କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର ୧୯.୬ (ଓଡ଼ିଆ ପୁଅ) – କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ ୪୮ତମ ଜନ୍ମ ଦିବସ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରୀ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ଏକ ବିରାଟ କେକ୍ କୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେକ୍ କାଟିଥିଲେ ଓ ଶ୍ରୀ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ପରେ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରାହୁଲ ଗାନ୍ଧୀଙ୍କ ୪୮ତମ ଜନ୍ମ ଦିବସ ଉପଲକ୍ଷେ ଆଜି ୪୮ ୟୁନିଟ୍ ରକ୍ତ ପ୍ରଦାନ କରାଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ସର୍ବଶ୍ରୀ କୁମାର ପ୍ରୀତମ୍ ପରିଜା, ସୌମ୍ୟ ମିଶ୍ର, ଆଦିତ୍ୟ ପ୍ରିତମ୍, ନିରଞ୍ଜନ ନାୟକ, ସୁନିଲ୍ ମାଟିଆ, ପ୍ରସନ୍ନ ମାର୍ଥା ପ୍ରମୁଖ ବହୁ କର୍ମୀ ରକ୍ତଦାନ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଛାତ୍ର କଂଗ୍ରେସ ପ୍ରଭାରୀ ନାଗମଧୁ ଯାଦବ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ମାନସ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟାନନ୍ଦ ରାଉତ, ସୁଶାନ୍ତ ବେହେରା, ମାନସ ଆଚାର୍ଯ୍ୟ, ମାନସ କର, ମନୋରଞ୍ଜନ ଦାଶ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *