କଂଗ୍ରେସ ସଂସଦରେ ଟ୍ରିପଲ ତଲାକ ବିଧେୟକ ଖାରଜ କରିବାର ଚେଷ୍ଟା କରୁଛି – ପ୍ରଧାନମନ୍ତ୍ରୀ

ଭାରତୀୟ ଜନତା ପାର୍ଟି ସରକାର କେବଳ ବିକାସର ଉଦ୍ଦେଶ୍ୟ ରଖେ ଅନ୍ୟପକ୍ଷରେ କଂଗ୍ରେସ କେବଳ ଭ୍ରଷ୍ଟାଚାର, ଜାତିବାଦ, ତୁଷ୍ଟୀକରଣ ଏବଂ ବଂଶବାଦ ଉପରେ ନିର୍ଭର କରିଥାଏ।

ବାଙ୍ଗାଲୁରୁ ୪-୨ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ଏହି ବର୍ଷ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନକୁ ଦେଖିକରି ବିଜେପି ପ୍ରସ୍ତୁତିରେ ଲାଗିପଡ଼ିଛି। ନିକଟରେ ହୋଇଥିବା ନିର୍ବାଚନରେ ଯେଉଁପରି ଭାବରେ ବିଜେପି ପାଇଁ ନିର୍ବାଚନ ପ୍ରଚାରର ଦାୟୀତ୍ୱ ପ୍ରଧାନମନ୍ତ୍ରୀ ମୋଦୀ ଉଠାଉଥିଲେ ସେଥିରୁ ସ୍ପଷ୍ଟଯେ, କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ହିଁ ପାର୍ଟି ପାଇଁ ଷ୍ଟାର ପ୍ରଚାରକର ଭୂମିକା ନିଭାଇବେ। ଏହି ପ୍ରସ୍ତୁତିକୁ ଦେଖିକରି ପ୍ରଧାନମନ୍ତ୍ରୀ ରବିବାରଦିନ କର୍ଣ୍ଣାଟକର ଗସ୍ତରେ ଯାଇ ଏକ ରାଲୀକୁ ସମ୍ବୋଧିତ କରିଛନ୍ତି। ସୂଚନାଯୋଗ୍ୟଯେ, ବିଜେପି ନଭେମ୍ବର ମାସରେ ନବନିର୍ମାଣ ଯାତ୍ରାର ଶୁଭାରମ୍ଭ କରିଥିଲା। ପୂରା କର୍ଣ୍ଣାଟକରେ ନବନିର୍ମାଣ ଯାତ୍ରା ବାହାରିଥିଲା। ତିନି ମାସର ଯାତ୍ରା ପରେ ଆଜି ଅର୍ଥାତ୍ ରବିବାର ଦିନ ଏହି ରାଲିର ସମାପନ ଦିବସ ରେ ମୋଦୀ ତାଙ୍କ ଭାଷଣରେ କର୍ଣ୍ଣାଟକର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ, କଂଗ୍ରେସ ନେତାଙ୍କର ବିରୁଦ୍ଧରେ ଭ୍ରଷ୍ଟାଚାରର ଗମ୍ଭୀର ଆରୋପ ଅଛି। ତାଙ୍କ ଉପରେ ଅନେକ ପରିଯୋଜନାରେ କମିଶନ ଗଠନର ଦାବି ହେଉଛି। ମୋତେ କୁହାଯାଇଛିଯେ, କର୍ଣ୍ଣାଟକ ସରକାରକୁ 10% ସରକାରର ରୂପ ରେ ମାନ୍ୟତା ଦିଆଯାଉଛି କାରଣ କମିଶନର ବିନା କୌଣସି କାମ ସମ୍ଭବ ନୁହେଁ।

ଆମେ ସମସ୍ତ ଗରୀବ ଏବଂ ମଧ୍ୟମ ବର୍ଗର ପରିବାରକୁ ଘର ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛୁ। ଆମର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅନୁସାରେ 3.36 ଲକ୍ଷ ଘରକୁ ମଞ୍ଜୁରୀ ଦେଇଛନ୍ତି। କିନ୍ତୁ କର୍ଣ୍ଣାଟକରେ ଆଜିପର୍ଯ୍ୟନ୍ତ କେବଳ 38,000 ଘର ପୂରା ହୋଇଛି।

କଂଗ୍ରେସ ସଂସଦରେ ଟ୍ରିପଲ ତଲାକ ବିଧେୟକ ଖାରଜ କରିବାର ଚେଷ୍ଟା କରୁଛି। ଓବିସି ବିଲ ସହିତ ମଧ୍ୟ ଏହିପରି କରିବାର ଚେଷ୍ଟା କରୁଛନ୍ତି।

ଭାରତୀୟ ଜନତା ପାର୍ଟି ସରକାର କେବଳ ବିକାସର ଉଦ୍ଦେଶ୍ୟ ରଖେ ଅନ୍ୟପକ୍ଷରେ କଂଗ୍ରେସ କେବଳ ଭ୍ରଷ୍ଟାଚାର, ଜାତିବାଦ, ତୁଷ୍ଟୀକରଣ ଏବଂ ବଂଶବାଦ ଉପରେ ନିର୍ଭର କରିଥାଏ।

କର୍ଣ୍ଣାଟକର ଲୋକ ଦେଶର ବିକାସକୁ ଗତି ଦେଉଛନ୍ତି। ଦେଶର ଗୌରବ ବଢ଼ାଉଛନ୍ତି। କାଲି ହିଁ ଆମେ ଦେଖିଥିଲୁ କି କିପରି ଆମର ଅଣ୍ଡର-19 କ୍ରିକେଟ ଟିମ ୱାର୍ଲ୍ଡ କପ ଜୀତିଲା।ଖେଳାଳିଙ୍କ ସହିତ ହିଁ ଏଠାରେ ରାହୁଲ ଦ୍ରାଭିଡ଼ଙ୍କର ପରିଶ୍ରମକୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ: ପିଏମ ମୋଦୀ

ବିରୋଧ କରିବା ବ୍ୟକ୍ତିଙ୍କୁ ବିରୋଧର ମୂଲ୍ୟ ନିଜର ଜୀବନ ଦେଇକରି ଶୁଝିବାକୁ ପଡ଼େ ଏହା ଲୋକତନ୍ତ୍ର ପାଇଁ ବିପଦ ସଂକେତ। ଯେଉଁପରି ଭାବରେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ହତ୍ୟା ହୋଇଛି, ଏହିରେ ସାମାଜ ଉପରେ ଗଭୀର ଚୋଟ ପହଁଚିଛି ଏବଂ ଏହି ଚୋଟର ଜବାବ ଭୋଟରେ ଦେବାକୁ ପଡ଼ିବ। ପିଏମ

ଦୁନିଆରେ Ease Of Doing Business ର କଥା କୁହାଯାଉଥିବା ବେଳେ, ଆମର ସରକାର Ease Of Living ର କଥା କହୁଛି। କିନ୍ତୁ କର୍ଣ୍ଣାଟକର କଂଗ୍ରେସ ସରକାରରେ ଏଠାରେ Ease of Doing Murder ର ଚର୍ଚ୍ଚା ହେଉଛି। ସ୍ଥିତି ଏହା କର୍ଣ୍ଣାଟକ ସରକାରଙ୍କର ରାଜନୈତିକ ବିରୋଧ କରିବା ଜୀବନକୁ ପାଣି ଛଡ଼ାଇବା ସହିତ ସମାନ।

ଗୋଟେ ପଟେ ଭାରତ ସରକାର ଦେଶକୁ ଆଗକୁ ବଢ଼ାଇବାପାଇଁ ପ୍ରୟାସ କରୁଛନ୍ତି। ଅନ୍ୟପଟେ କର୍ଣ୍ଣାଟକର ସରକାର ଓଲଟା ଗଙ୍ଗା ବୁହାଉଛନ୍ତି। ଯେଉଁଠାରେ ଆଇନ୍ ଆଗରେ ଅଧିକ ଅପରାଧିଙ୍କର ରାଜ ନଜର ଆସୁଛି।

ବାଙ୍ଗାଲୁରୁରେ 17,000 କୋଟି ଟଙ୍କା ମୂଲ୍ୟର 28 ଷ୍ଟେସନ ସହିତ 160 କିଲୋମିଟର ଲମ୍ବା ଉପନଗରୀୟ ରେଲୱେ ନେଟୱର୍କ ଶିଘ୍ର ହେବାକୁ ଯାଉଛି। ଏହାର ଫାଇଦା ପ୍ରାୟ 15 ଲକ୍ଷ ଯାତ୍ରିଙ୍କୁ ମିଳିବ।

