ଅନୁଗୁଳ

କଙ୍କିଳି ପଂଚାୟତରେ ବିଜୁ ମହିଳା ସମାବେଶ

ତାଳଚେର, ୨୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଜୁ ମହିଳା ଜନତା ଦଳ, ତାଳଚେର ତରଫରୁ ଏକ ମହିଳା ସମାବେଶ ରବିବାର ଦିନ କଙ୍କିଳି ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ତାଳଚେର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସେଫାଳୀ ବଳ ଏଥିାୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥିଭାବେ ୧୯ ନଂ ଜିଲ୍ଲା ପରିଷଦ ସଦସ୍ୟା ଅନୁପମା ପ୍ରଧାନ, ପଦ୍ମାବତୀପୁର ସରପଂଚ ଖୁଲାଣା ପରିଡ଼ା, କଙ୍କିଳି ସରପଂଚ ସୁଧାକର ବେହେରା, ଧରମପୁର ସରପଂଚ ଅକ୍ଷୟ ପାଣି, ଗ୍ରାମ ସଭାପତି ଶିଖର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଉର୍ମିଳା ମହାପାତ୍ର, ଜାତକି ପ୍ରଧାନ, ପଦ୍ମିନୀ ନାୟକ ଓ ପୁଷ୍ପିତା ସାହୁ ପ୍ରମୁଖ ମଂଚାସୀନ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ପଂଚାୟତର ମହିଳାମାନେ କିଭଳି ଭାବେ ସ୍ୱାବଲମ୍ବୀ ହେବେ ତଥା ସେମାନଙ୍କୁ କମ୍ ସୁଧ ହାରରେ ସିଲେଇ ମେସିନ, ଖଲିପତ୍ର ତିଆରି ମେସିନ୍ ଏବଂ ପଂଚାୟତବାସୀଙ୍କ ବ୍ୟବହାର ପାଇଁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ମହିଳା ସମାବେଶରେ ଯୁବ ନେତା ରାଜେଶ ଦାସ, ଲିପୁନା ଭୁକ୍ତା, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top