କଡା ପୋଲିସ ବଳୟ ମଧ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସରକାରୀ ବାଳିକା ବିଦ୍ୟାଳୟଠାରେ ଚଳିତ ବର୍ଷର ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି। ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ସେମାନଙ୍କ ଦାବି ପୂରଣ ନେଇ ମୂଲାୟନ କେନ୍ଦ୍ର ସମ୍ମୁଖରେ ଧାରଣା କାଲି ଠାରୁ ଧାରଣା ଆର୍ମଭ ହୋଇଥିଲା। ଆଜି ମୂଲାୟନ କେନ୍ଦ୍ରକୁ ଖାତା ଦେଖିବା ପାଇଁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଂଚ ପକ୍ଷରୁ ଫେରି ଯିବା ପାଇଁ ଅନୁରୋଧ କରିଯିବା ସହ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଗେଟ ସମ୍ମୁଖରେ ଛିଡା ହୋଇ ରହିଥିଲେ। ଘଟଣା ସ୍ଥଳରେ ସିଟିଡିଏସପି ଟାଉନ ଆଇଆଇସିଙ୍କ ସହ ମାଜିଷ୍ଟ୍ରେଟ ପହଁଚି ଶିକ୍ଷକ ମାନଙ୍କୁ ବୁଝା ସୁଝା କରିବା ସହ ଗେଟ ସମ୍ମୁଖରୁ ହଟିଯିବା ପାଇଁ ଅନୁରୋଧ କରିଥିଲେ। ସେମାନେ ଗେଟ ସମ୍ମୁଖରୁ ନହଟିବା ଦ୍ୱାରା ପୋଲିସ କଡନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଛାଡିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ସଲୀଳା ସେଠୀ, ମୂଲ୍ୟାୟନ କେନ୍ଦ୍ର ନିକଟରେ ପହଁଚି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଯିବା ପାଇଁ କହିବା ପରେ ବାହାରେ ରହିଥିବା ଶିକ୍ଷକ ଶିକ୍ଷୟତୀ୍ର ମାନେ ମୂଲାୟନ କେନ୍ଦ୍ରକ ଯାଇ ଖାତା ଦେଖା କାର୍ଯ୍ୟ ଆରମ୍ଭ କରିଛନ୍ତି। ମିଳିତ ମଂଚ ପକ୍ଷରୁ ଶିକ୍ଷକ ଓ କର୍ମଚାରୀ ମାନେ ସେହିପରି ଗେଟ ସମ୍ମଖରେ ଧାରଣାରେ ଗେଟ ସମ୍ମୁଖରେ ବସି ରହିଥିବା ଦେଖାଦେଇଥିଲା।

Leave a Reply

Your email address will not be published. Required fields are marked *