ଦେଵଗଡ଼ ୨୨-୧୦ (ଓଡ଼ିଆ ପୁଅ) : କଣ୍ଟାପାଲି-ଟୁସୁଳା ରାସ୍ତା ଖୁବଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଚାଲିଯାଇ, ସଡ଼କ ଓ ଗୃହ ନିର୍ମାଣ ବିଭାଗ ଅଧିନକୁ ଯିବ ବୋଲି ଏକ ମିଳିତ ପ୍ରେସ ବିବୃତ୍ତିରେ ଶ୍ରୀ ସଂଜୀବ କୁମାର ସାହୁ, ମାନ୍ୟବର ବିଧାୟକ, ଆଠମଲ୍ଲିକ ତଥା ପଯ୍ୟବେକ୍ଷକ ଦେଵଗଡ଼ ଜିଲ୍ଲା ଏବଂ ଶ୍ରୀ ସୁଧୀର କପରଦାର, ଜିଲ୍ଲା ସଭାପତି ବି.ଜେ.ଡ଼ି. ପ୍ରକାଶ କରିଛନ୍ତି।
ଦେଵଗଡ଼ ଜିଲ୍ଲା ଏନପାୱାରମେଣ୍ଟ କମିଟିରେ ଏହି ରାସ୍ତା ସଡ଼କ ଓ ଗୃହ ନିର୍ମାଣ ବିଭାଗ ଅଧୀନକୁ ଯିବାପାଇଁ ପ୍ରସ୍ତାବ ଗୃହିତ ହୋଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ଯାଇଥିଲା। ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ଓ ଉନ୍ନତ ମାନର ରାସ୍ତା ନିର୍ମାଣ ସଂଭବ ହୋଇପାରିବ। ଏହାକୁ ଆଳକରି ଜଣେ ରାଜନେତା ଅନଶନ ଧର୍ମଘଟ କରିବା କଥା ସମ୍ବାଦପତ୍ର ଗୁଡିକରେ ପ୍ରକାଶିତ ହୋଇଛି। ପ୍ରେସ ବିବୃତିରେ ଶ୍ରୀ ସାହୁ ଓ ଶ୍ରୀ କପରଦାର ପ୍ରକାଶ କରିଛନ୍ତି ଯେ, ଏହି ରାଜନେତା ଲଇମୁରା ଅଞ୍ଚଳରେ ମୋବାଇଲ ଟାୱାର ଗତ ବର୍ଷ ତା ୧୭/୦୪/୧୬ରିଖ ଦିନ ଉଦଘାଟନ କରିଥିଲେ। ଉକ୍ତ ଅଞ୍ଚଳବାସୀ, ବର୍ତ୍ତମାନ ମୋବାଇଲରେ କିଭଳି କଥାବାର୍ତ୍ତା ହୋଇଛନ୍ତି, ତାହା ସମସ୍ତଙ୍କୁ ଜଣା। ତାଙ୍କ ଦୀର୍ଘ ୮ ବର୍ଷର ପ୍ରତିନିଧିତ୍ଵ ସମୟରେ, ଏଭଳି ଶସ୍ତା ରାଜନୀତି ଓ ରାଜନେତାଙ୍କ ପାରିବାପଣିଆ, ଦେଵଗଡ଼ବାସୀଙ୍କୁ ବେଶ ଜଣା ଅଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।