କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ !

କଟକ ୨୫ ଜୁନ୍ (ଓଡ଼ିଆ ପୁଅ) କଟକ ବଡ଼ ଡାକ୍ତରଖାନାରେ କାଜୁଆଲ୍ଟି ବିଲଡିଂରେ ଅଗ୍ନିକାଣ୍ଡ ହୋଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା। ଅକ୍ସିଜେନ ପାଇପ୍ ଲିକ ହେବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟ୍ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମରାମତି ପରେ ବିଲ୍ଡିଂରେ ବିଦ୍ୟୁତ୍ ସ୍ୱାଭାବିକ ହୋଇଛି। ଏହି ଘଟଣାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *