କଜଳାଗଡାରେ ଦୂର୍ଘଟଣାରେ ଦୁଧବାଲାର ମ୍ୃତୁ୍ୟ ଘଟଣା ବୋଲେରୋ ସହ ଚାଳକ ସଦର ଥାନାରେ ଅଟକ

କେନ୍ଦ୍ରାପଡା ୭/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ସଦର ଥାନା ଅନ୍ତର୍ଗତ ୫ନମ୍ବର (କ)ଜାତୀୟ ରାଜପଥର କଜଳାଗଡା ନିକଟରେ ଗତ ୪ତାରିଖରେ ଏକ ବୋଲେରୋ ଗାଡି ଧକ୍କାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ତୁଣୁପୁର ଗ୍ରାମର ଦୁଧବାଲା ପରେଶ ଦାସର ମ୍ୃତୁ୍ୟ ହୋଇଯାଇଥିଲା । ସେହି ଘଟଣାରେ ଆଜି ସଦର ଥାନା ପୁଲିସ ଗୋପଛକ ନିକଟରୁ ବୋଲେରୋ ଗାଡି ନଂ ଓ. ଆର.୧୯-ଏ୦୧୧୦କୁ ଯବତ କରିବା ସହିତ ସେହି ଗାଡିର ଚାଳକକୁ ଥାନାରେ ଅଟକ ରଖିଛି । ଗାଡି ମାଲିକଙ୍କୁ ପୋଲିସ ଥାନାକୁ ଡକାଇଛି । ପ୍ରାୟ ୨୫ ଜଣ ସ୍ଥାନୀୟ ଲୋକ ଥାନାରେ ବସିରହିଛନ୍ତି । ଗାଡି ଚାଳକକୁ ଖସାଇ ଦେବାର ମସୁଧା ଚାଲିଥିବା ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *