ad
ଓଡ଼ିଶା

କଂଗ୍ରେସ ଫୁଙ୍କିଲା ନିର୍ବାଚନ ପୂର୍ବ ବିଗୁଲ ଦୁର୍ନୀତି ବିରୋଧରେ କଂଗ୍ରେସର ରଣହୁଙ୍କାର: ଶୋଭାଯାତ୍ରା ବିକ୍ଷୋଭ ମାଧ୍ୟମରେ ପ୍ରତିବାଦ

ରାୟଗଡା, ୧୬।୯ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- କେନ୍ଦ୍ରସରକାର, ରାଜ୍ୟରେ ଶାସନ କରିଆସୁଥିବା ବିଜେଡି ସରକାର ଓ ଜିଲା ପ୍ରାଶାସନର ଦୁର୍ଣ୍ଣିତ ବିରୋଧରେ ରାୟଗଡା ଜିଲା କଂଗ୍ରେସ ରଣହୁଙ୍କାର ଦେଇଛି। ସରାକାରଙ୍କ କ୍ଷମତାର ଅପବ୍ୟବହାର ଓ ଜିଲାପ୍ରଶାସନର ମନମୁଖି କାର୍ଯ୍ୟ ପଦ୍ଧତିକୁ ପ୍ରତିବାଦ କରି ଶନିବାର ନିର୍ବାଚନ ପୂର୍ବ ବିଗୁଳ କଂଗ୍ରେସ ବାଜଇଛି। ରାୟଗଡା ଜିଲାର ୧୧ଟି ବ୍ଲକର କଂଗ୍ରେସ କର୍ମୀଙ୍କୁ ନେଇ ଜିଲା ସଦର ମହାକୁମାରେ ଜିଲା କଂଗ୍ରେସ କମିଟି ରଣହୁଙ୍କାର ଦେଇଛି। ଶୋଭାଯାତ୍ରା ଏବଂ ବିକ୍ଷୋଭ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏପରିକି ଜିଲା ପ୍ରଶାସନର ଦୁଦୁର୍ନୀତିକୁ ତୀବ୍ର ବିରୋଧ କରିବାସହ ରାଷ୍ଟ୍ରପତିଙ୍କ ଉେଦ୍ଦେଶରେ ଦାବିପତ୍ର ପ୍ରଦାନ କରାଯାଇଥିବା ପରିଲିଖିତ ହୋଇଛି। ପୂର୍ବ ପ୍ରସ୍ତୁତି ପ୍ରକାରେ ରାୟଗଡା ଜିଲ କଂଗ୍ରେସ କିମିଟର ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହରିଥିଲା। ସଦର ମହକୁମାରେ ଥିବା କଂଗ୍ରେସ ଭବନ ଠାରୁ ପ୍ରାୟ ୨୦୦୦କଂଗ୍ରେସ କର୍ମୀ ହାତରେ ବ୍ୟାନର ଓ ପ୍ଳାକର୍ଡ ଧରି ସହରର ମୁଖ୍ୟରାସ୍ତା ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ମୁହାଇଥିଲେ। ରସ୍ତାସାରା କେନ୍ଦ୍ର ସରକାରଙ୍କ ରାଫେଲ ବିମାନ କିଣା ଦୁଦୁର୍ନୀତି ଘଟଣାକୁ ଦେହରାଇ ଥିଲେ। ୨୦୧୨ ମସିହାରେ ୧୨୬ଟି ଯୁଦ୍ଧ ବିମାନ ଖରିଦ କରିବାପାଇଁ ତତକାଳିନ ୟୁପିଏ ସରକାର ଯୋଜନ କରିଥିଳେ। ୫୨୬କୋଟ ଟଙ୍କା ମୂଲ୍ୟରେ ଗୋଟିଏ ବିମାନ ସେହିପରି ୧୮ଟି ବିମାନ କରିବାହସ ୧୦୮ଟି ବିମାନ ନିଜସ୍ୱ ଜ୍ଞାନ କୌଶଳରେ କିଣିବାପାଇଁ ଯୋଜାନ କରଯାଇଥିଲା। କିନ୍ତୁ ବିଡମ୍ବନାର କଥାଯେ ବର୍ତ୍ତମାନ ୧୬୭୦.୭୦ କୋଟିରେ ଗୋଟିଏ ବିମାନର ମୂଲ୍ୟ ଧାର୍ଯ୍ୟକରି ୩୬ଟି ବିମାନ କଣିବାକୁ ମୋଦୀ ସରକାର ମନସ୍ଥ କରିଛନ୍ତି। ଆଉ ଏହି ଖରିଦାରରେ ହଜାର ହଜାର କୋଟିଟଙ୍କା ହରିଲୁଟ କରିବାକୁ ଯୋଜନା କରିଥିବା ଜିଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି। ସେହିପରି ଜିଲାରେ ବଢ଼ିଥିବା ଦୁର୍ନୀତିକୁ ନିନ୍ଦାକରି ଜିଲାପାଳଙ୍କ ବିରୋଧରେ ନାରାବାଜି କରିଛନ୍ତି। ସାରା କଲେକ୍ଟଟ୍ରେଟ ଇଲାକା ଜିଲାପାଳ ଡାଉନ ଡାଉନ ସ୍ୱରରେ ପ୍ରକମ୍ପିତ ହୋଉଥିଲା। ମୁଖ୍ୟତ ଗତ ୨ବର୍ଷ ଧରି ଚଇତି ମହୋତ୍ସବ ନାମରେ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଚାନ୍ଦା ଟଙ୍କାର ହିସାବ ଦିଆଯାଉନାହି। ସେହିପରି