କଂଗ୍ରେସରେ ମିଶିଲେ ଅନ୍ୟଦଳର କର୍ମୀ

ବାହାନଗା/ବାଲେଶ୍ୱର୧୬/୦୨/୧୮(ଓଡ଼ିଆପୁଅ/ଭଗବାନ ଦାସ)-ବାଲେଶ୍ୱର ଜିଲ୍ଲା ମହାରାଜପୁର ପଞ୍ଚାୟତର ଆଜି ୧୨ବିଜେଡ଼ି ପରିବାର କଂଗ୍ରେସ ଦଳରେ ଯୋଗ ଦେଇଥିବାର ଜଣାପଡ଼ିଛି। ଆଜି ପବିତ୍ର ଜାଗର ଅବସରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଭରସା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏନେଇ ମହାରାଜପୁର ବଜାର ଠାରେ ସୁଶାନ୍ତ କୁମାର ଦାସ ଓ କାର୍ତ୍ତୀକ ନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୂଜା କରାଯାଇ ବେଣୁଧର ପାତ୍ର, ଗୌତମ ସାମଲ, କାଙ୍ଗାଳି ଚରଣ ଦାସ, ଶିବପ୍ରସାଦ ନାୟକ, ଶଙ୍କର୍ଷଣ ଦାସ, ଉପେନ୍ଦ୍ର ବେହେରା, ଶ୍ରୀକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ଦାସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପର୍ଶୁରାମ ବେହେରା, ପ୍ରାଣବନ୍ଦୁ ମହାପାତ୍ର, ମୁକ୍ତିକାନ୍ତ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସରେ ମିଶିବା ସହ କଂଗ୍ରେସ ଅନୁପ୍ରାଣିତରେ କାର୍ଯ୍ୟକରିବା ପାଇଁ ଶପଥ ନେଇଥିଲେ।ଏହି ଅବସରରେ କର୍ମୀ ମାନଙ୍କୁ ମିଠା ଖୁଆଇ ଦଳକୁ ସ୍ୱାଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *