ଅନୁଗୁଳ

କଣିହାଁ ବ୍ଲକର ସମିତି ସଭ୍ୟ/ସଭ୍ୟାକୁ ଅଣଦେଖା କରାଯାଉଥିବାର ଅଭିଯୋଗ

ତାଳଚେର,୧୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକର ବିଭିନ୍ନ ପଂଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ/ସଭ୍ୟାମାନଙ୍କୁ ଅବଗତ କରାଯାଉନି କି ସେମାନଙ୍କର ପରାମର୍ଶ ଲୋଡ଼ା ଯାଉନି କିମ୍ବା ସେମାନଙ୍କର ପ୍ରସ୍ତାବ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଣଦେଖା କରାଯିବା ସହ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ମାତ୍ରାରେ ଉଲ୍ଲଂଘନ କରାଯାଉଛି । ସେହିପରି ପ୍ରୋଜେକ୍ଟ ବାବଦରେ ପଂଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ପ୍ରୋଜେକ୍ଟ ଦେବା ଏବଂ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପଂଚାୟତରେ ପାସ ହେବା ନିୟମ ଥିବାବେଳେ ସମିତି ସଭ୍ୟ/ସଭ୍ୟାମାନଙ୍କ ସହ କୈାଣସି ପ୍ରକାର ଆଲୋଚନା କରାନଯାଇ ପ୍ରୋଜେକ୍ଟ ପାସ କରାଯାଉଥିବାର ଅଭିଯୋଗ ହୋଇଛି । ଏ ବାବଦରେ କଣିହାଁ ବ୍ଲକ ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା କରାଯାଇ ନଥିବାର ସେମାନଙ୍କୁ ବ୍ଲକ ଅଧ୍ୟକ୍ଷ ଲିଖିତଭାବେ ଜଣାଇଛନ୍ତି । ସାମ୍ବିଧାନିକ ନିୟମ ଅନୁସାରେ ସମିତି ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଓ କାର୍ଯ୍ୟକ୍ରମରେ ସେମାନଙ୍କର ଭାଗ ନେବା ଅଧିକାର ଥିବାବେଳେ କାହା ଇଙ୍ଗିତରେ ଏହି ଅଧିକାରକୁ ସଙ୍କୁଚିତ କରାଯାଉଛି ତାହା ତଦନ୍ତସାକ୍ଷେପ ବୋଲି ଏହି ସମିତି ସଭ୍ୟ/ସଭ୍ୟାମାନେ ମତବ୍ୟକ୍ତ କରିଛନ୍ତି । ସରକାରଙ୍କ ନିୟମାନୁସାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା,ଆମ ଗାଁ ଆମ ବିକାଶ ଏବଂ ବିଭିନ୍ନ ଅନୁଦାନ ମଧ୍ୟ ପଂଚାୟତ ସମିତିରେ ରେକର୍ଡ଼ ଖୋଲିବାସହ ଡିପାର୍ଟମେଂଟ କରାଯିବ,ତେବେ ତାହା ତାହା କରାନଯାଇ ନୀତି ନିୟମକୁ ଜଳାଞ୍ଜଳୀ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଅଣଦେଖାର ଶୀକାର ହୋଇଥିବା କଣିହାଁ ବ୍ଲକ ଉପାଧ୍ୟକ୍ଷ ତି୍ରପୁରାରୀ ପ୍ରଧାନ,ସମିତି ସଭ୍ୟ/ସଭ୍ୟା ବୃନ୍ଦ ବିନତୀ ନାଏକ,ଗୋଲାପ ବେହେରା, ଜଲିରାଣୀ ପ୍ରଧାନ,ସୁପି୍ରୟା ସାହୁ,ଦେବେନ୍ଦ୍ର ବାରିକ,ସଞ୍ଜୁଲତା ସାହୁ,ଜତିନ୍ଦ୍ର କୁମାର ସାହୁ,ରାଜେନ୍ଦ୍ର କୁମାର ବେହେରା,ସନ୍ତୋଷ କୁମାର ବେହେରା,ସଞ୍ଜଲତା ଗଡ଼ନାୟକ ପ୍ରମୁଖ କଣିହାଁ ବିଡିଓଙ୍କୁ ଲିଖିତ ଅଭିଯୋଗ କରିବାସହ ଏହାର ନକଲ ମୂଖ୍ୟ ଶାସନ ସଚିବ ଓ ଅନୁଗୋଳ ଜିଲ୍ଲାପାଳ,ଉପଜିଲ୍ଲାପାଳ ପ୍ରମୁଖଙ୍କୁ ପ୍ରେରଣ କରିଛନ୍ତି । ଏଥିପ୍ରତି ସୁବିଚାର କରାନଗଲେ ଆଗାମୀ ଦିନରେ ପଂଚାୟତ କାର୍ଯ୍ୟାଳୟ ବନ୍ଦ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top