ଅପରାଧ

କଣ୍ଟାମାଳ ରେ ନାବାଳିକା କୁ ଟେକିନେଇ ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର

ବୌଦ୍ଧ, ୩୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଞ୍ଚଳ ରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ନାବାଳିକା କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ଶନିବାର ଦିନ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛପାପାଲି ଗ୍ରାମର ପ୍ରଦୀପ ଡାଙ୍ଗଙ୍କ ପରିବାରର ସମସ୍ତେ ବାହାଘର କାମରେ ସଂପର୍କୀୟ ପିଉଶୀ ଘରକୁ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୋଡିବାହାଲ ଗ୍ରାମକୁ ଆସିଥିଲେ। ସଂଧ୍ୟା ସମୟ ରେ ପାଣି ପାଇଁ ନିଜ ସଂପର୍କୀୟ ପିଉସୀ ମନ୍ଦାର ଚାଉଳିଆଙ୍କ ସହ ପୀଡିତା ଜଣକ ନିକଟସ୍ଥ ନଳକୂଅକୁ ପାଣି ଆଣି ଯାଇଥିବାବେଳେ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ସେଠାରୁ ଟେକି ନେଇ ଥିଲେ। ଏହା ଦେଖି ମନ୍ଦାର ପାଟି କରିବା ସହ ପରିବାର ର ସମସ୍ତ ଙ୍କୁ ଏବଂ ଗ୍ରାମବାସୀ ଙ୍କୁ ଖବର ଦେଲା ପରେ ଉଭୟେ ମିଶି ଖୋଜା ଖୋଜି କରିଥିଲେ ହେଁ କୈାଣସି ପତ୍ତା ପାଇ ନଥିଲେ ପରେ ପୀଡିତା ଜଣକ ଘରକୁ ଆସି ସବୁ କଥା କହିବା ପରେ ପରିବାର ପକ୍ଷରୁ ରବିବାର ଦିନ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କଣ୍ଟାମାଳ ପୋଲିସ ପୀଡିତା ର ଡାକ୍ତରୀ ମାଇନା କରିବା ସହ ତଦନ୍ତ ଜାରି ରଖିଥିବା କଣ୍ଟାମାଳ ଆଇଆଇସି ନରେଶ ପ୍ରଧାନ କହିଛନ୍ତି। ଦୁଷ୍କର୍ମ ସମୟ ରେ ପୀଡିତା ପିନ୍ଧିଥିବା ଡ୍ରେସ କୁ ପୋଲିସ ଜବତ କରିଛି। ଝିଅ ଟି ନାବାଳିକ ହୋଇଥିବାରୁ ଏବଂ ହାଇସ୍କୁଲରେ ପାଠ ପଢୁଥିବାରୁ ଗରିବ ବାପା ମାଆ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ କଣ୍ଟାମାଳ ଥାନା ୧୯/୨୦୧୮ରେ ଏକ ମାମଲା ରୁଜ୍ଜୁ କରିବା ସହ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ସେକସନ୩୭୬(୨)ଆଇ/୨୯୪/୫୦୬/୩୪ ଆଇପିସି/ଆର.ଡବ୍ଲୁ ସେକସନ ୪/୬ ଅପ ପିସିଏସଓ ଏକ୍ଟ ୨୦ଆର ରୁଜ୍ଜୁ କରାଯାଇଛି। ଘଟଣା ଘଟାଇ ଆସାମୀ ଫେରାର ହୋଇଥିବାବେଳେ କଣ୍ଟାମାଳ ପୋଲିସ ଖୁବ ଶିଘ୍ର ଆସାମୀକୁ ଗିରଫ କରାଯିବ ବୋଲି କହିଛି। ଅପରପକ୍ଷରେ ଆଉଏକ ଘଟଣା ରେ ବରଗାଁ ପଞ୍ଚାୟତ ର ଆଉ ଏକ ପୀଡିତା ଦୁଷ୍କର୍ମ ର ଶିକାର ହୋଇଥିବା ମଧ୍ୟଅଭିଯୋଗ ହୋଇଛି। ଏନେଇ ୧୮/୨୦୧୮ ରେ ଭିନ୍ନ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top