ଅପରାଧ

କଟକ ଏବଂ ବ୍ରହ୍ମପୁରରେ ଏନ୍ କାଉଁଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସଦା ଏବଂ ମାଙ୍ଗା ଆହତ

କଟକ/ବ୍ରହ୍ମପୁର ୪-୩ (ଓଡ଼ିଆ ପୁଅ) ରବିବାରଦିନ କଟକ ଏବଂ ବ୍ରହ୍ମପୁରରେ ପୋଲିସ୍ ଏନ୍ କାଉଁଣ୍ଟରରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। କଟକ ସଦର ଥାନା ଅଞ୍ଚଳରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ବେଳେ, ବ୍ରହ୍ମପୁରରେ ପୋଲିସର ଆଉ ଏକ ଏନକାଉଣ୍ଟର ହୋଇଛି। ବ୍ରହ୍ମପୁରର ଗୋଷାଣୀ ନୂଆଗାଁଠାରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ପଣ୍ଡା ଓରଫ ମାଙ୍ଗା ଆହତ ହୋଇଛି।

ସଦାର ବାମ ଗୋଡ଼ରେ ବାଜିଛି ଗୁଳି ବାଜିଛି ଏବଂ ତାକୁ SCBରେ ଭର୍ତ୍ତି କରାଯାଇଛି। ସେହିପରି ରାଜେଶର ବାମ ଆଣ୍ଠୁରେ ଗୁଳି ବାଜିଛି ଏବଂ ତାକୁ MKCGରେ ଭର୍ତ୍ତି କରାଯାଇଛି।

ସଦାଠାରୁ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ରାଜେଶ ପଣ୍ଡା ଠାରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ବାଇକ୍‌ ଜବତ କରାଯାଇଥିବା ପ୍ରାଥମିକ ସୂଚନାରୁ ପ୍ରକାଶ।

ସୂଚନାଯୋଗ୍ୟଯେ, ରାଜେଶ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ୧୦ଟିରୁ ଅଧିକ ଅପରାଧିକ ମାମଲା ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top