ବଡବିଲରେ ଓ.ପି. ଜିନ୍ଦଲଙ୍କ 88ତମ ଜନ୍ମଦିବସ ମହାଆଡମ୍ବର ସହାକାରେ ପାଳିତ

ଯୋଡା : ୦୭.୦୮.୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ)  ବଡବିଲ ତରଫରୁ ଜିନ୍ଦଲ ଗ୍ରୁପ ର ପ୍ରତିଷ୍ଟାତା ସ୍ୱର୍ଗତଃ ଓମ ପ୍ରକାଶ ଜିନ୍ଦଲଙ୍କର 88 ତମ ଜନ୍ମଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଟା ଦିବସ ରୂପେ ପାଳନ କରାଯାଉଥିବାରୁ ବଡବିଲ ପ୍ଲାଣ୍ଟ, ଜିନ୍ଦଲ ସ୍କୁଲ ଏବଂ ଆଦିବାସୀ ବିକାଶ ସମିତି ବିଦ୍ୟା ମନ୍ଦିର, ସେରେଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ଲାଣ୍ଟ ନିକଟବର୍ତୀ ବିଦ୍ୟାଳୟ ଗୁଡିକରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରାୟ 600 ଟି ସ୍କୁଲ ବ୍ୟାଗ  ବଣ୍ଟନ କରାଯାଇଥିଲା I  ପ୍ଲାଣ୍ଟ ପରିସରରେ ୟୁନିଟ ମୁଖ୍ୟ ଶ୍ରୀ ସୁରେଶା ଜି ଙ୍କ ସମେତ କମ୍ପାନୀର ବହୁ ଉଚ୍ଚପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତଃ ଜିନ୍ଦଲଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ଏହା ପୂର୍ବରୁ ବେସକ୍ୟାମ୍ପ, ସୋୟାବାଲି ଠାରେ ଥିବା ମନ୍ଦିରରେ ପୂଜାଅର୍ଚ୍ଚନା ମଧ୍ୟ କରାଯାଇଥିଲା I ଜିନ୍ଦଲ ସ୍କୁଲର କାର୍ଯ୍ୟକ୍ରମରେ ଭାଗନେଇ ଶ୍ରୀ ସୁରେଶା କହିଲେ, “ଜଣେ ସଫଳ ଉଦ୍ୟୋଗୀ ଏବଂ ପଥପ୍ରଦର୍ଶକ ଭାବରେ ଶ୍ରୀ ଜିନ୍ଦଲ ସବୁ ଦିନ ପାଇଁ ସମସ୍ତଙ୍କ ଠାରେ ମନେ ରହିବେ I ସେ ଜୀବନର ସବୁ କ୍ଷେତ୍ରରେ ସଫଳତା ଲାଭ କରିଥିବାରୁ ତାଙ୍କର ଚଲାପଥ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ I  ଏହାପରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ କରାଯାଇଥିଲା I ଏହି ଅବସରରେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ – ଓ ପି ଜିନ୍ଦଲ ଷ୍ଟାର ଏବଂ ଓ ପି ଜିନ୍ଦଲ ଜୁଏଲ ନାମରେ ଦୁଇଟି ବୃତ୍ତି ଘୋଷଣା କରାଯାଇଥିଲା I   ଅପରାହ୍ନରେ ଆଦିବାସୀ ବିକାଶ ସମିତି ବିଦ୍ୟା ମନ୍ଦିର, ସେରେଣ୍ଡାରେ ଏକ ସଭାର ଆୟୋଜନ କରାଯାଇଥିଲା I ଏହି ସଭାରେ ସମିତି ମୁଖ୍ୟା ଡଃ. ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦବୋଧନ ଦେଇ ଜେଏସପିଏଲ ବଡବିଲ ଦ୍ୱାରା କରାଯାଇଥିବା ଗ୍ରାମାଞ୍ଚଳ ବିକାଶ ଯୋଜନା ଗୁଡିକର ଭୂରିୟସି ପ୍ରଶଂସା କରିଥିଲେ I ସଭାଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I

Leave a Reply

Your email address will not be published. Required fields are marked *