ଅପରାଧ

କଟରା ଗୁଳିକାଣ୍ଡ ଘଟଣାରେ ୪ କୋର୍ଟଚାଲାଣ ୧ ଫେରାର

ତିର୍ତ୍ତୋଲ୧୪/୬(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପଞ୍ଚାୟତ କଟରା ହାଟ ଯୋର ନିକଟରେ ଗତ ୯ ତାରିଖ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଚିକିତ୍ସତି ହେଉଥିବାବେଳେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତିର୍ତ୍ତୋଲ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଜଣେ ଫେରାର ଥିବା ଆଜି ତିର୍ତ୍ତୋଲ ଥାନା ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଥାନା ଅଧିକାରୀ ବଳରାମ ନାୟକ, ଏସଡ଼ିପିଓ ଶିବ ଚରଣ ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ବାଲିକୁଦା ଥାନା ସାହାଡ଼ା ଗ୍ରାମର କାଶୀନାଥ ମଲ୍ଲିକଙ୍କ ପୁଅ ରାଜେସ(ହାପି), ଜଗତସିଂହପୁର ଥାନା କାଦୁଆପଡ଼ା ଗ୍ରାମର ବିଜୟ ଗୁରୁଙ୍କ ପୁଅ ସନ୍ତୋଷ(ଟୁବୁରା), ତିର୍ତ୍ତୋଲ ଥାନା ଅନ୍ତର୍ଗତ ନନ୍ଦନ ଗ୍ରାମର ସୁରେନ୍ଦ୍ର ସ୍ୱାଇଁଙ୍କ ପୁଅ ପ୍ରଦୀପ (ଦିପୁ ମାଷ୍ଟର), ଏହି ଥାନା ଅନ୍ତର୍ଗତ ତେରମାଣପୁର ଗ୍ରାମର ସୋମନାଥ ବରାଳଙ୍କ ପୁଅ ସୁର୍ଯ୍ୟକାନ୍ତ(ଜଗା)ଙ୍କୁ ତିର୍ତ୍ତୋଲ ଥାନାର ଏକ ତଦନ୍ତ କାରୀ ଟିମ୍ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଘଟଣାରେ ସମ୍ପୃକ୍ତ ବାପି ନାମକ ଯୁବକ ଅଦ୍ୟାବଧି ଫେରାର ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ସହିତ ରକ୍ତଲଗା ବେଲଚା ବେଣ୍ଟ, ରକ୍ତଭିଜା କପଡ଼ା, ରକ୍ତଭିଜା ମାଟି ପ୍ରଭୃତି ପୋଲିସ ଜବତ କରିଥିବା ସୂଚନା ଦେଇଛନ୍ତି। ଠିକାଦାରି ଓ ପୁର୍ବ ଶତୃତାକୁ କେନ୍ଦ୍ରକରି ଏଭଳି ନାରକୀୟ ଘଟଣା ଘଟିଥିବା କୁହାଯାଉଥିବାବେଳେ ବିଶ୍ୱଜିତର ମା ସୌଦାମିନି ବେଉରା ତିର୍ତ୍ତୋଲ ଥାନାରେ ୧୦ ତାରିଖ ଦିନ ଲିଖିତ ଅଭିଯୋଗ କରିବାପରେ ଥାନା କେଶ୍ ନଂ ୧୪୮/୧୮, ଧାରା ୩୪୧, ୩୨୩, ୨୯୪, ୩୦୭, ୩୨୬/୩୪ ଆଇପିସି ୨୫/୨୭ ଆରମ୍ ଆକ୍ଟରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top