ଓଡ଼ିଶା

କଟକରେ ପୋଲ ତଳକୁ ବସ ଖସିପଡ଼ି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବଡ଼ ଡାକ୍ତରଖାନା ଯାଇ ଆହତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଆହତଙ୍କୁ ଉତ୍ତମ ଚିକିତ୍ସା ସବୁଠୁ ବଡ଼ ଦାୟିତ୍ୱ
– ମୃତାହତଙ୍କ ପରିବାରବର୍ଗକୁ ଭେଟି ଜଣାଇଲେ ଶାନ୍ତନା
କଟକ, ନଭେମ୍ବର ୨୦ (ଓଡ଼ିଆ ପୁଅ) କଟକ ବଡ ମେଡିକାଲରେ ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ବୁଲି ଦେଖିବା ସହ ସେମାନଙ୍କର ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଘଟଣାରେ ଅନେକ ଲୋକ ମୃତ୍ୟୁବରଣ କରିଥିବାରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଏହି ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ ଭଗବାନ ସାହାସ ଦିଅନ୍ତୁ ବୋଲି ହସ୍ପିଟାଲ ବୁଲି ଦେଖୁବା ପରେ କହିଛନ୍ତି ଶ୍ରୀ ପ୍ରଧାନ।


ତାଳଚେରରୁ କଟକ ଆସୁଥିବା ବସଟି ପୋଲ ତଳକୁ ଖସି ପଡ଼ିବା କାରଣରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ପାଇ ଶ୍ରୀ ପ୍ରଧାନ ଏସସିବି ମେଡିକାଲକୁ ସଙ୍ଗେ ସଙ୍ଗେ ଯାଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ପ୍ରାରମ୍ଭିକ କାମ ହେଲା ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା। ଜିଲ୍ଲା ପ୍ରଶାସନ, ବଡ଼ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ବିଭିନ୍ନ ୱେଚ୍ଛାସେବୀ ସଙ୍ଗଠନମାନେ ଏହି କାମରେ ଲାଗିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଗୁରୁତର ଆହତମାନଙ୍କୁ ବଡ଼ ଡାକ୍ତରଖାନା ତରଫରୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।


ବସରେ ଯାତ୍ରା କରୁଥିବା ମୃତାହତ ବ୍ୟକ୍ତିମାନଙ୍କ ପରିବାର ବର୍ଗ ପହଞ୍ଚିବା ଆରମ୍ଭ କରିଥିବା ବେଳେ ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ସେମାନଙ୍କୁ ଶ୍ରୀ ପ୍ରଧାନ ଶାନ୍ତ୍ୱନା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top