ଓଡ଼ିଶା

ଔଷଧୀୟ ଗୁଣ ଯୋଗୁଁ କଡକନାଥର ଚାହିଦା, କଳା ରକ୍ତର କୁକୁଡା କେଜି ୫୦୦ ଟଙ୍କା

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ କଳା ରଂଗର କୁକୁଡା। କେବଳ ଯେ କଳା ରଂଗର କୁକୁଡା ତା ନୁହେଁ ଏହାର ରକ୍ତ ଓ ମାଂସ ବି କଳା। ହେଲେ ସବୁ କଳା ରଂଗର ହୋଇ ମଧ୍ୟ କୁକୁଡାର ଅଣ୍ଡା ସାଧାରଣ କୁକୁଡା ଦେଉଥିବା ଅଣ୍ଡା ଭଳି ଧଳା। ସାଧାରଣ ବଜାରରେ ଅଣ୍ଡା ଗୋଟିକୁ ୪ ର ୫ ଟଙ୍କା ଦରରେ ବିକ୍ରି ହେଉଥିବାବେଳେ ଏହି କଳା କୁକୁଡା ଅଣ୍ଡାର ଦାମ୍ ଗୋଟିକୁ ୫୦ ଟଙ୍କା। କେବଳ ସେତିକି ନୁହେଁ ବଜାରରେ ସାଧାରଣ ଚିକେନ୍ ମାଂସର ଦର କିଗ୍ରା ପ୍ରତି ୧୫୦ ଟଙ୍କା ହୋଇଥିବାବେଳେ କଳା ରଂଗର ଏହି କୁକୁଡା ମାଂସର ଦର କିଗ୍ରା ପ୍ରତି ୫୦୦ ଟଙ୍କା ହୋଇଥିବା ବେଳେ ଦେଢରୁ ଦୁଇକେଜି ଓଜନର ଏହି କୁକୁଡାର ଦାମ ଗୋଟିକୁ ହଜାରେ ଟଙ୍କା। ଏହି ପ୍ରଜାତିର କଳା କୁକୁଡା କଡକନାଥ କୁ ନେଇ ଏବେ ଚର୍ଚ୍ଚାରେ ଭଦ୍ରକ ସହରର କୁକୁଡା ବ୍ୟବସାୟୀ ଗୋପାଳ ଜେନା। ଭଦ୍ରକ ପୌରାଞ୍ଚଳ ୭ନଂ ୱାର୍ଡ ଅନ୍ତର୍ଗତ ଗବସାହି ଗ୍ରାମର କ୍ଷୁଦ୍ର କୁକୁଡା ବ୍ୟବସାୟୀ ଗୋପାଳ ଜେନା। ବ୍ରଏଲର କୁକୁଡା ଫାର୍ମଟିଏ କରି ପରିବାର ପ୍ରତିପୋଷଣ କରୁ କରୁ ଦେଶର ଉତ୍ତରପ୍ରଦେଶ ଏବଂ ଛତିଶଗଡ ରାଜ୍ୟରେ କଳରଂଗ ଯୁକ୍ତ କୁକୁଡା (କାଳିମାସୀ) ଯାହାର ନାମ କଡକନାଥର ଚାହିଦା ଏବଂ ଲୋକପ୍ରିୟତା ଦେଖି ଏହି କୁକୁଡା ମାଂସର ବିଶେଷ୍ୱତ ହେଲା ଏହାର ମାଂସ, ରକ୍ତ ଏବଂ ଅଣ୍ଡାରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ। ଏହାର ମାଂସରେ ରହିଛି ଉଚ୍ଚମାନର ପ୍ରୋଟିନ୍, ଆଇରନ୍ ଏବଂ ଶରୀରରେ ଫ୍ରାଟ୍ ମାତ୍ରା। ହ୍ରାସ କରିବାର ଉପାଦାନ। ବିଶେଷକରି ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଯକ୍ଷ୍ମା, ହୃଦରୋଗ ନ୍ୟୁରୋଷ୍ଟେନିଆ ଏବଂ ନେଫ୍ରେଟାଇଟିସ୍ ଭଳି କଠିନ ରୋଗବ୍ୟାଧି ପାଇଁ ଏହାର ମାଂସ ଏବଂ ଅଣ୍ଡା ବେଶ୍ ଉପଯୋଗୀ। ସାଧାରଣ ଦେଶୀ କୁକୁଡା ଭଳି ଏହି କୁକୁଡାର ପାଳନ କରାଯାଉଥିବା ହେତୁ ଏହାର ବ୍ୟବସାୟ ଭିତ୍ତିକ ଚାଷର ଖର୍ଚ୍ଚ ମଧ୍ୟ ଯଥେଷ୍ଟ କମ୍। ସାଧାରଣ ଦେଶୀ କୁକୁଡା ଭଳି ଏହାର ଲାଳନ ପାଳନ କରାଯାଉଥିବା ଯୋଗୁଁ ଏଗୁଡିକ ସହଜରେ ରୋଗାକ୍ରାନ୍ତ ହୁଅନ୍ତି ନାହିଁ କିମ୍ବା ଅଧିକ ଭେକ୍ସିନେସନ୍ ଦରକାର ପଡେ ନାହିଁ। ଏହି ପ୍ରଜାତି କୁକୁଡାର ବ୍ୟବସାୟିକ ଫାଇଦାକୁ ଦୃଷ୍ଟିରେ ରଖି ଗତ ୩ ମାସ ତଳେ ଏକ ଖବରକାଗଜରୁ ବିଜ୍ଞାପନ ଦେଖି ସୁଦୂର ମହାରାଷ୍ଟ୍ରର ଶହେଟି କଳା କୁକୁଡାହ ଛୁଆ ମଗାଇଥିଲେ ଗୋପାଳ। ଏଥିପାଇଁ ତାଙ୍କୁ ପ୍ରାୟ ୧୫ ହଜା ରଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଗୋପାଳଙ୍କ ଛୋଟିଆ ପଲଟି୍ରରେ ଏବେ ଲୋକଙ୍କ ଭିଡ ଲାଗିଛି। ଏହି ବିରଳ ପ୍ରଜାତିର କଳା କୁକୁଡା ଚାଷ କରିବାକୁ ଅନେକ ଆଗ୍ରହୀ ହୋଇଛନ୍ତି। ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଗୋପାଳଙ୍କ ଠାରୁ କୁକୁଡା ନେଇ ଏହାର ଅଧିକ ପରୀକ୍ଷା ନିରୀକ୍ଷା କରିବାର ଆଗଭର ହୋଇଥିବା ବେଳେ ଜିଲା ପଶୁପାଳନ ବିଭାଗ ପକ୍ଷରୁ ଜିଲାରେ ଏହାର ବ୍ୟବସାୟ ଭିତ୍ତିକ ଚାଷପାଇଁ ଅଣ୍ଟା ଭିଡିଛନ୍ତି। ଏହାର ବ୍ୟବସାୟ ଭିତ୍ତିକ ଚାଷ ପାଇଁ ଏବେ ପ୍ରଶାସନ ମଧ୍ୟ ସହଯୋଗର ହାତ ବଢାଇଛି। ଚଳିତ କାଳୀପୂଜାରେ ଏହାର ପ୍ରଦର୍ଶନ ଭିତ୍ତିକ ବିକ୍ରୟ ପାଇଁ ଗୋପାଳଙ୍କୁ ପ୍ରୋତ୍ସାହିତ କରିଛନ୍ତି। କୁକୁଡା ପାଳନର ଅତିବେଶୀରେ ୬ ମାସ ମଧ୍ୟରେ ଏହି ପ୍ରଜାତି କୁକୁଡାର ବ୍ୟବସାୟୀ ଭିତ୍ତିକ କାରବାର ଆରମ୍ଭ ହେଉଥିବା ଦୃଷ୍ଟିରେ ରଖି ଗୋପାଳ ପୁଣି ଅଧିକ ଶହେଗୋଟି ଛୁଆ ମଗାଇଥିବା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top