ଓଡ଼ିଶା

କଂଗ୍ରେସର ଚକ୍କାଜାମ ଆନ୍ଦୋଳନ ପ୍ରସଙ୍ଗରେ – ଶାସକ ବିଜେଡିର ସହାୟତାରେ କଂଗ୍ରେସ ରାଜରାସ୍ତାରେ ଆତଙ୍କରାଜ ଚଲାଇଛି: ବିଜେପି

– କଂଗ୍ରେସ ଗରୀବ ଲୋକଙ୍କ ସ୍ୱାର୍ଥରେ ନୁହେଁ କେବଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ରାଜରାସ୍ତାରେ ଗୁଣ୍ଡାରାଜ କରିବାକୁ ଓହ୍ଲାଇଛି
– ‘ଫୋର୍-ପି’ ମୋଡରେ ଏହି ଆନ୍ଦୋଳନ କରାଯାଇଛି
– କଂଗ୍ରେସର ଚକ୍କାଜାମ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଶାସକ ଦଳର ପ୍ରବକ୍ତା ମାନେ କଂଗ୍ରେସର ଏହି ଚକ୍କାଜାମ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଥିଲେ
– ଶାସକ ବିଜେଡି ଓ କଂଗ୍ରେସ ଦଳ ନିଜ ମଧ୍ୟରେ ବୁଝାମଣା ରଖି ସାଧାରଣ ଜନତାଙ୍କୁ ଅକଥନୀୟ ଅସୁବିଧା ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ବାଧ୍ୟ କରିଛନ୍ତି
– ଖାଉଟିମାନଙ୍କୁ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି
– କେନ୍ଦ୍ରୀୟ ଟିକସର ସିଧା ସିଧା ୪୨ ଭାଗ ରାଜ୍ୟର ଅଂଶ ଭାବେ ଓଡିଶା ସରକାରକୁ ଆସୁଥିବା ବେଳେ ଟିକସର ଆଉ ୯୦ ଭାଗ କେନ୍ଦ୍ରୀୟ ପ୍ରଣୀତ ଯୋଜନାର କେନ୍ଦ୍ରୀୟ ଅଂଶ ଭାବେ ରାଜ୍ୟ ପାଖକୁ ଆସୁଛି
– ଏକ ଲିଟର ପେଟ୍ରୋଲରେ ରାଜ୍ୟ ସରକାର ୨୨.୧୫ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୫.୦୫ ଟଙ୍କା ପାଉଛନ୍ତି
– ଡିଜେଲରେ ରାଜ୍ୟ ସରକାର ୨୪.୪୦ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୨.୫୦ ଟଙ୍କା ପାଉଛନ୍ତି

ଭୁବନେଶ୍ୱର, ତା୦୪/୦୬ (ଓଡ଼ିଆ ପୁଅ) : ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର କଟକ, ଭୁବନେଶ୍ୱରରେ ଚକ୍କାଜାମ ଆନ୍ଦୋଳନକୁ ଶାସକ ବିଜେଡି ଦଳ ସହାୟତାରେ କଂଗ୍ରେସ ରାଜରାସ୍ତାରେ ଆତଙ୍କରାଜ ଚଲାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

‘ଫୋର୍-ପି’ ମୋଡରେ ଅର୍ଥାତ୍ ନବୀନ ପଟ୍ଟନାୟକ, ନିରଜଂନ ପଟ୍ଟନାୟକ, ସୌମ୍ୟରଂଜନ ପଟ୍ଟନାୟକ ଏବଂ ପୋଲିସର ମିଳିତ ସହଯୋଗରେ ଏହି ଆନ୍ଦୋଳନ କରାଯାଇଛି। ସେହିପରି ନବୀନ ପଟ୍ଟନାୟକ ଏବଂ ନିରଜଂନ ପଟ୍ଟନାୟକଙ୍କ ମଧ୍ୟରେ ସୌମ୍ୟରଂଜନ ପଟ୍ଟନାୟକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ଶାସକ ବିଜେଡିର ଆଶାବାଡି ସାଜିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ କମିବା ଆରମ୍ଭ କରିଛି। କଂଗ୍ରେସ ଗରୀବ ଲୋକଙ୍କ ସ୍ୱାର୍ଥରେ ନୁହେଁ ବରଂ କେବଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ରାଜରାସ୍ତାରେ ଗୁଣ୍ଡାରାଜ କରିବାକୁ ଓହ୍ଲାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କଂଗ୍ରେସର ଚକ୍କାଜାମ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଶାସକ ଦଳର ପ୍ରବକ୍ତା ମାନେ କଂଗ୍ରେସର ଏହି ଚକ୍କାଜାମ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସ ଦଳ ନିଜ ମଧ୍ୟରେ ବୁଝାମଣା ରଖି ସାଧାରଣ ଜନତାଙ୍କୁ ଅକଥନୀୟ ଅସୁବିଧା ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ବାଧ୍ୟ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମୂଲ୍ୟ ବଢିଥିବା କାରଣରୁ ଖାଉଟି ମାନଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତିତ। ଖାଉଟି ମାନଙ୍କୁ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି।

କେନ୍ଦ୍ରୀୟ ଟିକସର ସିଧା ସିଧା ୪୨ ଭାଗ ରାଜ୍ୟର ଅଂଶ ଭାବେ ଓଡିଶା ସରକାରକୁ ଆସୁଥିବା ବେଳେ ଟିକସର ଆଉ ୯୦ ଭାଗ କେନ୍ଦ୍ରୀୟ ପ୍ରଣୀତ ଯୋଜନାର କେନ୍ଦ୍ରୀୟ ଅଂଶ ଭାବେ ରାଜ୍ୟ ପାଖକୁ ଆସୁଛି। ରାଜ୍ୟ ସରକାର ଏହା ଉପରେ ୨୬ ପ୍ରତିଶତ ଭ୍ୟାଟ ଲଗାଇଛନ୍ତି। ଆଜି ଦିନରେ ଏକ ଲିଟର ପେଟ୍ରୋଲରେ ରାଜ୍ୟ ସରକାର ୨୨.୧୫ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୫.୦୫ ଟଙ୍କା ଓ ଡିଜେଲ ଦରରେ ରାଜ୍ୟ ସରକାର ୨୪.୪୦ ଟଙ୍କା ପାଉଥିବା ବେଳେ କେନ୍ଦ୍ର ସରକାର ୨.୫୦ ଟଙ୍କା ପାଉଛନ୍ତି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରି କଂଗ୍ରେସ ଓ ବିଜେଡିର ମିଥ୍ୟା ତଥ୍ୟ ପ୍ରଚାରକୁ ଶ୍ରୀ ମହାନ୍ତି କଟୁ ସମାଲୋଚନା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ବିଜେପି ପ୍ରବକ୍ତା ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top