ତାଳଚେର,୧୭/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର କଙ୍କିଳି ଉଚ୍ଚ ପ୍ର୍ରାଥମିକ ବିଦ୍ୟାଳୟରେ ରବିବାର ପୂର୍ବାହ୍ନରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗା୍ରମର ଯୁଗଜନ୍ମା ଯୁବକ ସଂଘ ଆନୁକୂଲ୍ୟରେ ତଥା ରେଡ଼କ୍ରସ ରକ୍ତଭଣ୍ଡାର,ତାଳଚେର ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୧୯ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ,ବିଜେଡି ବ୍ଲକ ସଭାପତି ନିରଞ୍ଜନ ପ୍ରଧାନ,କଙ୍କିଳି ସରପଂଚ ସୁଧାକର ଦାସ,ସମିତି ସଭ୍ୟା ପ୍ରମିଳା ନାଏକ,କ୍ଲବର ସଭାପତି ବିକାଶ ପ୍ରଧାନ,ସମାଜସେବୀ କ୍ଷୀରୋଦ ସାହୁ,ଯୁବ ନେତା ରାଜେଶ ଦାସ,ଲିପୁନା ଭୁକ୍ତା,ମକରଧ୍ୱଜ ପ୍ରଧାନ,ଶେଖର ଚନ୍ଦ୍ର ମହାନ୍ତି,ଦୀପକ ପ୍ରଧାନ,ଅକ୍ଷୟ ବିଶ୍ୱାଳ,ଟୁନା ବିଶ୍ୱାଳ,ବିଶେଶ୍ୱର ପ୍ରଧାନ,ସିପୁନ ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ରକ୍ତଭଣ୍ଡାର ଅଧିକାରୀ ଡା.ସୁବାସ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଟେକ୍ନିସିଆନ ପ୍ରସନ୍ନ କୁମାର ବେହେରା,ବିଜୟଲକ୍ଷ୍ମୀ ନାୟକ,ଗୋପାଳ ବେହେରା,ସମାଲିନ ରଥ, ଅନୁକୂଳ ଶତପଥି,ରାଜକିଶୋର ପ୍ରଧାନ,ଚନ୍ଦ୍ରମଣି ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ମୋଟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବିଧାୟକ ପାଣ୍ଠିରୁ ୩ଲକ୍ଷ ଟଙ୍କା ବ୍ୟୟରେ ନୂତନ କ୍ଲବ ବିଲଡିଂକୁ ଉଦଘାଟନ କରିଥିଲେ ।