କଣ୍ଟାବାଞ୍ଜି-ଜୟପୁର ଭାୟା ଖଡିଆଳ ରେଳପଥ ଶିଘ୍ର କାର୍ଯ୍ୟକାରୀ ଦାବି

ଖଡିଆଳ/ନୂଆପଡା-୧୩.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- କେବିକେ ଅଞ୍ଚଳ ସମଗ୍ର ଦେଶରେ ପଛୁଆ ଅଞ୍ଚଳ ରୂପେ ପରିଗଣିତ ହୋଇଥିବା ବେଳେ ସମସ୍ତ ସରକାରୀ ସୁବିଧା ବିଳମ୍ବରେ ପହଞ୍ଚିଥାଏ। ଏହି ଅଞ୍ଚଳକୁ ଗମନାଗମନର ବ୍ୟବସ୍ଥା ନଥିବା ବେଳେ ରେଳସେବା ନାହିଁ କହିଲେ ଚଲେ। କେବିକେ ଅଞ୍ଚଳର ଏକ କିଲୋମିଟର ରେଲ ଲାଇନ୍ ଦେଖିନଥିବା ନବରଙ୍ଗପୁର ଜିଲାକୁ ରେଳ ସେବା ଯୋଗାଣ ପାଇଁ କଣ୍ଟାବାଞ୍ଜି-ଜୟପୁର ଭାୟା ରାଜଖଡିଆଳ-ଆମପାଣି-ନବରଙ୍ଗପୁର ୨୦୦୮ ମସିହାରେ ରେଲ ବଜେଟରେ ଖଡିଆଳ ବିକାଶ ମଞ୍ଚ ପକ୍ଷରୁ ଜନତାଙ୍କ ଦାବି ନେଇ ପ୍ରଥମ କରି ନୂତନ ପ୍ରସ୍ତାବିତ ରେଲ ଲାଇନ ରୂପେ ସର୍ଭେ ପାଇଁ ମଂଜୁର ହୋଇଥିଲା। ଏହି ରେଳପଥ ୨୨୦କିଲୋମିଟର ପଛୁଆ ଅନୁନ୍ନତ ଏବଂ ଆଦିବାସୀ ବହୁଳ କେବିକେ ଅଞ୍ଚଳର ଅବିଭକ୍ତ କଲାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ନୂଆପଡା, ନବରଙ୍ଗରପୁର ଏବଂ ଜୟପୁର ପାଞ୍ଚଗୋଟି ଜିଲା ଦେଇ ଅତିକ୍ରମ କରିବ। ଏନେଇ ଗତ ବର୍ଷ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ କେବିକେ ଅଞ୍ଚଳର ବିକାଶ ଏହି ରେଳପଥ ଗମନାଗମନ ସୁବ୍ୟବସ୍ଥା ଦ୍ୱାରା ହିଁ ସମ୍ଭବପର ହୋଇପାରିବ ବୋଲି ମତବ୍ୟକ୍ତ କରିଥିବା ବେଳେ ସାଂସଦ ଭୂପିନ୍ଦର ସିଂ ବାରମ୍ବାର ଏହି ରେଳପଥ ନିର୍ମାଣ ପାଇଁ ଦାବି କରିଆସୁଥିଲେ ସୁଦ୍ଧା କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇ ଆସିଥିଲା। ସେହିପରି ସାଂସଦ ବୈଷ୍ଣବ ପରିଡା, ଏ.ଭି ସ୍ୱାମୀଙ୍କ ମନ୍ତବ୍ୟକୁ ପୁନର୍ବାର ଦୋହରାଇ କଣ୍ଟାବାଞ୍ଜି-ଜୟପୁର ଭାୟା ରାଜଖଡିଆଳ-ଆମପାଣି-ନବରଙ୍ଗପୁର ରେଳପଥ ଶିଘ୍ର ନିର୍ମାଣ ପାଇଁ ଗୃହରେ ଉପସ୍ଥାପନା କରିଥିଲେ। ଖଡିଆଳ ବିକାଶ ମଞ୍ଚ ପକ୍ଷରୁ କୋରାପୁଟ- ବିଶାଖାପଟ୍ଟନମ ରେଲ ଡିଭିଜନକୁ ବାରମ୍ବାର ଦୃଷ୍ଟି ଆର୍କଷଣ କରିବା ପରେ ୨୦୧୧ ମସିହାରେ ଦ୍ୱିତୀୟଥର ସର୍ଭେ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ସର୍ଭେ ଏଡ୍ ବ୍ରହ୍ମପୁରର ପକ୍ଷରୁ ଟେଣ୍ଡର ପକାଇ କାର୍ଯ୍ୟ ଅଧାବାଟରେ ଛାଡିଦେଇଥିବା ଖଡିଆଳ ବିକାଶ ମଞ୍ଚ ସମ୍ପାଦକ ତପନ ଦାଶ ପ୍ରକାଶ କରନ୍ତି। ୨୦୧୨ ମସିହାରେ ତୃତୀୟ ଥର ପାଇଁ ଟେଣ୍ଡର ଆହ୍ୱାନ କରାଯାଇ ଭୋପାଳର ସର୍ଭେ ସଲୁସନ୍ କମ୍ପାନୀ ଏମ.