ଔପଦାରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କର ଆନ୍ଦୋଳନ ତେଜିଲା

ଔପଦା, ୨୩/୬/୨୦୧୮(ଓଡିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ଜରୁରୀ ବୈଠକ ଔପଦା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବରିଷ୍ଠ ଶିକ୍ଷକ ନେତା ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସଭାପତି ମହେନ୍ଦ୍ର ପ୍ରସାଦ ବାରିକ, ସଂପାଦକ ଶିଶୁ ସାହିତ୍ୟିକ ନିରଞ୍ଜଜନ ପ୍ରସାଦ ବାରି, କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ତ୍ରିପାଠୀ, ବରିଷ୍ଠ ଶିକ୍ଷକ ନେତା ବିଦ୍ୟାଧର ପଣ୍ଡା, ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଲେଖ ଚରଣ ବେହେରା, ଗୋପାଳ ଚନ୍ଦ୍ର ପତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୨୦୧୫ ମସିହା ପୂର୍ବରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଯେଉଁମାନେ କଣ୍ଟ୍ରୋଲ ଅଫ୍ ଏକାଉଣ୍ଟସ୍ରୁ ଅବସର ଗ୍ରହଣ କରିଛନ୍ତି ସେମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ ଫଳରେ ସପ୍ତମ ବେତନ କମିଶନ ହାରରେ ଏରିଅର ଦେବାକୁ ମନା କରିଥିବାରୁ ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଛି। ଆଗାମୀ ଦିନରେ ସେମାନଙ୍କର ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ରାଜ ରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *