ଓଡ଼ିଶା

କଂଗ୍ରେସରେ ଯୋଗ ଦେବାପାଇଁ ମନ ସ୍ଥିର କରିଛନ୍ତି ଦାମ

ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ବିଜୁ ଜନତା ଦଳରୁ ବିତାଡ଼ିତ ହେବାପରେ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ପୂର୍ବତନ ଉପ ସଭାପତି ଡାକ୍ତର ଦାମୋଦର ରାଉତ ଏକପ୍ରକାର କଂଗ୍ରେସରେ ଯୋଗଦାନ କରିବା ନିଶ୍ଚିତ ବୋଲି ଏକ ବିଶେଷ ସୂତ୍ରରୁ ଖବର ହସ୍ତଗତ ହୋଇଛି। ବିଜେଡ଼ି ପାଇଁ ବର୍ତ୍ତମାନ ପରିସ୍ଥିତିରେ ଘାତକ ସାବ୍ୟସ୍ତ ହେଉଥିବା ଦୋମୋଦ ରାଉତଙ୍କୁ ନିଜ ଦଳରେ ସାମିଲ କରିବାପାଇଁ ଉଭୟ ରାଜ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏକ ପ୍ରକାରର ପ୍ରତିଦ୍ୱନ୍ଦିତା ଚାଲିଥିଲା। ବିଭିନ୍ନ ଗଣମାଧ୍ୟମର ଖବରକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲାଯେ, ବିଜେଡ଼ିରୁ ବିତାଡ଼ିତ ହେବାପରେ ଦାମରାଉତ ସମ୍ଭବତଃ ନିଜର ଏକ ରାଜନୈତିକ ଦଳ ଗଢ଼ିଥାନ୍ତେ। କିନ୍ତୁ ସମସ୍ତ ପ୍ରକାରର କଳ୍ପନା ଜଳ୍ପନାର ଅବସାନ ଘଟାଇ ଦାମ ରାଉତଙ୍କର ନିକଟତମ ସୂତ୍ରରୁ ଯାହା ଖବର ହସ୍ତଗତ ହୋଇଛିଯେ, ଦାମ ରାଉତ ଖୁବ ଶୀଘ୍ର କଂଗ୍ରେସରେ ଯୋଗଦେବେ।

ବିଜେପି ତରଫରୁ ଦାମ ରାଉତଙ୍କୁ ବିଭିନ୍ନ ଲୋଭନୀୟ ପ୍ରସ୍ତାବ ଦିଆ ଯାଇଥିଲା। କିନ୍ତୁ ଦାମ ରାଉତଙ୍କ ପରି ଜଣେ ବରିଷ୍ଠ ନେତା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ ନାହିଁ।

ଧର୍ମେନ୍ଦ୍ର ପ୍ରଧାନ ଯିଏକି ଓଡ଼ିଶାର ମଙ୍ଗ ଧରିଛନ୍ତି, ଦାମ ତାଙ୍କୁ ନେତା ଭାବେ ଗ୍ରହଣ କରିବାକୁ ଅସମତି ପ୍ରକାଶ କଲେ। କେନ୍ଦ୍ରୀୟ ସ୍ତରର ବିଜେପି ନେତୃବୃନ୍ଦ ଏବଂ ରାଜ୍ୟ ସ୍ତରର ବିଜେପି ନେତୃବୃନ୍ଦ ବାରମ୍ବାର ଦାମଙ୍କୁ ଅନୁରୋଧ କରିବା ପରେ ବି, ଜଣେ ଅତି କନିଷ୍ଠ ରାଜନୈତିକ ବ୍ୟକ୍ତି ଆଗରେ ନିଜକୁ ସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଲେ ନାହିଁ। ଯାହାର ଫାଇଦା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନେବାପାଇଁ ସକ୍ଷମ ହେଲେ। ସମସାମୟିକ ରାଜନାତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଦାମ ରାଉତଙ୍କ ମଧ୍ୟରେ ବେଶୀ ତାରତମ୍ୟ ନାହିଁ। ଯାହାକୁ ବରିଷ୍ଠ ରାଜନିତିଜ୍ଞ ଦାମ ହୃଦୟଙ୍ଗମ କରିପାରିଥିଲେ। ତେଣୁ ସହମତି ଭିତ୍ତିରେ ସେ ଏକ ପ୍ରକାରର ନିରଞ୍ଜନ ପଟ୍ଟନାୟକଙ୍କ ସହିତ ହାତ ମିଳାଇବା ପାଇଁ ପ୍ରସ୍ତୁତ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top