ପି ୟାଦବ ସର୍ଭେ କାର୍ଯ୍ୟ କରି ତିନି ପ୍ରକାର ଜମି, ବିଦ୍ୟୁତ୍ ଏବଂ ସିଗନାଲ ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଅଛି। ସରକାର ଏବଂ ସରକାରୀ କଳର ଆନ୍ତରିକତା ଅଭାବ ଯୋଗୁଁ ଏହି ରେଳପଥ ନିର୍ମାଣ କାର୍ଯ୍ୟର ବିଳମ୍ବ ଘଟୁଥିବା ନେଇ ବୁଦ୍ଧିଜୀବି ମହଳରେ ଚର୍ଚ୍ଚା ହେଉଛି। ଏହି ରେଲପଥ ନିର୍ମାଣ ହେଲେ କେବିକେ ଅଞ୍ଚଳରେ ସାମଗ୍ରୀକ ବିକାଶ ସାଙ୍ଗକୁ କଞ୍ଚାମାଲ ଏବଂ ଉତ୍ପାଦନ କେନ୍ଦ୍ରର ସିଧାସଳଖ ସଂପର୍କ ସ୍ଥାପନ ହୋଇପାରିବ ଏବଂ ପଛୁଆ ଅଞ୍ଚଳର ବିକାଶ ସବୁ କୋଣ ଅନୁକୋଣକ ପହଞ୍ଚିପାରିବ। ପୂର୍ବତଟ ରେଳବିଭାଗ ତରଫରୁ ରେଳପଥ ନିର୍ମାଣ ନେଇ ୪ ଗୋଟି ଜିଲାପାଳ କଲାହାଣ୍ଡି, ବଲାଙ୍ଗିର, ନୂଆପଡା ଏବଂ ନବରଙ୍ଗପୁରଙ୍କୁ ୨୦୧୩/୧୪/୧୫ ମସିହାରେ ସୂଚନା ପ୍ରଦାନ ପାଇଁ ଅନୁରୋଧ କରାଯାଇଥିବା ବେଲେ ସେହି ୪ ଜଣ ଜିଲାପାଳ ଆବଶ୍ୟକ ସୂଚନା ପ୍ରଦାନ କରିଥିବା ଜଣାପଡିଛି। ଏହି ରେଳପଥ ନିର୍ମାଣ ପରେ ଆର୍ଥିକ ପରିସ୍ଥିତିର ଉନ୍ନତି ଘଟିବା ସହ ଅଞ୍ଚଳରେ ଥିବା ଖଣିଜ ସମ୍ପଦର ସଦ୍ ବିନିଯୋଗ ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ରେଳପଥ ନିର୍ମାଣ ପରେ ରେଳବିଭାଗ ୧୫ ପ୍ରତିଶତରୁ ଅଧିକ ଅର୍ଥ ଲାଭବାନ ହେବ ବୋଲି ଆକଳନ କରାଯାଉଥିବା ବେଲେ ଏହାକୁ ଚକ୍ରାନ୍ତ କରି ପ୍ରକଳ୍ପ ନିର୍ମାଣରେ ବାଧକ ସାଜୁଥିବା ଜଣାପଡିଛି। ଏନେଇ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ସମ୍ବଳପୁର ରେଳମଣ୍ଡଳ କାର୍ଯ୍ୟାଳୟ ଠାରେ ଅନଷ୍ଠିତ ସାଂସଦ ମାନଙ୍କ ବୈଠକରେ କଣ୍ଟାବାଞ୍ଜି ଠାରୁ ଖଡିଆଳ ଦେଇ ନବରଙ୍ଗପୁର-ଜୟପୁରକୁ ରେଳପଥ ସଂଯୋଗ ପାଇଁ ଦୃଢୋକ୍ତି ଦାବି ଉପସ୍ଥାପନା କରିଥିବା ବେଲେ ମୁଖ୍ୟତଃ ୧୦ ଗୋଟି ରେଳପଥ ନିର୍ମାଣ ଦାବି ଉପସ୍ଥାପନା କରିଥିଲେ। ଏହି ରେଳପଥ ନିର୍ମାଣ ନେଇ ଖଡିଆଳ ବିକାଶ ମଞ୍ଚ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨ ଥର ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଡଃ ମହେଶ ଶର୍ମାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖଡିଆଳ ଗସ୍ତ ସମୟରେ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରାଯାଇ ବେଲେ ଏନେଇ ରେଳମନ୍ତ୍ରୀଙ୍କୁ ପତ୍ର ଲେଖିବେ ବୋଲି ପ୍ରତିଶୃତୀ ଦେଇଥିଲେ। ଏହି ରେଳପଥ ନିର୍ମାଣ ହେଲେ ପଶ୍ଚିମ ଓଡିଶାର ୫ ଗୋଟି ଜିଲାର ଲୋକେ ଉପକୃତ ହେବେ ବୋଲି ଜଣାପଡିଛି। ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରେଳପଥ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *