ଜିଲ୍ଲା ପରିକ୍ରମା

କଂଗ୍ରେସରେ ଯୋଗୋଦେଲେ ନେପଲ ରଘୁ ମୁର୍ମୁ

ବାରିପଦା ୧୯-୯ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଯୁଦ୍ଧବିମାନ ରାଫେଲ ଡିଲ ରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ ଦେଶ ସାରା ଅଭିଯାନ ଚଳାଇ ଅଛି।ଆଜି ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ହେମନ୍ତ ଦାସ ଙ୍କ ନେତୃତ୍ୱରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କ।ର୍ଜ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ସଭାରେ ରାଜ୍ୟ କଂଗ୍ରେସ ଉପ ସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର କୁମାର, ଦେବାଶିଷ ପଟ୍ଟନାୟକ ପୂର୍ବତନ ଲୋକସଭା ସାଂସଦ ସୁଶିଳା ତିରିଆ ଙ୍କ ସମେତ ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ।ରାଫେଲ ଡିଲ ସହ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ଚାରା ଦୁର୍ନୀତି ର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବି କରିଥିଲା ଜିଲ୍ଲା କଂଗ୍ରେସ। ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ଦଳ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ସାଂସଦ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ନାତି ନେପଲ ରଘୁ ମୁର୍ମୁ କଂଗ୍ରେସ ରେ ଯୋଗଦାନ କରିବା ସହ ଆଜିର ବିକ୍ଷୋଭ ରେ ଯୋଗ ଦେଇଥିଲେ ଯାହା ଜିଲ୍ଲା କଂଗ୍ରେସ ପାଇଁ ଆଗାମୀ ନିର୍ବାଚନ ରେ ଦଳ ପାଇଁ ଶୁଭଙ୍କର ହେବ ବୋଲି ରାଜନୀତି ବିଶାରଦମାନେ ପୂର୍ବାନୁମାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top