କଂଗ୍ରେସର ଶାସନ ସମୟରେ, କର୍ଣ୍ଣାଟକକୁ 73000 କୋଟି ଟଙ୍କା: କିନ୍ତୁ ଆମେ 2 ଲକ୍ଷ କୋଟି ଟଙ୍କା ଦେଇଛୁ। କଂଗ୍ରେସର ତୁଳନାରେ ୧୮୦ ପ୍ରତିଶତରୁ ଅଧିକ।

ଯଦି ଦିନେ ବାଙ୍ଗାଲୁରୁରେ ବିଜୁଳୀ ଆସିନଥିବ ତେବେ କିପରି ହାହାକାର ମଚିଯାଏ। କିନ୍ତୁ କର୍ଣ୍ଣାଟକରେ ଏପରି ୭ ଲକ୍ଷ ଏବଂ ଦେଶରେ ଏମିତି ୪ କୋଟି ଘର ଅଛି, ଯେଉଁ ପରିବାର ଆଜାଦୀର ଏତେ ବର୍ଷ ପରେ ମଧ୍ୟ ଅନ୍ଧାରରେ ରହୁଛନ୍ତି। ଏହି ଘରକୁ ବିଜୁଳୀ କନେକ୍ସନରେ ଘରକୁ କେବଳ ରଶ୍ମୀ ନୁହେଁ ଲୋକମାନଙ୍କର ଜୀଵନରେ ମଧ୍ୟ ରଶ୍ମୀ ଆସିବ।

କର୍ଣ୍ଣାଟକରେ, ପ୍ରାୟ ୮.୫ ଲକ୍ଷ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ଯୋଜନାରେ ମାଗଣାରେ ଏଲରିଜି କନେକ୍ସନ ପ୍ରଦାନ କରାଯାଇଛି। ସ୍ଵଚ୍ଛ ଭାରତ ଅଭିଯାନ ଅଂତର୍ଗତ ୩୪ ଲକ୍ଷ ଶୌଚାଲୟ ବନାଯାଇଛି।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ କର୍ଣ୍ଣାଟକରେ 1.16 କୋଟିରୁ ଅଧିକ ଖାତା ଖୋଲା ଯାଇଛି, ଗରୀବ ଏବଂ ନିମ୍ନ ମଧ୍ୟ ବର୍ଗ ପାଇଁ ବ୍ୟାଙ୍କିଙ୍ଗର ଦ୍ୱାର ଖୋଲାଯାଇଛି।

ମୁଦ୍ରା ଯୋଜନାରେ କର୍ଣ୍ଣାଟକର ଲୋକମାନଙ୍କ ପାଇଁ ୧ କୋଟିରୁ ଅଧିକ ଋଣକୁ ସ୍ଵୀକୃତି ମିଳିଛି।

କଂଗ୍ରେସ ବାହାରିବାର ଦ୍ୱାରରେ ଛିଡ଼ା ହୋଇଛି ଏବଂ କର୍ଣ୍ଣାଟକରେ ଶିଘ୍ର କଂଗ୍ରେସ ସଂସ୍କୃତିରୁ ମୁକ୍ତ ହୋଇଯିବ।

ସୂଚନାନୁଯାୟୀ, ପୂର୍ବରୁ ୨୮ ଜାନୁଆରୀରେ ରାଲିରେ ସାମିଲ ହେବାର ଥିଲା ମୋଦୀଙ୍କୁ କିନ୍ତୁ ସେ ବ୍ୟସ୍ତ ରହିବା କାରଣରୁ ରାଲିକୁ ଚାରି ଫେବୃଆରୀ ପାଇଁ ଘୁଞ୍ଚାଇ ଦିଆଗଲା। ଆଜି ସେଠାରେ ସଂବୋଧନ କରିବା ପାଇଁ କର୍ଣ୍ଣାଟକ ପହଁଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ୟାଲେସ ମୈଦାନରେ ରାଲିକୁ ସଂବୋଧିତ କରିଥିଲେ ମୋଦୀ। ରାଲିରେ ପୂରା ରାଜ୍ୟର ହଜାର ହଜାର କାର୍ଯ୍ୟକର୍ତା ଏବଂ ସହରର ଲୋକ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *