କଂଗ୍ରେସ ଦଳର ନିର୍ବାଚନୀ ବୈଠକ

ତୁରୁମୁଙ୍ଗା ୨୯-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ନିର୍ବାଚନ ମଣ୍ଡଳୀ ର ତିନିଟି ଯୋନ ରେ ଆଜି ଓଡିଶା କଂଗ୍ରେସ କମିଟି ତରଫରୁ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି।୨୧ ନମ୍ବର ଯୋନ ର ରେଙ୍ଗାଳବେଡା ଠାରେ ଗବିନ୍ଦ ମହାନ୍ତ ୨୨ ନମ୍ବର ଯୋନ ର ରାଜନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କୈଳାଶ ଚନ୍ଦ୍ର ବାରିକ ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଦସ୍ୟ ସଂଗ୍ରାମ ଦାସ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଗୌରହରି ନାଏକ, ଜିଲା କୃଷକ ସଙ୍ଘ ସଭାପତି ସେଖ ମୋବିନ ରାଜବଲଭ ମିଶ୍ର ବସନ୍ତ ମିଶ୍ର, ବିଦ୍ୟାଧର ଦେହୁରୀ, ରୁକ୍ମଣୀ ନାଏକ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, କିରାନୀ ସେଠି, ଆସିଫ ଆନସାରି ପ୍ରମୁଖ ସତାଧିକ କର୍ମୀ ଯୋଗ ଦେଇଥିଲେ ଜିଲା କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର ଆଗାମୀ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ବିଜେଡି ଓ ଭାଜପା ବିରୋଧରେ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ହେବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *