ଓଡ଼ିଶା

କଟରାରେ ଗୁଳିକାଣ୍ଡ : ଜଣେ ଯୁବକ ଗୁରୁତର ଆହତ

ତିର୍ତ୍ତୋଲ ୯/୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପଞ୍ଚାୟତ କଟରା ହାଟ ଯୋର ନିକଟରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡରେ ଆହତ ହୋଇଥିବା ଯୁବକ ଜଣକ ରବିନ୍ଦ୍ର ବେହେରାଙ୍କ ପୁଅ ବିଶ୍ୱଜିତ୍ ବୋଲି ଜଣାପଡ଼ିଛି। ତିର୍ତ୍ତୋଲ ଥାନା ଅର୍ନ୍ତଗତ କଟରା ପଞ୍ଚାୟତ କଢ଼ାଙ୍ଗ ଗ୍ରାମର ବିଶ୍ୱଜିତ ବେହେରା କଟରା ହାଟ ନିକଟସ୍ଥ ଯୋର ପୋଲଉପରେ ଏକାକି ବସିଥିବାବେଳେ ୩ଜଣ ଯୁବକ ଏକ ବାଇକ୍ ଯେଗେ ଆସି ବିଶ୍ୱଜିତ୍ ଙ୍କୁ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡ ଓ ହାତକୁ ମଧ୍ୟ ଆଘାତ ଲଗାଇବା ସହିତ ଗୋଡ଼ର ଆଣଣ୍ଠୁ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଲୋକ ବିଶ୍ୱଜିତ୍ ଙ୍କୁ ଚିକିତ୍ସାପାଇଁ ଜଗତସିଂହପୁର ମେଡ଼ିକାଲକୁ ନେଇଯାଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାପଡ଼ିଛି। ପୂର୍ବ ଶତୃତାରୁ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଖବର ପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗିରଫ କରାଯାଇନଥିବା ଜଣାପଡ଼ିଛି। ଦୁଇଦିନ ତଳେ ମଦଦୋକାନୀ ଓ ସ୍ଥାନୀୟ ସରକଞ୍ଚଙ୍କ ସହିତ ଏହି ଯୁବକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇପାରିଥାଏବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top