ଓଡ଼ିଶା

କଟକ ଠାରେ ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଓଡିଆ ସାମାଜିକ ଓ ରାଜନୈତିକ ଜୀବନର ମୂକସାକ୍ଷୀ କିଲ୍ଲା ପଡିଆକୁ ସଭାସ୍ଥଳ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
– ମହାନଦୀ ମାମଲାରେ ଶାସକ ବିଜେଡି ଦୋମୁହାଁ ନୀତି ଆପଣେଇଛି
ଭୁବନେଶ୍ୱର/କଟକ, ୨୪ ମଇ (ଓଡ଼ିଆ ପୁଅ) – ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେବାକୁ ଥିବା ବାଲିଯାତ୍ରା ପଡିଆର ପ୍ରସ୍ତୁତି ସମୀକ୍ଷା କରିବାକୁ କଟକ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ୪ ବର୍ଷର ହିସାବ ଦେବାକୁ ଐତିହାସିକ କିଲ୍ଲା ପଡିଆକୁ ବାଛିଥିବାରୁ ତାଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ସାମାଜିକ ଓ ରାଜନୈତିକ ଜୀବନର ମୂକସାକ୍ଷୀ ହେଉଛି କଟକର କିଲ୍ଲା ପଡିଆ। ଓଡିଆ ବ୍ୟବସାୟ ବାଣିଜ୍ୟ ଓ ସମ୍ପନ୍ନତାର ପ୍ରତୀକ ବାଲିଯାତ୍ରା ସହ ସମ୍ପର୍କ ଥିବା ଏହି ପଡିଆ ମୋଦି ସଭାସ୍ଥାନ କରିବାକୁ ନିର୍ଣ୍ଣୟ କରିବା ପ୍ରତ୍ୟକ ଓଡିଆଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗତକିଛି ଦିନ ତଳ ଚାଇନା ଗସ୍ତ ସମୟରେ ଭାରତ ଓ ଚାଇନା ବିଶ୍ୱ ଜିଡିପିର ୫୦ ପ୍ରତିଶତ ଯୋଗଦାନ ସିଧା ସିଧା ଓଡିଶାର ନୌବାଣିଜ୍ୟ ସହ ସମ୍ପର୍କ ଥିଲାବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମହାନଦୀ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଏହି ମାମଲାରେ ରାଜ୍ୟ ସରକାର ସବୁଠୁ ବଡ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ଜଳସମ୍ପଦ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ମହାନଦୀର ଜଳସଂକଟ ନଥିବା କହିବା ସତ ନା ଆଜିର ଅଭିଯୋଗ ସତ ବୋଲି ସେ ପ୍ରଶ୍ନ କରିଛନ୍ତି।

ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ନଦୀ ଜଳ ନେଇ ତଳମୁଣ୍ଡ ରାଜ୍ୟର ଉପରମୁଣ୍ଡ ରାଜ୍ୟ ସହିତ ଅନେକ କ୍ଷେତ୍ରରେ ବିବାଦ ରହିଛି। ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଡିଣ୍ଡିମ ପିଟୁଥିଲେ। ଟ୍ରିବ୍ୟୁନାଲ ଆଇନଗତ ଅଧିକାର। ଓଡିଶାକୁ ଏଥିରୁ କେହି ବଂଚିତ କରିପାରିବେ ନାହିଁ। ମାତ୍ର ମୂଳରୁ ଆପୋଷ ଆଲୋଚନା ଉପରେ ତାଙ୍କ ଦଳ ଗୁରୁତ୍ୱ ଦେଇ ଆସିଛି। ଟ୍ରିବ୍ୟୁନାଲ ଗଠନ ପରେ ବି ଚୂଡାନ୍ତ ନ୍ୟାୟ ମିଳିବା ପୂର୍ବରୁ ଓଡିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଆପୋଷ କଥାବାର୍ତ୍ତାର ରାସ୍ତା ଖୋଲା ରହିବା ପୂର୍ବରୁ ତାଙ୍କ ଦଳ ମତ ଦେଇ ଆସିଛି ବୋଲି ସେ କହିଛନ୍ତି।

୧୮ ବର୍ଷରେ ମୁନ୍ଦାଏ ପାଣି ସଂଚୟ କରିବାର ସୁବିଧା ତିଆରି କରିନଥିବା ବିଜେଡି ସରକାର ମହାନଦୀରେ ୭ଟି ପ୍ରକଳ୍ପ ପାଇଁ ଘୋଷଣା ବାହାଘର ବେଳେ ବାଇଗଣ ରୁଆ ଭଳି ବୋଲି ସେ କହିଛନ୍ତି। ମହାନଦୀର ୫୦ ଭାଗ ଜଳ ସମୁଦ୍ରକୁ ଆଜି ଦିନରେ ବହିଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top