ଓଡ଼ିଶା

କଇଁଚ ଓ ପାରାଭାଡି କାମ ଶେଷ

ପୁରୀ:୨୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥଖଳାରେ ନିର୍ମାଣ କାର୍ଯ୍ୟକୁ ଆଜି ୬୭ଦିନ ହୋଇଛି। ଆଜି ସୁଦ୍ଧା ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର କଇଁଚ, ପାରାଭାଡି ଓ ପୋଟଳ କାମ ଶେଷ ହୋଇଛି। ସେହିପରି ଅନ୍ୟାନ୍ୟ କାମକୁ ମହାରଣା ସେବକ ଓ ଭୋଇ ସେବକମାନେ ଆଗେଇ ନେଇଇଛନ୍ତି। ରଥଖଳାରେ ତିନିରଥର ମହାରଣା ସେବକମାନେ ଚାଳିରେ ସଂଯୋଗ ହେବାକୁ ଥିବା କଇଁଚ କାମ ସାରିଥିବା ବେଳେ ଆଜି ଏହା ତିନି ରଥରେ ସଂଯୋଗ ହୋଇଛି। ପୋଟଳ, ପାରାଭାଡି, ଖପୁରୀକୁ ମିଶାଇ ୧୩ପ୍ରସ୍ତ ପୋଟଳ କାମ ସରିଛି। ଏହାକୁ ମହାରଣା ସେବକମାନେ ତିନିରଥରେ ସଂଯୋଗ କରିଛନ୍ତି। ସେହିପରି ତିନିରଥରେ ୨ଟି ଲେଖାଏଁ ଚନ୍ଦ୍ର ଶାଳି କାମ ଶେଷ ହୋଇଛି। ଏହା ତିନି ରଥର ଦୁଆର ବେଢ଼ାରେ ସଂଯୋଗ କରାଯିବ। ଭୋଇ ସେବକମାନେ ରଥଖଳାରେ ତିନିରଥ ପାଇଁ ୪ଟି ଲେଖା, ୧୨ଟି କତରା କାଠ ପକାଇଛନ୍ତି। ରଥ ଆଗରେ ଗୋଡା ଉପରେ ବସୁଥିବା ଡାହୁକମାନଙ୍କ ଚଢ଼ିବା ପାଇଁ ଏହି କାଠ ଆବଶ୍ୟକ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ତିନି ରଥର ଚାରି ଦୁଆର ପ୍ରଭା, କଳସୀ, ମୁଣ୍ଡି ଆଦି କାର୍ଯ୍ୟ ସମ୍ପାଦନ କରାଯିବ। ଅପରପକ୍ଷରେ ଦୋଳ ବେଦୀ, କମାରସାଳ ବି ଚଳଚଞ୍ଚଳ ହୋଇ ଉଠିଛି। ଓଝା ସେବକ ଓ କମାର ସେବକମାନେ ତିନି ରଥ ପାଇଁ ଆବଶ୍ୟକ କଣ୍ଟା କାମକୁ ଆଗେଇ ନେଇଥିବା ବେଳେ ରୂପକାର ସେବକମାନେ ନିଜ ନିଜ କାମକୁ ତ୍ୱରାନ୍ୱିତ କରିଛନ୍ତି।(ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top