କଅଁଳ ବୟସରେ ପରିବାର ବୋଝ ମୁଣ୍ଡାଉଥିବା ଅନାଥ ତିନି ଭାଇଭଉଣୀଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରି ଥଇଥାନର ବ୍ୟବସ୍ଥା କଲେ

ମାଲକାନଗିରି, ୨ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ନୂଆଗୁଡା ଗ୍ରାମର କଅଂଳ ବୟସରେ ପରିବାର ବୋଝ ମୁଣ୍ଡାଉଥିବା ଅନାଥ ତିନି ଭାଇଭଉଣୀଙ୍କୁ ଉଦ୍ଧାର କରି ସେମାନଙ୍କର ଥଇଥାନର ବ୍ୟବସ୍ଥା କରିଛନ୍ତି। କୋରକୁଣ୍ଡା ବ୍ଲକସ୍ଥ ନୁଆଗୁଡା ଗ୍ରାମର ଧନଜଂୟ ଗୋଲରି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଲୋକ ଘରକୁ ତାଙ୍କର ସ୍ତ୍ରୀ ସୁକଦେଇ ଗୋଲରି, ଦୁଇଝିଅ ମଙ୍ଗୁଳି ଗୋଲରି, ଆଶାଗୋଲରି, ପୁଅ ମିନ ଗୋଲରି ଙ୍କୁ ନେଇ ଦୁଃଖକଷ୍ଟରେ ନିଜ ପରିବାର ଚଳାଇ ଆସୁଥିଲେ ଧନଜଂୟ, ହେଲେ ଦଇବ ସମାନଙ୍କୁ ଆହୁରି ଦୁଃଖ ଦେଲା ଗତ ୨୦୧୫ମସିହାରେ ଅଚିହ୍ନାରୋଗରେ ପଡି ସ୍ତ୍ରୀ ସୁକଦେଇଙ୍କର ମୃତ୍ୟୁ ଘଟିଲା। ମାର ମୃତ୍ୟୁପରେ ମଙ୍ଗୁଳି ଗୋଲରୀର ପାଠ ପଢାରେ ଡୋରି ବନ୍ଧା ହୋଇଗଲା, ସେ ବାପାଙ୍କ ସହିତ ଘରେ ରହି କାମରେ ସହାଯ୍ୟ କଲେ। ସାନ ଭଉଣୀ ଓ ଭାଇଙ୍କୁ ପାଠ ପଢାଇବା ପାଇଁ ନିଜେ ପର ଘରେ ବାସନ ମାଜିବାକୁ ପଡିଲା ମଙ୍ଗୁଳିକୁ। ଏତେ ଦଃଖପରେ ପୁଣି ବେଢିଉପରେ କୋରଡା ମାଡ ପରି ମଙ୍ଗୁଳିଉପରେ ପାହଡ ସଦୃଶ୍ୟ ବୋଝ ପୁଣି ଲଦିଦେଲେ ଭଗବାନ। ତିନି ମା ଛେଉଣ୍ଡ ପିଲାଙ୍କ ଏକ ମାତ୍ର ସାହାଭରସା ଥିବା ବାପା ଧନଜଂୟ ଗୋଲରି ଅଜଣା ରୋଗରେ ଗତ ମାସ୧୨ତାରିଖରେ ଆରପାରିକୁ ଚାଲିଗଲେ। ବାପାଙ୍କ ମୃତ୍ୟୁରେ ସତେ ଯେମତି ପାହଡ ମଙ୍ଗୁଳିଙ୍କ ମୁଣ୍ଡଉପରେ ଖସିପଡିଲା ପରି ତାଙ୍କୁ ଲାଗିଲା, ସେ ଦୁଃଖରେ ମୁଣ୍ଡବାଡେଇ କାନ୍ଦିଲେ, ଆଗରୁ ମାଙ୍କୁ ହରାଇ ବାପାଙ୍କ ପାଖରେ ରହି ସେ ଦୁଃଖ ଭୁଲି ଯାଇଥିବାବେଳେ ବାପାଙ୍କ ମୃତ୍ୟୁରେ ବାପା ମା ଛେଉଣ୍ଡ ତନିପିଲା ଅନାଥ ହୋଇଗଲେ। ବାପାଙ୍କ ମୃତ୍ୟୁରେ ମଙ୍ଗୁଳି ଭାଙ୍ଗିପଡିଲା, ବାପା ମାଙ୍କୁ ଝୁରି ଝୁରି କିଛି ଦିନ ତିନିପିଲା ଖାଇବା ପିଇବା ଛାଡିଦେଲେ। ଏହି ପିଲାମାନଙ୍କ ଅବସ୍ଥା ଦେଖି ଗ୍ରାମର କିଛି ବଦାନ୍ୟବ୍ୟକ୍ତି କେତେବେଳେ କିମତି ମାଣ୍ଡିଆ ଜାଉ ଟକିଏ ତ ଆଉକେତେବେଳେ ପାଖାଳ ଗଣ୍ଡାଏ ଖାଇବାକୁ ଦେଲେ। କତେଦିନ ପରହାତ ଟେକାକୁ ଚାହିଁବସିବେ ଏହା ଭାବି ମଙ୍ଗୁଳି ମନରେ ସାହାସ ଭରି ଛୋଟ ଛୋଟ ଭାଇଭଉଣୀ ଙ୍କ ପେଟକୁ ଦାନା ଯୋଗାଡ କରି ସେମାନଙ୍କୁ ପାଠପଢାଇ ବଡ ମଣିଷ କରିବା ପାଇଁ ଅଟାଂଭିଡିଦଲେ। ବାପା ମା ନାହାଁନ୍ତି ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ଯେପରି ସାନଭାଇ ଭଉଣୀ ନ ଜାଣିବେ ସେଥି ନିମନ୍ତେ ସେମାନଙ୍କୁ ସୁଖରେ ରଖିବା ପାଇଁ କଅଁଳ ବୟସରେ ପରଘରେ ବାସନ ମାଜି ଓ କୁଲିକାମ କରି କିଛି ପଇସା ରୋଜଗାର କଲା ମଙ୍ଗୁଳି। ଯେଉଁ ବୟସରେ ହାତରେ ଖଡି ସିଲଟ ଧିରେ ସ୍କୁଲକୁ ଯିବାକଥା ସେହି ବୟସରେ ହାତରେ କୋଡି କୋଦାଳ ଧରି କାମକରିବାକୁ ବାହାରି ପଡିଲା ୧୦ ବର୍ଷର ଝିଅ ମଙ୍ଗୁଳି। ଭଉଣୀ ଆଶାଗୋଲରୀ (୯) ଡୃତୀୟ ଶ୍ରେଣୀ ଓ ଭାଇ ମୁନା ଗୋଲରୀ(୬) ପ୍ରଥମ ଶ୍ରେଣୀରେ ଗାଁ ସ୍କୁଲରେ ପାଠପଢୁଛନ୍ତି। ଦୁନିଆକୁ ଠିକ ଭାବେ ଜାଣି ନଥିବା ସଂସାର କଣ ବୁଝିନଥିବା ମାତ୍ର ୧୦ବର୍ଷର କୁନିଝିଅ ମଙ୍ଗୁଳି ସଂସାର ବୋଝ ମୁଣ୍ଡାଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅଧାବେଳା ଭୋକରେ ରହି ସାଇତିରଖିଛି ନିଜର ଛୋଟ ଛୋଟ ଦୁଇ ଭାଇଭଉଣୀ ଙ୍କୁ। ଭଙ୍ଗା କୁଡିଆ ଘରେ ଭାଇ ଭଉଣୀ ତନିଜଣ କର୍ମକୁ ଆଦରି ପଡିରହିଥିଲେ। ତିନି ଅନାଥ ପିଲାଙ୍କ ଦୁଃଖ ସଂପର୍କରେ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ଖବରପାଇ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଓ ଲିଗାଲ ଅଫିସର ସତ୍ୟଜିତପଣ୍ଡା ଶନିବାର ଦିନ ନୁଆଗୁଡା ଗ୍ରାମରେ ପହଁଚି ସେମାନଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲାଶିଶୁ ମଙ୍ଗଳ ସମିତିକୁ ଆଣି କାଉଁସିଲିଂ କରି ସେମାନଙ୍କ ପରିସ୍ଥିତି ବୁଝିବା ପାରେ ସେ ତିନିଜଣ ଙ୍କୁ ଏମଭି୪୨ ଗ୍ରାମରେ ଥିବା ଶିଶୁଗୃହକୁ ପଠାଇ ଦିଆ ଯାଇଛି। ଏହି ଅନାଥ ଶିଶୁ ମାନଙ୍କର ପାଠପଢା, ରହିବା, ଖାଇବା ସମସ୍ତ ଦାଇତ୍ୱ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ବୁଝିବା ସହିତ ଜିଲ୍ଲାପ୍ରଶାନ ପକ୍ଷରୁ ସେମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଏନ.ସି ଦାସ ସୂଚନାଦେଇଛନ୍ତି।

Leave a Reply

Your email address will not be published. Required fields are marked *