ଓଡ଼ିଶା

କଟକ ମେଡିକାଲରେ ଚିକିତ୍ସିତ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡିତାର ଆଶୁ ଆରୋଗ୍ୟ କାମନା କରି ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ତରଫରୁ ସମସ୍ତ ଜିଲ୍ଲାର ସଦରମହକୁମାଠାରେ ସମୂହ ଦୀପଦାନ କରାଯିବ

– ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକାଣ୍ଡ ଏବଂ ଦୁଷ୍କର୍ମକୁ ରୋକିବା ପାଇଁ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି
– ଶାସକ ବିଜେଡି ଦଳର ନେତା ମାନେ ଦୁର୍ଷ୍କମ କରିବାକୁ ପୋତ୍ସାହିତ କରୁଛନ୍ତି
– ଶାସକ ବିଜେଡିର ବିଫଳତା କାରଣରୁ ଅପରାଧୀମାନେ ନିର୍ଭୟରେ ଏଭଳି ଲଜ୍ଜିତ ଓ ଜଘନ୍ୟ ଘଟଣା ଭିଆଇ ଚାଲିଛନ୍ତି

ଭୁବନେଶ୍ୱର, ତା.୨୫/୦୪(ଓଡ଼ିଆ ପୁଅ): ରାଜ୍ୟରେ ନାବାଳିକା ମାନଙ୍କ ପ୍ରତି ଦୁଷ୍କର୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର ଏନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ କିଛିଦିନ ତଳେ କୁନ୍ଦୁଲିରେ ଏକ ନାବାଳିକା ପୀଡିତା ଗଣଦୁର୍ଷ୍କମରେ ଶିକାର ହୋଇ ମଧ୍ୟ ନ୍ୟାୟ ପାଇଲା ନାହିଁ। ସେହିପରି ଏବେ ସାଲେପୁରର ଜଣେ ନାବାଳିକା ଦୁର୍ଷ୍କମରେ ଶିକାର ହୋଇ କଟକ ବଡ ମେଡିକାଲରେ ନିଜ ଜୀବନ ସହ ସଂଗ୍ରାମ କରୁଛି। ରାଜ୍ୟରେ ଘଟୁଥିବା ଏଭଳି ଆମାନୁଷିକ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଘଟଣାକୁ ପ୍ରତିବାଦ କରିବା ସହ ନାବାଳିକା ଦୁର୍ଷ୍କମ ପୀଡିତାର ଆଶୁ ଆରୋଗ୍ୟ କାମନା କରି ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ତରଫରୁ ସମସ୍ତ ଜିଲ୍ଲାର ସଦରମହକୁମା ଠାରେ ସମୂହ ଦୀପଦାନ କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

ଶ୍ରୀମତି ପରିଡା କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଶାସକ ବିଜେଡି ଦଳର ନେତା ମାନେ ଦୁର୍ଷ୍କମ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ମହିଳାଙ୍କୁ ଦୁର୍ଷ୍କମ ଶାସକ ବିଜେଡି ବିଧାୟକଙ୍କ ସଂର୍ପକୀୟ ଭାଇର ସଂପୃକ୍ତି ରହିଛି। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏକ ନାବାଳିକାରୁ ଚକୋଲେଟ ଦେଇ ଶାସକ ବିଜେଡି ଦଳର ବିଧାୟକଙ୍କ ପୁତୁରା ଦୁର୍ଷ୍କମ କରିଥିଲା। ଓଡିଆ ସିନେ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ବିଜେଡି ଦଳର ନେତା ଅସଦାଚରଣ କରିବା ଏବଂ ମାଡ ମାରିବା ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣାରୁ ସ୍ପଷ୍ଟ ହେଉଛି କି ବିଜେଡି ନାରୀ ମାନଙ୍କୁ ସମ୍ମାନ ନୁହେଁ ବରଂ ଅପମାନିତ କରିଚାଲିଛି।

ରାଜ୍ୟର ଶାସନ ବ୍ୟବସ୍ଥା ପ୍ରତି ସାଧାରଣ ଜନତା ଆସ୍ଥା ହରାଇ ବସିଛନ୍ତି। ପ୍ରଶାସନ ନିଜର ସଠିକ ଭୂମିକା ଗ୍ରହଣ କରିବାରେ ବିଫଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ନେତୃତ୍ୱ କାରଣରୁ ଆଜି ଓଡିଶା ଅପରାଧୀମାନଙ୍କ ଚରାଭୂଇଁ ସାଜିଛି। ଏପରିକି ଦିନ ଦ୍ୱିପ୍ରହରରେ ଖୋଳାଖୋଲି ଭାବେ ରାଜ୍ୟର ମାଁ ଓ ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଛି। ଅପରାଧୀମାନେ ଛୋଟ ଛୋଟ ଝିଅମାନଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ପୋଲିସ, ପ୍ରଶାସନକୁ ବେଖାତିର କରି ଅପରାଧୀମାନେ ସଂଗଠିତ ହିଂସାକାଣ୍ଡ ଭିଆଉଛନ୍ତି। ଗତ ଦୁଇ ଦିନ ମଧ୍ୟରେ କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୬ଟି ନାବାଳିକା ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଏହା ହିଁ ଶାସକ ବିଜେଡିର ବିଫଳତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ନିଜର ହୀନ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବା ଶାସକ ବିଜେଡି ଉଭୟ ଅପରାଧ ଏବଂ ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀମତି ପରିଡା କହିଛନ୍ତି।

ଗତକାଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକସ୍ଥିତ ଏସସିବି ମେଡିକାଲ କଲେଜ ଯାଇ ଜୀବନ ସହ ସଂଗ୍ରାମ କରୁଥିବା ସାଲେପୁର ନାବାଳିକା ଦୁଷ୍କର୍ମ ପୀଡିତାକୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଶ୍ରୀ ପଣ୍ଡା ମେଡିକାଲ କଲେଜ କତୃପକ୍ଷଙ୍କ ସହ ଆଲୋଚନା କରି ପୀଡିତାକୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକାଣ୍ଡ ଏବଂ ଦୁଷ୍କର୍ମକୁ ରୋକିବା ପାଇଁ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ନାବାଳିକା ମାନଙ୍କ ପ୍ରତି ଦୁର୍ଷ୍କମ କରୁଥିବା ଅପରାଧୀମାନଙ୍କ ପାଇଁ ଫାଶୀ ଏବଂ ଆଜୀବନ କାରାଦଣ୍ଡ ଭଳି କଠୋର ଦଣ୍ଡବିଧାନର ଅଧ୍ୟାଦେଶ ଆଣିଛନ୍ତି। ଏହା ସତ୍ୱେ ଶାସକ ବିଜେଡିର ବିଫଳତା କାରଣରୁ ଅପରାଧୀମାନେ ନିର୍ଭୟରେ ଏଭଳି ଲଜ୍ଜିତ ଓ ଜଘନ୍ୟ ଘଟଣା ଭିଆଇ ଚାଲିଛନ୍ତି ବୋଲି ଶ୍ରୀମତି ପରିଡା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top