କଂଗ୍ରେସର ଭାରତ ବନ୍ଦ: ଗମନାଗମନ ଠପ: ଦେଣନେଣ କ୍ଷେତ୍ରରେ ଅଚଳାଅବସ୍ଥା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ତୈଳ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଥିବା ଭାରତୀୟ ଜାତୀୟ କଂଗ୍ରେସର ବନ୍ଦ ପୁରୀରେ ସଫଳ ହୋଇଛି। ପୁରୀରେ ବନ୍ଦର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଥିବା ବେଳେ ଗମନାଗମନ ବ୍ୟବସ୍ଥା ଠପ ହୋଇଯାଇଥିଲା। ସେହିଭଳି ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଦେଣନେଣ କ୍ଷେତ୍ରରେ ଅଚଳାବସ୍ଥା ଉପୁଜିଥିଲା। ବନ୍ଦର ପ୍ରଭାବରେ ସହରରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ସହରର ସମସ୍ତ ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କେଟ, ବଡଶଙ୍ଖ ଆଦି ବଜାର ବନ୍ଦ ରହିଥିଲା। ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ଘୋଷଣା ହୋଇଥିବା ବେଳେ ରାଷ୍ଟ୍ରୀୟତ ଓ ଘରୋଇ ବ୍ୟାଙ୍କ ଗୁଡିକୁ ବିକ୍ଷୋଭକାରୀମାନେ ବନ୍ଦ କରି ଦେଇଥିଲେ। ପୁରୀରେ ଭାରତ ବନ୍ଦର ପ୍ରଭାବ ବିଶେେ ଭାବେ ପର୍ଯ୍ୟଟକଙ୍କ ଉପରେ ପଡିଥିଲା। ଅନେକ ପୁରୀକୁ ଆସୁଥିବା ଟ୍ରେନ ବାଟରେ ଅଟକି ରହିବା କାରଣରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜିଲ୍ଲାର କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ରଙ୍କ ନେନତୃତ୍ୱରେ କଂଗ୍ରେସ କର୍ମୀମାନେ ଟ୍ରେନ ସମ୍ମୁଖରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ସିପିଆଇ ପକ୍ଷରୁ ଜଗନ୍ନାଥ ଦେଓ ଓ ଶରତ ରାୟଗୁରୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘ ସମୟ ଧରି ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ଟ୍ରେନ ଧାରଣାରେ ବସି ରହିଥିଲେ। ପୁରୀ-ଗୁଣୁପୁର ଓ ପୁରୀ-କଟକ ପ୍ୟାସେଞ୍ଜରକୁ ବାତିଲ କରାଯାଇଥିବା ବେଳେ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଏକ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ପ୍ଲାଟଫର୍ମରେ ବସି ରହିଥିଲେ। ବନ୍ଦର ପ୍ରଭାବ କଚେରୀରେ ମଧ୍ୟ ଅନୁଭୂତ ହୋଇଥିଲା। କଂଗ୍ରେସ ଓ ବାମପନ୍ଥୀ ଦଳର ସଦସ୍ୟମାନେ କୋର୍ଟ ଗେଟ ସମ୍ମୁଖରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଚାରପତିମାନେ କାର୍ଯ୍ୟରେ ଯୋଗ ନଦେଇ ଫେରି ଯାଇଥିଲେ। କଂଗ୍ରେସ କର୍ମୀ ଓ ନେତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *