କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ନୂତନ ଭବନ ଭିତିପ୍ରସ୍ତର ସ୍ଥାପନ ପାଇକ ବିଦ୍ରୋହ ଓ ଲବଣ ସତ୍ୟାଗ୍ରହ ଓଡିଆ ଜାତି କର ବ୍ୟବସ୍ଥା ନେଇ ସଚେତନ ସମାଜ ବୋଲି ପ୍ରମାଣ – ଧର୍ମେନ୍ଦ୍ର ପ୍ରଧାନ

 ୨ ଶହ ବର୍ଷ ପୂବେ ର୍ ଓଡିଆ ସମାଜ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ମାନଙ୍କର କର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲା  ବ୍ରିଟିଶ ମାନଙ୍କର ଟିକସ ବ୍ୟବସ୍ଥାକୁ ବିରୋଧ କରି ମିଲେନିୟମ ସିଟି କଟକକୁ ବାଲେଶ୍ୱରର ଇଂଚୁଡି ପର୍ଯ୍ୟନ୍ତ ପାଦରେ ଚାଲି ବ୍ରିଟିଶ କର ବ୍ୟବସ୍ଥାକୁ ଓଡିଆ ଜାତି ବିରୋଧ କରିଥିଲା
 ଗତ ବର୍ଷ ତୁଳନାରେ ଓଡିଶାରେ ୩୩ ପ୍ରତିଶତ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ରାଜ୍ୟର ବ୍ୟବସାୟିକ ବିକାଶର ସୂଚନା  ଓଡିଶା ସମେତ ପୂବ ର୍ ଭାରତରେ ନିବେଶ ନ ବଢିଲେ ଦେଶର ଦୃତ ବିକାଶ ଅସମ୍ଭବ
 ଓଡିଶା ସରକାର ଓ ଆଇଓସିଏଲ ଟିକସ ବିବାଦ ସମାଧାନ ମାମଲାରେ ଆପୋଷ କଥାବାର୍ତ୍ତା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟର ପରାମର୍ଶ ଟ୍ୟାକ୍ସ ମାମଲାରେ ବେଷ୍ଟ ପ୍ରାକ୍ଟିସ
 ଟିକସ ବ୍ୟବସ୍ଥାରେ ନୂଆ ନିଯୁକ୍ତି ସୁଯୋଗ ସମ୍ଭାବନା ଦୃଷ୍ଟିରୁ ବାର ଆସୋସିଏସନ କିଛି ପଦକ୍ଷେପ ନେଲେ ସେଥିରେ ସହଯୋଗ କରିବ ଦକ୍ଷତା ବିକାଶ ମନ୍ତ୍ରଣାଳୟ

କଟକ, ୧୯ ନଭେମ୍ବର (ଓଡ଼ିଆ ପୁଅ) – ଓଡିଆ ସମାଜ କର ନେଇ ସଚେତନ ସମାଜ ବୋଲି କଟକ ଠାରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ନୂତନ ଭବନ ଭିତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ଶହ ବର୍ଷ ପୂର୍ବେ ଓଡିଆ ସମାଜ ବ୍ରିଟିଶ ମାନଙ୍କର କର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲା। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଲଢା ଯାଇଥିବା ଏହି ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଦେଶ ମନା ପକାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଆୟ କର ଆପିଲେଟ ଟ୍ରିବ୍ୟୁନାଲର ନୂତନ ଭବନ ଭିତିପ୍ରସ୍ତର ସ୍ଥାପନ ଏକ ସୁଖଦ ସଂଯୋଗ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ପୁଣି କହିଛନ୍ତି ଯେ ଲବଣ ସତ୍ୟାଗ୍ରହରେ ଓଡିଆଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ। ବ୍ରିଟିଶ ମାନଙ୍କର ଟିକସ ବ୍ୟବସ୍ଥାକୁ ବିରୋଧ କରି ମିଲେନିୟମ ସିଟି କଟକକୁ ବାଲେଶ୍ୱରର ଇଂଚୁଡି ପର୍ଯ୍ୟନ୍ତ ପାଦରେ ଚାଲି ବ୍ରିଟିଶ କର ବ୍ୟବସ୍ଥାକୁ ଓଡିଆ ଜାତି ବିରୋଧ କରିଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ଯେଉଁ ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି ଦେଶର ପରୋକ୍ଷ ଟିକସର ୧୯ ଲକ୍ଷ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ରହିଛି। ଓଡିଶା ମୂଳତଃ ଏକ ଉଦ୍ୟମୀ ମାନଙ୍କର ରାଜ୍ୟ ନ ହୋଇ ଥିଲେ ମଧ୍ୟ ଗତ ବର୍ଷ ତୁଳନାରେ ୩୩ ପ୍ରତିଶତ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ଘଟିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସମେତ ପୂର୍ବ ଭାରତରେ ନିବେଶ ନ ବଢିଲେ ଦେଶର ଦୃତ ବିକାଶ ସମ୍ଭବ ହେବ ନାହିଁ। ଏଥି ପାଇଁ ନିବେଶକ ମାନଙ୍କୁ ବିବାଦ ହେଲେ ଏକ ଉତମ ଟିକସ ସଂସ୍କୃତି ମାଧ୍ୟମରେ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ଓଡିଶାରେ ଗୋଟିଏ ବର୍ଷରେ ୩୩ ପ୍ରତିଶତ ପ୍ରତ୍ୟକ୍ଷ ଟିକସ ବୃଦ୍ଧିର ପୃଷ୍ଠଭୂମିରେ ଓଡିଶାରେ ବଢୁଥିବା ବ୍ୟବସାୟିକ ସମ୍ଭାବନାର ସୂଚନା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମାନ୍ୟବର ଓଡିଶା ନ୍ୟାୟାଳୟର ଓଡିଶା ସରକାର ଓ ଆଇଓସିଏଲ ମଧ୍ୟରେ ଟିକସ ବିବାଦକୁ ନେଇ ଆପୋଷ କଥାବାର୍ତ୍ତା ମାଧ୍ୟମରେ ସମାଧାନ ପାଇଁ ପରାମର୍ଶ ବେଷ୍ଟ ପ୍ରାକ୍ଟିସ ଭାବେ ପରିଗଣିତ ହେବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ ପାରାଦୀପ ବିଶୋଧନାଗାର ପ୍ରତିଷ୍ଠା ପୂର୍ବରୁ ରାଜ୍ୟ ସରକାର କିଛି ଟିକସ ରିହାତି ପାଇଁ ବୁଝାମଣା କରିଥିଲେ। ପରେ ଏହି ରିହାତି ପ୍ରତ୍ୟାହାର କରିବା ପାଇଁ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହେଲେ। ମାତ୍ର ହାଇକୋର୍ଟ ନିର୍ଣୟ ନ ଶୁଣାଇ ଝଗଡା ବଦଳରେ ଆପୋଷ କଥାବାର୍ତ୍ତା କରି ସମାଧାନର ରାସ୍ତା ବାହାର କରିବାକୁ କହିଲେ। ଓଡିଶାର ମୁଖ୍ୟମନ୍ତ୍ରୀ ନିଜ ଜିଦରୁ ହଟି ତାଙ୍କ ସହିତ କଥା ହେବାକୁ ଇଚ୍ଛା ବ୍ୟକ୍ତ କଲେ। ଜଣେ ଓଡିଆ ଭାବରେ ସେ ସୁଯୋଗକୁ ବ୍ୟବହାର କରି ଓଡିଶାକୁ ଲାଭ ପାଇଁ ଉଦ୍ୟମ କଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ଉଭୟଙ୍କ ସହମତିରେ ଏହି ସମସ୍ୟାର ସମାଧାନ ବାହାରି ପାରିଲା ବୋଲି ସେ କହିଛନ୍ତି।

ଓଡିଶା ହାଇକୋର୍ଟର ଶହେ ବର୍ଷ ପୂର୍ତି ଅବସରରେ ଓଡିଶା ହାଇକୋର୍ଟ ପାଇଁ ଇ ଲାଇବ୍ରେରୀ ଖୋଲିବାର ତାଙ୍କ ମନ୍ତ୍ରଣାଳୟ ତରଫରୁ କରାଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ଯେଉଁ ପ୍ରଶାସନିକ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରି କାମକୁ ଆଗେଇ ନେବା ପାଇଁ ଶ୍ରୀ ପ୍ରଧାନ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦୃତ ଗତିରେ ଆଗେଇ ଚାଲିଛି। ନୂଆ ଅର୍ଥନୈତିକ ବ୍ୟବସ୍ଥାରେ ୬୦ ପ୍ରତିଶତ ପୁରୁଣା ରୋଜଗାର ସୁଯୋଗ ବନ୍ଦ ହେବାର ସମ୍ଭାବନା ଥିବା ବେଳେ ଅନେକ ନୂଆ ନୂଆ ରୋଜଗାର ସୁଯୋଗର ସମ୍ଭାବନା ତିଆରି ହେଉଛି। ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ନିର୍ମଳ ହେବା ଦ୍ୱାରା କର ବ୍ୟବସ୍ଥାରେ କାମ କରିବା ପାଇଁ ନୂଆ ସ୍କିଲ ସହ ଏଥିରେ କର୍ମ ନିଯୁକ୍ତିର ସମ୍ଭାବନା ତିଆରି ହୋଇଛି। ଦେଶର ଦକ୍ଷତା ବିକାଶ ମନ୍ତ୍ରୀ ଭାବରେ ଓଡିଶାରେ କର ବ୍ୟବସ୍ଥାରେ କାମ କରିବା ପାଇଁ ଦକ୍ଷତା ବିକାଶ ଦୃଷ୍ଟିରୁ ସ୍ଥାନୀୟ ବାର ତରଫରୁ କଣ ପଦକ୍ଷେପ ନିଆ ଯାଇ ପାରିବ ସେଥି ପାଇଁ ସହଯୋଗର ହାତ ବଢାଇବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *