କେନ୍ଦୁଝର

କଟଲପଶି ବାଲିଘାଟ: ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରାମବାସୀ ପ୍ରଶାସନ ମୁହାଁମୁହିଁ

ଚଂପୁଆ ୮ ଜୁନ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚମ୍ପୁଆ ଉପଖଣ୍ଡର କଟଲପଶି ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଆଜି ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଲିଜ ଧାରୀ ବେଆଇନ ଭାବେ ଲିଜ ଅଂଚଳ ବାହାରୁ ବାଲି ଉତ୍ତୋଳନ କରିବା ସହ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରିବା ଯୋଗୁଁ ଗ୍ରାମବାସୀ ଗାଡି ଗୁଡିକୁ ଅଟକ ରଖିଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଝୁମ୍ପୁରା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ଥିବା ଗ୍ରାମବାସୀ ତହସିଲଦାରଙ୍କୁ ବିରୋଧ କରିଥିଲେ। ପରେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ। ପରିସ୍ଥିତିକୁ ଦେଖି ତହସିଲଦାର ବେଆଇନ ବାଲି ଉତ୍ତୋଳନର ଯାଞ୍ଚ କରିବା ସହ ମେସିନ୍ କୁ ଜବତ କରିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top