କଂଗ୍ରେସର ଭାରତ ବନ୍ଦ ବିଜେଡି ସହ ଯୌଥ ଉଦ୍ୟମ: କଂଗ୍ରେସର ଚରିତ୍ର ହିଂସା ଓ ବିଶୃଙ୍ଖଳା – କଂଗ୍ରେସର ଗୁଣ୍ଡାଗିରିକୁ ଇନ୍ଧନ ଯୋଗାଇଲା ପୋଲିସର ନୀରବତା : ବିଜେପି

– ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ଜିଏସଟି କାଉନସିଲରେ କଥା ଉଠାନ୍ତୁ, ଟିକସ ଛାଡ କରନ୍ତୁ
– ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଓ ହୋର୍ଡିଂ ଚିରାଯାଉଛି, ପୋଲିସ ନୀରବଦ୍ରଷ୍ଟା ସାଜୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ଟିକସଦାତାଙ୍କ ଅର୍ଥ ହରିଲୁଟ ହେଉଛି; ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି

ଭୁବନେଶ୍ୱର, ତା.୧୦/୦୯ (ଓଡ଼ିଆ ପୁଅ) : କଂଗ୍ରେସର ଚରିତ୍ର ହିଂସା ଓ ବିଶୃଙ୍ଖଳା। କଂଗ୍ରେସ ଆନ୍ଦୋଳନ କଲେ ସାଧାରଣ ଲୋକେ ଭୟଭୀତ ହୁଅନ୍ତି। ବିଶୃଙ୍ଖଳା ଆଚରଣ ତାଙ୍କର ଚରିତ୍ର। କଂଗ୍ରେସ କର୍ମୀଙ୍କ ଏହିପରି ଗୁଣ୍ଡାଗିରିକୁ ଇନ୍ଧନ ଯୋଗାଇଲା ରାଜ୍ୟ ପୋଲିସର ନୀରବତା। ଏପରି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମିର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପେଟ୍ରୋଲ ଉପରେ ଜିଏସଟି ପାଇଁ ଆମେ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରୁଛୁ। ମୁଖ୍ୟମନ୍ତ୍ରୀ ନିଜେ କରୁନାହାନ୍ତି କି ଅର୍ଥମନ୍ତ୍ରୀ ଏ ନେଇ ଜିଏସଟି କାଉନସିଲ ବୈଠକରେ କଥା ଉଠାଉନାହାନ୍ତି। ଆମେ ଆଶା କରୁଛୁ, ଆସନ୍ତା ଜିଏସଟି କାଉନସିଲ ବୈଠକରେ ଏ କଥା ଉଠାନ୍ତୁ ଓ ରାଜ୍ୟ ସରକାର ଟିକସ ଚାଡ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି। ମାତ୍ର ଏପରି ସ୍ଥିତିରେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମୁଖିଆ। ପୋଲିସ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଓ ହୋର୍ଡିଂ ଚିରାଯାଉଥିବାବେଳେ ପୋଲିସ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି ଅଭିଯୋଗ କରି କହିଛନ୍ତି ଯେ, ରାଜ୍ୟର ଟିକସଦାତାଙ୍କ ପଇସାକୁ ହରିଲୁଟ ଚାଲିଛି। ଏନଏଇ ନିଜେ ଶାସକ ଦଳର ବିଧାୟକ ଡ.ଦାମୋଦର ରାଉତ ମଧ୍ୟ କହିଛନ୍ତି। ଚାରା, ସମବାୟ ଋଣ, ଓମଫେଡ ପଲିଥିନ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ମୁଖ୍ୟମନ୍ତ୍ରୀ କଣ ଓଡିଶା ଲୁଟ ପାଇଁ ଏମାନଙ୍କୁ ଦାୟୀତ୍ୱ ଦେଇଛନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *