କଂଗ୍ରେସ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଛକ ଠାରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିିରଞ୍ଜିବ ବିଶ୍ୱାଳ, କୋଷାଧ୍ୟକ୍ଷ ମହମ୍ମଦ ମୋକିମକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ସମାଜ ସେବୀ ଗୋଲଖ ଚନ୍ଦ୍ର ବେହେରା, ଚିରଞ୍ଜିବ ସେଠୀ, ମଦନ ମୋହନ ଦାସ, ନାରୀନେତ୍ରୀ ସୂଜାତା ଜେନା, କାର୍ତ୍ତୀକ ଜେନା, ସରପଂଚ ମନୋଜ ନାୟକ, ବିଜୟ ସ୍ୱାଇଁ, ଖଗେଶ୍ୱର ଜେନା, ମହେଶ୍ୱର ଦାସ, ତପନ ସେଠୀ, ବେଣୁଧର ସାହୁ, ଧନେଶ୍ୱର ବେହେରା, ଜୟଦେବ ସାମଲ ପ୍ରମୁଖ କଂଗ୍ରେସ ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱଗତ କରିଥିଲେ। ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ଶୈବ ପିଠ ଆଖଣ୍ଡଳମଣି ଓ ଧାମନଗର ପିରବାବାଙ୍କ ମସ୍ଜିତ୍ ସ୍ଥଳକୁ ପୂଜାର୍ଚ୍ଚନା ପାଇଁ ଆସିଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *