କଂଗ୍ରେସରେ ଯୋଗଦେଲେ ସରପଂଚ ପ୍ରାର୍ଥୀ

ଯାଜପୁର-୫/୬(ଓଡିଆ ପୁଅ/ଏ.ରାଉତ) ଗତ ପଂଚାୟତ ନିର୍ବାଚନରେ ଯାଜପୁର ବ୍ଲକ ସାହାସପୁର ପଂଚାୟତର ସ୍ୱାଧିନ ସରପଂଚ ପ୍ରାର୍ଥୀ କୁଳମଣୀ ଦଳାଇ ଆଜି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ନିର୍ବାଚନ ପରେ କୁଳମଣୀ ବିଜେପିର ହାତେଇ ଥିଲାବେଳେ ଏବେ ବିଜେପି ହାତ ଛାଡିଛନ୍ତି। ସାହାସପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଉମେଶ ଜେନା ଯୋଗଦାନ କରି କୁଳମଣୀ ଦଳାଇ ଓ ତାଙ୍କ ଶତାଧିକ ସମର୍ଥକଙ୍କୁ ଫୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀ ଦଳାଇ କହିଥିଲେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ଓ ବରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ଉମେଶ ଜେନା ନିଜ ସଂଗଠନକୁ ମଜବୁତ କରିବା ଦ୍ୱାରା ସାଧାରଣ ଲୋକମାନେ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି। ଉମେଶ ଜେନାଙ୍କ ନେତୃତ୍ୱକୁ ଆମେ ଦୃଢ ସମର୍ଥନ କରୁଥିଲାବେଳେ ଆଗାମି ଦିନରେ କଂଗ୍ରେସ ପାଇଁ କାର୍ଯ୍ୟ କରିବୁ। ଆଜିର ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅମ୍ରେଶ ପରିଡା, ଯୁବନେତା ଅଶୋକ ବେହେରା ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *