ଔପଦାରେ ଭାଜପାର ଜନସମ୍ପର୍କ ପଦ ଯାତ୍ରା

ଔପଦା, ୧୦/୬/୨୦୧୮(ଓଡିଆ ପୁଅ/ନିରଂଜନ ପ୍ରସାଦ ବାରିକ)-ଗତ କାଲି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ବିଭିନ୍ନ ପଞ୍ଚାୟତର ମୁଖ୍ୟ ମୁଖ୍ୟ ଲୋକଙ୍କ ପାଖରେ ଭାରତୀୟ ଜନତା ପାର୍ଟିର ନେତ-ମଣ୍ଡଳୀ ଆସି ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୪ବର୍ଷର ସଫଳତା ସମ୍ପର୍କରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଘରକୁ ଘର ବୁଲି ବୁଝାଉ ଥିବାର ଦେଖାଯାଇଥିଲା। ସଂଧ୍ୟାରେ ଅଘିରାପଦା ଗ୍ରାମ ପଞ୍ଚାୟତର କମାରପାଳ(ଚିଞ୍ଚିଡା)ସ୍ଥ ରୁପାଥାଳିଆ କାର୍ଯ୍ୟାଳୟରେ ରାଜ୍ୟ ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ମନୀଷା ଚିନ୍ମୟୀ ବେହେରା, ଔପଦା ମଣ୍ଡଳର ସଭାପତି କାର୍ତ୍ତିକେଶ୍ୱର ପଣ୍ଡା, ଔପଦା ମଣ୍ଡ ଳ ମହିଳା ମୋର୍ଚ୍ଚା ସଭାପତି ଶାନ୍ତିଲତା ଲେଙ୍କା, ଅଘିରାପଦା ପଞ୍ଚାୟତ ସଭାପତି ଅକ୍ଷୟ କୁମାର ବାରିକ, ନିଳଗିରର ପୂର୍ଣ୍ଣକାଳୀନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ୱାଳ, ବଡପୋଖରୀ ସମିତି ସଭ୍ୟ ଅରୁଣ କୁମାର ବେହେରା, ଭାଜପାର ଯୁବନେତା ଲକ୍ଷ୍ମୀକାନ୍ତ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ପହଞ୍ଚି ରୁପାଥାଳିଆର ସଂପାଦକ ନିରଞ୍ଜନ ପ୍ରସାଦ ବାରିକ, ରୁପାଥାଳିଆ ପରିବାରର କିଛି କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ନୂତନ ଭାରତ ପାଇଁ ଗାଁ ଓ ଗରିବ ସଶକ୍ତି କରଣ, ବିଶ୍ୱ ମାନଚିତ୍ରରେ ଭାରତର ଉତ୍ଥାନ, ସରକାର ଜନତାଙ୍କ ପାଇଁ ଜନତା ସରକାରର, ଜନତାଙ୍କ ଦ୍ୱାରା ନାରୀ ସଶକ୍ତି କରଣ ସମ୍ବଦ୍ଧ କୃଷକ ସମୃଦ୍ଧି ରାଷ୍ଟ୍ର ଗଠନ, ସ୍ୱଚ୍ଛ ଓ ଦୂର୍ନୀତି ମୁକ୍ତ ସରକାର ଗଠନ, ସମସ୍ତଙ୍କ ସୁରକ୍ଷା, ସମସ୍ତଙ୍କ ଯତ୍ନ, ନୂତନ ଭାରତ ପାଇଁ ଯୁବ ଶକ୍ତିର ବିକାଶ, ଭାରତରେ ସୁରକ୍ଷିତ ସରକାର ପାଇଁ ଦୂରଦର୍ଶୀ ସରକାର ଗଠନ, ଦୃଢ ଏବଂ ନିର୍ଣ୍ଣାୟକ ସରକାର ଗଠନ ଆଦି ବିଷୟରେ ଭାରତ ସରକାରଙ୍କର ଜନହୀତକର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *