କଂଗ୍ରେସ ସ୍ପଷ୍ଟ କଲା : ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହିଁ ହେବେ ପାର୍ଟୀର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ୨୦୧୯ ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟୀ ତରଫରୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ହେବେ। କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ପରେ ହୋଇଥିଲା ପ୍ରେସ କନ୍ଫ୍ରେଂସରେ ଏହି କଥାର ପୁଷ୍ଟି କରାଯାଇଛି।

କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ପରେ ପ୍ରେସ କନ୍ଫ୍ରେଂସରେ ଯେତେବେଳେ ମିଡ଼ିଆ ତରଫରୁ ଏହି ପ୍ରଶ୍ନ ଉଠାଯାଇଥିଲା କି କଂଗ୍ରେସ ପାର୍ଟୀ ତରଫରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କିଏ ହେବେ ତେବେ ପାର୍ଟୀ ପ୍ରବକ୍ତା ରଣଦୀପ ସୁରଜେବାଲା ଏହାର ଉତ୍ତର ଦେଇଥିଲେ। ସୁରଜେବାଲା କହିଲେ, ‘ନିଶ୍ଚିତ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଚେହାରା ସାଥିରେ ପାର୍ଟୀ ନିର୍ବାଚନ ଲଢ଼ିବ। ଆମେ ନିଜର ନେତାଙ୍କୁ ଆଗକୁ କରି ନିର୍ବାଚନ ମଇଦାନରେ ଓହ୍ଲାଇବୁ।’

Leave a Reply

Your email address will not be published. Required fields are marked *