କଣ୍ଟାମାଳ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ପିଡିତା ଗଲେ ବାଳାଶ୍ରମ

ବୌଦ୍ଧ.୩୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଣ୍ଟାମାଳ ଥାନା ଅନ୍ତର୍ଗତ କୁଡିବାହାଲି ଗ୍ରାମରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅର୍ନ୍ତଗତ କୁଡିବାହାଲ ଗ୍ରାମ ଠାରେ ଗତ ଶନିବାର ରାତ୍ରୀରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଗଣ ବଳାକôାର କରାଯାଇଥିବା ଅଭିଯୋଗ ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହେବାପରେ ଏକମାମଲା ରୁଜୁ କରାଯାଇ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ସୂଚନା ଯୋଗ୍ୟ ଯେ ଶନିବାର ରାତ୍ରୀରେ ପିଡିତା ଜଣକ ନିଜର ସଂପର୍କିୟ ମାମୁଁ ଘରକୁ ଯାଇଥିଲେ । ସଂନ୍ଧ୍ୟାରେ ନିଜ ପୀଉସୀଙ୍କ ସହ ଶୌଚ କରିବା ପାଇଁ ଗ୍ରାମମୁଣ୍ଡକୁ ଯାଇଥିବା ବେଳେ ଦୁଇଜଣ ଯୁବକ ଛାତ୍ର୍ରୀ ଜଣକୁ ନିକଟସ୍ଥ ଜଂଗଲକୁ ଉଠାଇ ନେଇଥିଲେ । ଜଂଗଲ ମଧ୍ୟରେ ଛାତ୍ରୀଙ୍କୁ ବଳାକôାର କରାଯିବା ପରେ ରାତ୍ରୀରେ ଛାଡିଦେଇ ଫେରାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କଣ୍ଟାମାଳ ଥାନା କେସ ନମ୍ବର ୧୯/୧୮ ରେ ମାମଲା ରଜୁ କରି ତନାଘନା ଆରମ୍ଭ କରିଥିଲା । ମଙ୍ଗଳବାର ଦିନ ପୋଲିସ ମୁଖ୍ୟଅଭିଯୁକ୍ତ ପରମା ଭୋଇ(୨୩) ଓ ସହଯୋଗୀ ମଗୁସିର ନାଏକ(ବେଡା)କୁ ଖଟଖଟିଆ ପଂଚାୟତ ଅନ୍ତର୍ଗତ ବନ୍ଧଝୁଲି ଗ୍ରାମରୁ ସଂପର୍କିୟା ପିଉସୀଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଥିଲା । ଦୁଇ ଅଭିଯୁକ୍ତଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ବୌଦ୍ଧ କୋର୍ଟକୁ ଚାଲାଣ କରାଯାଇଥିବା ଜଣାଯାଇଛି । ଅପରପକ୍ଷେ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଶିଶୁ ସୂରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଅଧ୍ୟକ୍ଷ ଧରଣୀଧର ପ୍ରଧାନଙ୍କ ସମେତ ଏକ ଟିମ ପିଡିତାଙ୍କ ପରିବାରକୁ ସାକ୍ଷାତ କରି ବୁଝାଶୁଝା କରିଥିଲେ । ଶେଷରେ ଶିଶୁ ସୂରକ୍ଷା ଡେସ୍କର ସଦସ୍ୟମାନଙ୍କ ପରାମର୍ଶ କ୍ରମେ ଓ ପିଡିତା ନିଜକୁ ସୂରକ୍ଷିତ ମନେ କରୁନଥିବାରୁ ତାଙ୍କୁ ଓ ତାଙ୍କର ସାନଭାଇକୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମକୁ ପଠାଇ ଦେଇଥିଲେ । ପିଡିତାଙ୍କ ଶିକ୍ଷା ଓ ସମସ୍ତ ଖର୍ଚ୍ଚ ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ଉପଜିଲାପାଳ ଶ୍ରୀନାଏକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *