କଣିହାଁରେ କ୍ଷେତ୍ରୀୟ ପରିଚାଳନାଗତ କାର୍ଯ୍ୟ ନିଷ୍ପାଦନ ସମୀକ୍ଷା ବୈଠକ

ତାଳଚେର,୧୦/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜାତୀୟ ତାପଜ ବିଦୁ୍ୟତ କେନ୍ଦ୍ର,କଣିହାଁ ପକ୍ଷରୁ ୧୭ତମ କ୍ଷେତ୍ରୀୟ ପରିଚାଳନାଗତ କାର୍ଯ୍ୟ ନିଷ୍ପାଦନ ସମୀକ୍ଷା ବୈଠକ ଗତ ୭ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମୀକ୍ଷା ବୈଠକରେ ଏନ୍.ଟି.ପି.ସି ଲିମିଟେଡ଼ର ନିର୍ଦ୍ଦେଶକ (ଅପରେସନସ) କେ.କେ.ଶର୍ମା ଅଧ୍ୟକ୍ଷତା କରିଥିଲେ। ଏନ୍.ଟି.ପି.ସି କଣିହାଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏଥିରେ ଯୋଗଦେଇ ନିର୍ଦ୍ଦେଶକ (ଅପରେସନସ)ଶ୍ରୀ ଶର୍ମା,ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ଣ୍ଣ ରିଜିଅନ-୨)ଡି.କେ.ସୁଦ୍,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଓଏସ୍)ଏସ୍.କେ.ରାଏ ଏବଂ ଏନ୍.ଟି.ପି.ସି.ର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍.ଟି.ପି.ସି ଇଷ୍ଟର୍ଣ୍ଣ ରିଜିଅନ-୨ଅଧିନସ୍ଥ ତାଳଚେର ଥର୍ମାଲ,ବଙ୍ଗାଇଗାଓଁ ଓ ଦର୍ଲିପାଲି ଶକ୍ତି ପ୍ରକଳ୍ପର ବିଭାଗୀୟ ମୂଖ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକଳ୍ପରେ ଉତ୍ପାଦିତ ବିଦୁ୍ୟତ ଶକ୍ତି ବୃଦ୍ଧି କରିବାନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଗତ ୬ତାରିଖରେ ନିର୍ଦ୍ଦେଶକ(ଅପରେସନସ)ଶ୍ରୀ ଶର୍ମା ସ୍ଥାନୀୟ ରିକି୍ରଏସନ କ୍ଲବଠାରେ ଆୟୋଜିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ପ୍ରକଳ୍ପର କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ। ସେହିପରି ଶ୍ରୀ ଶର୍ମା ଗତ ୭ତାରିଖରେ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଏକ ସେଫ୍ଟି ପାର୍କକୁ ଉଦ୍ଘାଟନ କରିଥିଲେ। ପ୍ରକଳ୍ପର କର୍ମଚାରୀ ଏବଂ ଶ୍ରମିକମାନେ କାର୍ଯ୍ୟ ସମୟରେ ଉଦ୍ଦିଷ୍ଟ ସୁରକ୍ଷାମାନକୁ ଅନୁସରଣ କରିବାପାଇଁ ସଚେତନତା ଉଦେ୍ଦଶ୍ୟରେ ଏହି ସେଫ୍ଟି ପାର୍କକୁ ନିର୍ମାଣ କରାଯାଇଛି। ଏତଦ୍ ବ୍ୟତୀତ ଶ୍ରୀ ଶର୍ମା ମଧ୍ୟ ଷ୍ଟେଜ-୨କେଂଟ୍ରାଲ ରୁମ ପରିଦର୍ଶନରେ ଯାଇ ପ୍ରକଳ୍ପର ପରିଚାଳନାଗତ ଦକ୍ଷତାର ସମୀକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *