ଓଡ଼ିଶା

କଂଗ୍ରେସ ପକ୍ଷରୁ ଜୋନ ସଭାପତିଙ୍କ ନାମ ଘୋଷଣା

ହାଟଡ଼ିହି,୧୦ । ୮ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତଳସ୍ତରରୁ ଦଳ ଓ ସଂଗଠନକୁ ମଜବୁଦ କରିବା ପାଇଁ ଲାଗିପଡିଛନ୍ତି । ଏହି କ୍ରମରେ ଜିଲ୍ଲ୍ା ଓ ବ୍ଲକ ସଭାପତିଚୟନ କରିବାପରେ ଏବେ ଜୋନ ସଭାପତି ଚୟନ କରିଛନ୍ତି । ଏହି କ୍ରମରେ ହାଟଡିହି ବ୍ଲକର ୪ଗୋଟି ଜୋନର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ହାଟଡିହି ବ୍ଲକର ୩୪ନଂ ଜୋନର ସଭାପତି ଭାବେ ପ୍ରଦୀପ ମହାନ୍ତି, ୩୫ନଂ ଜୋନର ସଭାପତି ଭାବେ ନୃଷିହଂ ଚରଣ ସେଠୀ, ୩୬ନଂ ଜୋନର ସଭାପତି ଭାବେ ସୁବ୍ରତ କୁମାର ମହାପାତ୍ର, ଓ ୩୭ନଂ ଜୋନର ସଭାପତି ଭାବେ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଚୟନ କରିଛନ୍ତି । ଏହାକୁନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ପାତ୍ର ଜୋନ ସଭାପତି ମାନଙ୍କୁ ଅଭିନନ୍ଦନ ଜଣାଇ ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top