ଓଡ଼ିଶା

ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୮ ଉଦ୍ଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟ ସହିତ କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ଓ ବୀଣା ବାଦନର ଯୁଗଳବନ୍ଦୀରେ ଦର୍ଶକ ବିଭୋର

ଭୁବନେଶ୍ୱର ୫-୯ (ଓଡ଼ିଆ ପୁଅ) ଓ.ଏମ୍.ସି. ଗୁରୁକେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ଭିତରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ଆଜି ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଉଦ୍‌ଘାଟିତ ହୋଇଥିଲା। ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଉଜ୍ଜିବିତ କରି ରଖିବା ଉଦ୍ଦେଶ୍ୟରେ ବିଗତ ୨୩ ବର୍ଷ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି। ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ସୁନାମଧନ୍ୟ ନୃତ୍ୟ ଓ ସଙ୍ଗୀତ ଶିଳ୍ପୀଙ୍କ ପରିବେଷଣ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଉତ୍ସବର ଶେଷ ଦିନ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଓ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ।

ଉଦ୍‌ଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ରାଜଶ୍ରୀ ପ୍ରହରାଜଙ୍କ ଦ୍ୱାରା ଓଡ଼ିଶୀ ଏକକ ନୃତ୍ୟ ପରିବେଷଣ। ତାଙ୍କର ପଥମ ପ୍ରସ୍ତୁତିରେ ଥିଲା ପୁଷ୍ପାଞ୍ଜଳୀ ପରେ ପରେ ଶୁଦ୍ଧ ନୃତ୍ୟରେ ହଂସଧ୍ୱନୀ ପଲ୍ଲବୀ ଯାହା ତାଳ ଏକତାଳୀ ଓ ରାଗ ହଂସଧ୍ୱନୀ ଉପରେ ପର୍ଯ୍ୟବେଷିତ ଥିଲା ଏବଂ ତାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ରଚନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର। ତାଙ୍କର ଶେଷ ପ୍ରସ୍ତୁତିରେ ଥିଲା ଅଭିନୟ ସୀତା ହରଣ, ଯେଉଥିରେ ସେ ଏକାଧାରରେ ରାମ, ଲକ୍ଷ୍ମଣ, ସୀତା ଓ ରାବଣ ଚରିତ୍ରକୁ ଖୁବ ନିଖୁଣ ଭାବରେ ପ୍ରତିପାଦିତ କରିଥିଲେ। ଉତ୍ସବର ପ୍ରଥମ ଦିନରେ ଏଭଳି ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟିର ଥିଲା।

ସଂଧ୍ୟାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ବେହେଲା ବାଦକ ବିଦ୍ୱାନ ଆର କୁମାରେଶଙ୍କ ଦ୍ୱାରା ବେହେଲା ବାଦନ ସହିତ ଡ଼. ଜୟନ୍ତି କୁମାରେଶଙ୍କ ଦ୍ୱାରା ବୀଣା ବାଦନରେ କର୍ଣ୍ଣାଟକୀ ସଙ୍ଗୀତର ଯୁଗଳବନ୍ଦୀ। ତାଳ, ଲୟ ଓ ଛନ୍ଦର ଚମକ୍ରାର ସମିଶ୍ରଣରେ ବେହେଲା ଓ ବୀଣା ବାଦନ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଉତ୍ସବର ଅତିଥିମାନେ ଥିଲେ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ; ମାନ୍ୟବର ଅର୍ଥ; ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା; ଓଡ଼ିଶା ସରକାରଙ୍କ ପୂର୍ବତନ ରାଜସ୍ୱ ପରିଷଦର ମେମ୍ବର ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top