ମନରେଗା ଯୋଜନାରେ କୁଢ଼କୁଢ଼ ଦୁଦୁର୍ନୀତିକୁ ନେଇ ଜିଲା ଉବୁଟୁବୁ ହୋଉଥିବା ବେଳେ ମିଥ୍ୟାତଥ୍ୟ ଦେଇ ଏହି ମହିଳ ଜିଲାପାଳ ଗୋଟାକ ପରେ ଗୋଟିଏ ପୁରସ୍କାର ହାତେଇବାରେ ଲାଗିଛନ୍ତି ବୋଲି ପଥପ୍ରାନ୍ତ ଭାଷଣ ମାଧ୍ୟମରେ ଶୁଣିବାକୁ ମିଳିଥିଲା। ଉଦ୍ୟାନ କୃଷି ବିଭାଗରେ ବିନା ଟେଣ୍ଡରରେ ଜୌବିକ ସାର କଣିବା, ମାନ ପରିକ୍ଷା ନକରି ଭେଣ୍ଡରକୁ ଟଙ୍କା ପଇଠ କରିବା ଘଟଣା ଜିଲା ପରିଷଦ ବୌଠକରେ ଜିଲାପାଳଙ୍କ ନଜରକୁ ନିଆଯାଇଥିବା ବେଳେ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଟାନ ଗ୍ରହଣ ନକରିବା ଜିଲାପାଳଙ୍କ ସୁଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଦଳର ସଭାପତି ପଣ୍ଡାଙ୍କ ସହ ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା ପ୍ରମୁଖ ଜଣଜର କରି କହିଥିଲେ। ଜିଲା ଖଣିଜ ପାଣ୍ଠିର ଟଙ୍କାରେ ଏସି ମରାମତି କରିବା, ବଗିଚା ତିଆରି କରିବା, ଭଳି ବହୁ ଅପବ୍ୟବହାର କରାଯାଇଥିବା ସଭାପତି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି। ଏହି ପ୍ରତିବାସ ଶେଭାଯତ୍ରାରେ ଅନ୍ୟଙ୍କ ମଧ୍ୟରେ ଶଙ୍କର୍ଷଣ ମଙ୍ଗରାଜ, ମକରନ୍ଦ ମୁଦୁଲି, ଆପଲସ୍ୱାମୀ କାଡ୍ରାକା, ପୂରୁଷତ୍ତମ ଗମାଙ୍ଗ, ନନ୍ଦକିଶୋର ଚୌଧୁରୀ, ରାବଲା ମାଝି, ପୂର୍ଣ୍ଣଚନ୍ଦ୍ର ମାଝି ଭଳି ବହୁ ନେତୃବୃନ୍ଦ ଜଣଜଣ କରି ମତବ୍ୟକ୍ତ କରିଥିଲେ। ପରେ ଜିଲାପାଳ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ପାରହେଇ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। କର୍ମୀଙ୍କୁୁ ନିୟନନ୍ତ୍ରଣ କରିବାକୁ ପୁଲିସ ନାକେଦମ ହୋଇଯାଇଥିଲା। କାର୍ଯ୍ୟାଳୟ ଫାଟକ ଆଗରେ ବହୁସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବାପରେ ଜିଲାପାଳଙ୍କହିଁ ଦାବିପତ୍ର ଦେବାପାଇଁ ଦଳୀ ମହିଳା ଓ ପୁରଷ କର୍ମୀମାନେ ଅଡି ବସିଥିଲେ। ବହୁ ସମୟଧରି ଏହି ବ୍ୟବସ୍ଥା ହୋଇନପାରିବାରୁ ରାସ୍ତାଘାଟରେ ଜିଲାପାଳଙ୍କୁ ଅଣ୍ଡାମାଡ ହେବ ବୋଲି କହିବାକୁ ମଧ୍ୟ ପଛାଇନଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ପ୍ରଥମେ ଥାନା ଅଧିକାରୀ ନିୟନ୍ତ୍ରଣ କରିବାକୁ ଆସିଥିବା ବେଳେ ବେଳକୁ ବେଳ କର୍ମୀଙ୍କ ଉଗ୍ରରୂପ ଦେଖି ଏସଡିପିଓ ରାଜକିଶୋର ଦାସ, ପରେ ଅତିରିକ୍ତ ଏସପି ୱାଇ ଜଗନ୍ନାଥ ରାଓଙ୍କୁ ଆସିବାକୁ ପଡିଥିଲା। କର୍ମୀ ଓ ନେତାଙ୍କ ସହ ଆଲୋଚନା ପରେ ଦଳର ୨୫ଜଣିଆ ଟିମ ଜିଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ସମ୍ପର୍କରେ ଜଣାଇବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ଦାବିପତ୍ର ପ୍ରଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top