୀୟ ଗ୍ରାମବାସୀ କଣ୍ଟେନରଟି ମଧ୍ୟରୁ ଗୋରୁଙ୍କ ହମ୍ବାରଡି ଶୁଣି ପୁଲିସ୍କୁ ଖବର ଦେଇଥିଲେ। ଗ୍ରାମାଞ୍ଚଳ ଥାନା ପୁଲିସ୍ ୨ ଘଣ୍ଟା ବିଳମ୍ବରେ ଅର୍ଥାତ୍ ଦିନ ପ୍ରା୍ରୟ ୮.୩୦ ରେ ସେଠାରେ ପହଞ୍ଚି ଗାଡିଟିର ଚାଲାଣରେ ୨୧ ଟି ଗୋରୁ ଥିବାର ଦର୍ଶାଯାଇଥିବାର ଦେଖିଥିଲେ। ମାତ୍ର ଗୋଟିଏ ମୃତ ଗୋରୁକୁ ମିଶାଇ ୩୩ ଟି ଗୋରୁ ଜବତ କରିଥିଲେ। ତେବେ ପୁଲିସ୍ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନଙ୍କ ଚଢାଉରେ ବହୁ ଗୋରୁଙ୍କୁ ମୁକ୍ତ କରାଯାଇଥିଲା। ଯାହାଫଳରେ ୮୧ଟି ଗୋରୁରୁ ଅନ୍ୟଗୁଡିକ ବିଭିନ୍ନ ଆଡେ ପଳାଇଥିଲେ। ପୁଲିସ୍ ସୁରକ୍ଷା ଦେଇଆସୁଥିବା ବୋଲେରୋଟି ସହ କଣ୍ଟେନରଟିକୁ ଜବତ କରିଥିବାବେଳେ ଉଦ୍ଧାର ୩୩ଟି ଗୋରୁକୁ ଭଦ୍ରକ ରାଜଘାଟସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରିଛି। ଏବଂ କଣ୍ଟେନରରେ ଥିବା ସେକ୍ ଆଲ୍ଲାଉଦ୍ଦିନ୍ ଓ ମହମ୍ମଦ ତାଜୁଦ୍ଦିନ୍ ନାମକ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ତାର ଚାଳକ ଫେରାର ହୋଇଯାଇଛି। ଅନୁରୂପ ବୋଲେରୋଟିରେ ଥିବା ୮/୧୦ ଜଣଙ୍କ ମଧ୍ୟରୁ ଅନ୍ୟମାନେ ଫେରାର ହୋଇଯାଇଥିବାବେଳେ ଅରସାଦ ଖାଁ ନାମକ ବ୍ୟକ୍ତିକୁ ପୁଲିସ୍ ଗିରଫ କରି କେଶ୍ ନଂ ୨୧୧/୧୮ ମୂଳେ ଏକ ମକଦ୍ଦମା ରୁଜୁ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top