ଓଡ଼ିଶା

କଟକ, ଭୁବନେଶ୍ୱର, ବ୍ରହ୍ମପୁର ବର୍ଷା ବିତ୍ପାତ ମଣିଷକୃତ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୨୧ା୭ (ଓଡ଼ିଆ ପୁଅ) : ଲଗାଣ ବର୍ଷା ଯୋଗୁଁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରେ ପାଞ୍ଚଫୁଟ ଓ ଛଅଫୁଟର ପାଣି ଅଧିକାଂଶ ଅଞ୍ଚଳରେ ଘର ଭିତରେ ପାଣି ପଶିଯାଇଛି। ଖୋଦ କଟକ ଜିଲ୍ଲାପାଳଙ୍କ ବାସଭବନ ଭିତରେ ୪ ଫୁଟର ପାଣି, ମହାନଗର ନିଗମମାନଙ୍କର ଓ ନଗର ଉନ୍ନୟନ ବିଭା. ବିଡିଏ, ସିଡ଼ିଏ, ବିଏମ୍ସି, ସିଏମ୍ସି ଓ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍ ର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଦେଇଛି। ଗୋଟାଏ ଦିଗରେ ପ୍ରାକୃତିକ ନାଳ ନର୍ଦ୍ଦମା ଜବରଦଖଲ, ବେଆଇନ୍ କୋଠା ନିର୍ମାଣ, ଡ୍ରେନ୍ ସଫେଇରେ ଚରମ ଦୁର୍ନୀତି ଯୋଗୁଁ ଏହି ମହାନଗର ବାସିନ୍ଦାମାନେ ଲଗାଣ ବର୍ଷା ପାଣିରେ ନାହିଁ ନଥିବା ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି। ରାଜ୍ୟସରକାର ଓ ଉନ୍ନୟନ କର୍ତ୍ତୃପକ୍ଷମାନେ ଆଜିର ଏହି ବିତ୍ପାତରୁ ଶିକ୍ଷାଲାଭ ନକରନ୍ତି ତାହେଲେ ଆଗାମୀ ଦିନରେ ଏହିସବୁ ନଗରର ଅଧିବାସୀମାନଙ୍କର ଦୁର୍ଦ୍ଦଶା ଆହୁରି ବଢ଼ିଯିବ। ଗୋଟିଏ ଦିଗରେ ଗ୍ରୀଷ୍ମ ଋତୁରେ ପିଇବା ପାଣି ସମସ୍ୟା ଓ ଦୂଷିତ ଜଳ ପିଇ ଜଣ୍ଡିସ୍ ବ୍ୟାପିବା ଅନ୍ୟ ଦିଗରେ ବର୍ଷା ଋତୁରେ ଘର ଭିତରେ ପାଣି ପଶିଯିବା ଏହି ବାସିନ୍ଦାମାନଙ୍କର ଦେହସୁଆ ହୋଇଯାଇଛି। ମହାନଗର ନିଗମମାନଙ୍କର ଅଧିକାରୀମାନେ ସତେ ଯେମିତି ନିଘୋଡ ନିଦରେ ଶୋଇଛନ୍ତି ଏବଂ ତାଙ୍କ ସହିତ ହାତ ମିଳେଇ ନଗର ଉନ୍ନୟନ ବିଭାଗ ମଧ୍ୟ ନିଦାଃବିଷ୍ଣୁ ସାଜିଛି। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଯଦି ପଦକ୍ଷେପ ନ ନିଅନ୍ତି ତାହେଲେ ଜନ ଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତରେ ପହଞ୍ଚିବ। ବେଳ ଥାଉଥାଉ ସରକାର ଏଥିରେ ହସ୍ତକ୍ଷେପ କରି ନାଳ ନର୍ଦ୍ଦମା ସଫେଇ କରିବା, କୋଠାବାଡ଼ି ନିର୍ମାଣକୁ ଯୋଜନାବଦ୍ଧ ଭାବରେ କରିବାକୁ ନିର୍ଦ୍ଦେଶଦେବା ଏବଂ ଏହିସବୁ ମହାନଗର ନିଗମମାନଙ୍କରେ ବର୍ଷବର୍ଷ ଧରି ଗାଦି ମାଡ଼ି ରହିଥିବା ଦୁର୍ନୀତିଖୋର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଲୋକମାନଙ୍କର ଦୁର୍ଦ୍ଦଶା ସରିବ ନାହିଁ ବୋଲି ସମାଜବାଦୀ ପାର୍ଟି ଆଶଙ୍କା ପ୍ରକାଶ କରିଛି। ବିଗତ ଦିନମାନଙ୍କରେ ଡ୍ରେନେଜ୍ ସଫେଇ, ପ୍ଲାନ୍ ଆପ୍ରୋଭାଲ୍ ଓ ଅଳିଆ ଆବର୍ଜନା ଉଠାଣକୁ ନେଇ ଶହଶହ କୋଟି ଟଙ୍କାର ଦୁର୍ନୀତିରେ ଅଧିକାରୀମାନେ ହାତ ଚିକ୍କଣ କରିଥିବା ଯୋଗୁଁ ସହର ବାସିନ୍ଦାମାନେ ମୌଳିକ ସେବାରୁ ବଞ୍ଚିତ ହେବାରେ ଲାଗିଛନ୍ତି। ଗୋଟିଏ କଡେ ଅଫିସର-ଇଂଜିନିୟର-କର୍ପୋରେଟର ମଧୁଚନ୍ଦି୍ରକା ଜନସାଧାରଣଙ୍କୁ ଏହି ମଣିଷକୃତ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଆଗାମୀ ଦିନରେ ଡ୍ରେନ୍ ସଫେଇ ଓ ଅଳିଆ ଆବର୍ଜନା ଉଠାଣକୁ ନେଇ ଯେଉଁ କାମ ହେବ ସେଥିପାଇଁ ଏକ ସ୍ୱତନ୍ତ୍ର ସ୍ୱୟଂକ୍ରିୟ କର୍ତ୍ତୃପକ୍ଷ (ଅଟୋନୋମସ୍ ଅଥରିଟି) ଗଠନ କରି ଡ୍ରେନ୍ ସଫେଇ ଓ ନିର୍ମାଣ ପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ସେହିଭଳି ଆଗାମୀ ଦିନରେ ପାନୀୟ ଜଳ ସମସ୍ୟାକୁ ଆଖି ଆଗରେ ରଖି ପାଞ୍ଚ ବର୍ଷ ତଳେ ଯେଉଁ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା କେବଳ କାଗଜପତ୍ରରେ ତିଷ୍ଠି ରହିଛି। ତେଣୁ ପିଇବା ପାଣି ସମସ୍ୟାର ସମଧାନ ପାଇଁ ଏହିସବୁ ମହାନଗର ମାନଙ୍କରେ ବର୍ଷାଜଳ ଅମଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ସେହିଭଳି ସମ୍ବଲପୁର ଏବଂ ରାଉରକେଲା ମହାନଗର ନିଗମର ସମସ୍ୟାକୁ ଆଖି ଆଗରେ ରଖି ଏବେଠାରୁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ଶ୍ରୀ ବେହେରା ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ସରକାର ଏକ ୨୪ ଘଣ୍ଟିଆ ଟୋଲ୍ ଫି୍ର ନଂ ଜାରୀ କରିବାକୁ ସେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top